ତୁମୁଡିବନ୍ଧ-(ଦୀପକ କୁମାର ପରାସେଠ)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହରେ ଆଜି ଗୁରୁବାର ପୂର୍ବାହ୍ନରେ ନବାଗତ ଛାତ୍ରୀଛାତ୍ର ମାନଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଦ୍ଵିତୀୟ ବର୍ଷର ଛାତ୍ରୀଛାତ୍ର ମାନେ ପ୍ରଥମ ବର୍ଷ ର ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟ ର ମୁଖ୍ୟ ଫାଟକ ରୁ ସଭା ଗୃହ ପର୍ଯ୍ୟନ୍ତ ସେମାନଙ୍କୁ ଚନ୍ଦନ ଟିକା ଦେଇ ପୁଷ୍ପବୃଷ୍ଟି କରି ପାଛୋଟି ନେଇଥିଲେ।ଏହି ପ୍ରବେଶ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପାତ୍ର ସଭାପତିତ୍ୱ କରିଥିଲ।ପ୍ରଥମେ ମଞ୍ଚାସିନ ଥିବା ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ନିଜର ପରିଚୟ ପ୍ରଦାନ କରିଥିଲେ।ଏହା ପରେ ପ୍ରବେଶ ଉତ୍ସବରେ ସଭା କାର୍ଯ୍ୟ ଆରମ୍ଭ କରାଯାଇ ନବାଗତ ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ମାନେ ନିଜର ଅଭିଭାଷଣରେ ଶୃଙ୍ଖଳା ଓ ସମ୍ମାନ ଜୀବନର ଅଳଙ୍କାର।ନିଜକୁ ଭଲ ପାଅ ଅନ୍ୟକୁ ମଧ୍ୟ ଭଲ ପାଅ।ବଡ଼ ମାନଙ୍କୁ ସମ୍ମାନ ଦିଅ ସାନ ମାନଙ୍କୁ ସ୍ନେହ କର।ସାହସ ଓ ନିରନ୍ତର କଠିନ ପରିଶ୍ରମର ଫଳ ଲକ୍ଷ ସ୍ଥଳରେ ପହଞ୍ଚାଇବ।ଭଲ ପାଠ ପଢ଼ ଭଲ ମଣିଷ ହୋଇ ଖ୍ୟାତି ଅର୍ଜନ କରିବା ସହିତ ଏହି ବିଦ୍ୟାଳୟର ଗର୍ବଗୌରବ ମୁଖ ସାକ୍ଷୀ ହୁଅ ବୋଲି କହିଛନ୍ତି।ସେହିପରି ଅଧ୍ୟକ୍ଷ ଡ଼ଃ ପାତ୍ର ବିଭିନ୍ନ ଉଦାହରଣ ଦେଇ ନବାଗତ ଛାତ୍ରୀ ଛାତ୍ରଙ୍କୁ ବିଭିନ୍ନ ଉପଦେଶ ଦେବା ସହିତ
ମହାବିଦ୍ୟାଳୟର ଶୃଙ୍ଖଳା, ନୀତି ନିୟମ, carrier ପୋର୍ଟାଲ ଯଥା ସାଥୀ ଓ ଶିକ୍ଷା ଜ୍ୟୋତି, ragging ମୁକ୍ତ, ଶୃଙ୍ଖଳା କମିଟି, ପାଠ୍ୟକ୍ରମ, ସମୟ ନିର୍ଘଣ୍ଟ ସମ୍ୱନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିଥିଲେ।ଉକ୍ତ ପ୍ରବେଶ ଉତ୍ସବରେ
ଶିକ୍ଷାଅଧ୍ୟାପକ ଡ଼ଃ ସତ୍ୟ ରଞ୍ଜନ ପାଣିଗ୍ରାହୀ,ଓଡ଼ିଆ ଅଧ୍ୟାପିକା ଡ଼ଃ ବନିତା ପଟ୍ଟନାୟକ, ଅର୍ଥ ଶାସ୍ତ୍ର ଅଧ୍ୟାପିକା ଡ଼ଃ ମଞ୍ଜୁଳା ମହାପାତ୍ର, ପଦ୍ମାବତୀ ସାହୁ, ଇଂରାଜୀ ଅଧ୍ୟାପକ ଦୁଃଖୀ ଶ୍ୟାମ ମହାରଣା ,ଅଧ୍ୟାପିକା ରାଜଲଷ୍ମୀ ବଡ଼ସେଠ,ରାଜନୀତି ଅଧ୍ୟାପିକା ସଂଗୀତା ବଳିଆରସିଂ,ଇତିହାସ ଅଧ୍ୟାପିକା ଚାନ୍ଦିନୀ ମଝିଆ ସେଠ,ଓଡ଼ିଆ ଅଧ୍ୟାପିକା ସୁନିତା ସାହୁ, ଭୋକେସନାଲ ଶିକ୍ଷକ କୈଳାଶ ଦୀପ ଓ ଅନାସ୍ମିତା ମହାନ୍ତି ଉପସ୍ଥିତ ରହିବା ସହ ବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଦ୍ଵିତୀୟ ବର୍ଷର ଛାତ୍ରୀଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶିକ୍ଷା ଅଧ୍ୟାପକ ଡ଼କ୍ଟର ସତ୍ୟ ରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।
Posted inUncategorized View All
ବିଦ୍ୟାଳୟରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଫାଟିଲା ପ୍ରେସର କୁକର
ଗୋବିନ୍ଦପୁର,୩୦।୧:ବିଦ୍ୟାଳୟରେ ରୋଷେଇ କରୁଥିବା ବେଳେ ଫାଟିଲା ପ୍ରେସର କୁକର। ଉଡ଼ିଗଲା ରୋଷେଇ ଘର ଆଜବେଷ୍ଟସ। ଦୁଇଜଣ ମହିଳା ପାଚିକା ଏଥିରେ ଗୁରୁତର ହୋଇଛନ୍ତି।ଏଭଳି ଅଭାବନୀୟ ଘଟଣା ଘଟିଛି…
୪ ସାଇବର ଠକ ଗିରଫ , ୭ଲକ୍ଷ ଜବତ : ଅନ୍ୟନାମରେ ଆକାଉଣ୍ଟ ଖୋଲି କରିଥିଲେ ୭କୋଟି ଠକେଇ
ବରଗଡ଼, ୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ର ମୂଳ ବାସିନ୍ଦା ତଥା ବର୍ତ୍ତମାନ…
କଚ୍ଛପ ଗତିରେ ଚାଲିଛି ରିଷିଡା ଫାଣ୍ଡି କୋଠା ନିର୍ମାଣ: ବେପରୁଆ ଠିକାଦାର,ପ୍ରଶାସନର ନାହିଁ…
ରିଷିଡା, ୩୧/୭ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପୁରାତନ ପୁଲିସ ଫାଣ୍ଡି ମଧ୍ୟରୁ ରିଷିଡା ପୁଲିସ ଫାଣ୍ଡି ଅନ୍ୟତମ। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଏହି…
କେନ୍ଦ୍ରୀୟ ଯୁଗ୍ମ ସଚିବଙ୍କ ଦାରିଙ୍ଗବାଡି ଗସ୍ତ, ମାଣ୍ଡିଆ ଚାଷୀ ଓ ଏସଏଚଜି ମହିଳାଙ୍କୁ ସାକ୍ଷାତ
ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶୁକ୍ରବାର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର…
Archives

