Posted inUncategorized

କଚ୍ଛପ ଗତିରେ ଚାଲିଛି ରିଷିଡା ଫାଣ୍ଡି କୋଠା ନିର୍ମାଣ: ବେପରୁଆ ଠିକାଦାର,ପ୍ରଶାସନର ନାହିଁ…

ରିଷିଡା, ୩୧/୭ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପୁରାତନ ପୁଲିସ ଫାଣ୍ଡି ମଧ୍ୟରୁ ରିଷିଡା ପୁଲିସ ଫାଣ୍ଡି ଅନ୍ୟତମ। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଏହି ଫାଣ୍ଡି କଳାହାଣ୍ଡି ସମେତ ଚାରିଟି ଜିଲ୍ଲାକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପୁଲିସ କେନ୍ଦ୍ର। ବ୍ରିଟିଶ ଶାସନ କାଳରେ ୧୮୮୩ ମସିହାରେ ଏହି ଫାଣ୍ଡି ପ୍ରତିଷ୍ଠା ହୋଇଥିଲା। ହେଲେ ପ୍ରତିଷ୍ଠା ପରଠାରୁ ଆଜି ପର୍ଯ୍ୟନ୍ତ ଖପର ଓ ଆଜବେଷ୍ଟସ୍‌ ଛାଉଣି ଥିବା ପୁରୁଣା ଘରେ କାର୍ଯ୍ୟାଳୟ ଚାଲିଆସୁଛି।

ଦୀର୍ଘ ଦିନର ଦାବି ପରେ ଏବଂ ବର୍ତ୍ତମାନର ଫାଣ୍ଡି ଅଧିକାରୀ ମନୁଆ ବିଡିକାଙ୍କ ଉଦ୍ୟମରେ ପ୍ରାୟ ଦୁଇ ବର୍ଷ ପୂର୍ବେ ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ପକ୍ଷରୁ ନୂତନ ଫାଣ୍ଡି କୋଠା ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ, ଦେଢ଼ ବର୍ଷ ଧରି କୋଠାଟି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ମଝିମଝିରେ କିଛି କାମ ହୋଇ ପୁଣି ବନ୍ଦ ହୋଇଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ଶତାୟୁ ଅତିକ୍ରମ କରିଥିବା ଏହି ଫାଣ୍ଡିର ନୂତନ କୋଠା ନିର୍ମାଣ ସ୍ୱପ୍ନ ଏବେ ଅନିଶ୍ଚିତତାରେ ରହିଥିବା ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରୁଛନ୍ତି। କୋଠାଟି କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ, ବର୍ଷା ଯୋଗୁଁ କାମ ଆଗକୁ ବଢ଼ିପାରୁ ନାହିଁ ବୋଲି ସେ କହିଛନ୍ତି। ତେବେ ଏହି ସମୟ ମଧ୍ୟରେ ଅଞ୍ଚଳର ଅନ୍ୟାନ୍ୟ ସରକାରୀ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରିଷିଡା ଫାଣ୍ଡି କୋଠାର କାମ ଅଟକି ରହିବା ଠିକାଦାରଙ୍କ ମନମୁଖୀ ଓ ବେପରୁଆ କାର୍ଯ୍ୟଶୈଳୀକୁ ଦର୍ଶାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାସହ ଏପର୍ଯ୍ୟନ୍ତ ହୋଇଥିବା ନିର୍ମାଣ କାର୍ଯ୍ୟର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏପରି ପରିସ୍ଥିତିରେ ଓଡ଼ିଶା ପୁଲିସ ହାଉସିଂ ବୋର୍ଡ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ଶୀଘ୍ର କୋଠା ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ରୋଷେଇ ଚାଲିଥିବା ବେଳେ ହଠାତ୍‌ ଫାଟିଲା ପ୍ରେସର କୁକର

ଗୋବିନ୍ଦପୁର,୩୦।୧:ବିଦ୍ୟାଳୟରେ ରୋଷେଇ କରୁଥିବା ବେଳେ ଫାଟିଲା ପ୍ରେସର କୁକର। ଉଡ଼ିଗଲା ରୋଷେଇ ଘର ଆଜବେଷ୍ଟସ। ଦୁଇଜଣ ମହିଳା ପାଚିକା ଏଥିରେ ଗୁରୁତର ହୋଇଛନ୍ତି।ଏଭଳି ଅଭାବନୀୟ ଘଟଣା ଘଟିଛି…

୪ ସାଇବର ଠକ ଗିରଫ , ୭ଲକ୍ଷ ଜବତ : ଅନ୍ୟନାମରେ ଆକାଉଣ୍ଟ ଖୋଲି କରିଥିଲେ ୭କୋଟି ଠକେଇ

ବରଗଡ଼, ୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ର ମୂଳ ବାସିନ୍ଦା ତଥା ବର୍ତ୍ତମାନ…

Read more

ତୁମୁଡିବନ୍ଧ-(ଦୀପକ କୁମାର ପରାସେଠ)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହରେ ଆଜି ଗୁରୁବାର ପୂର୍ବାହ୍ନରେ ନବାଗତ ଛାତ୍ରୀଛାତ୍ର ମାନଙ୍କ ପାଇଁ…

କେନ୍ଦ୍ରୀୟ ଯୁଗ୍ମ ସଚିବଙ୍କ ଦାରିଙ୍ଗବାଡି ଗସ୍ତ, ମାଣ୍ଡିଆ ଚାଷୀ ଓ ଏସଏଚଜି ମହିଳାଙ୍କୁ ସାକ୍ଷାତ

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶୁକ୍ରବାର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri