ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ସୁକ୍ଷ୍ମ ଅଭିଜିତ ଶୁଭ ମୁହୁର୍ତ୍ତ…

ଅଯୋଧ୍ୟା,୨୭।୧୨ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଯେଉଁଥି ପାଇଁ ୨୨ ଜାନୁଆରୀ ୨୦୨୪ ତାରିଖ ସ୍ଥିର କରାଯାଇଛି। କିନ୍ତୁ ବିଶେଷ କଥା ହେଉଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ୮୪ ସେକେଣ୍ଡର ସୁକ୍ଷ୍ମ ଶୁଭ ମୁହୂର୍ତ୍ତରେ କରାଯିବ। କୁହାଯାଉଛି ୮୪ ସେକେଣ୍ଡର ଏହି ମୁହୂର୍ତ୍ତ ଅତ୍ୟନ୍ତ ଶୁଭ ଅଟେ ଯାହା ଭାରତ ପାଇଁ ଜୀବନ ରକ୍ଷାକାରୀ ଭାବରେ କାର୍ଯ୍ୟ କରିବାକୁ ଯାଉଛି। ଏହି ଶୁଭ ସମୟ କାଶୀ ପଣ୍ଡିତ ମାନେ ସ୍ଥିର କରିଛନ୍ତି।

୮୪ ସେକେଣ୍ଡର ସବୁଠାରୁ ଅଧିକ ଶୁଭ ମୁହୁର୍ତ୍ତ ମୂଳ ମୁହୂର୍ତା ୨୨ ଜାନୁୟାରୀ ୨୦୨୪ ରେ ମଧ୍ୟାହ୍ବ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ଆରମ୍ଭ ହେବ। ଏହା ହିଁ ମୂଳ ମୁହୁର୍ତ୍ତ। ଏହା ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ମାତ୍ର ୧ ମିନିଟ ୨୪ ସେକେଣ୍ଡରେ ହେବାକୁ ଯାଉଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଯଜ୍ଞ, ହବନ, ଚାରି ବେଦ ପାଠ ଏକ ଘଣ୍ଟା ପାଇଁ କରାଯିବ। ରିପୋର୍ଟରେ କୁହାଯାଇଛି ପ୍ରାଣ ପ୍ରତିଷ୍ଠାର ଏହି ମୁହୁର୍ତ୍ତକୁ ପଣ୍ଡିତ ଏବଂ ଜ୍ୟୋତିଷମାନେ ଅତ୍ୟନ୍ତ ଶୁଭ ବୋଲି କହିଛନ୍ତି। କୁହାଯାଉଛି ଏହି ମୁହୁର୍ତ୍ତରେ ୧୬ଟି ଗୁଣ ମଧ୍ୟରୁ ୧୦ ଟି ଗୁଣ ଭଲ ଅଟେ। ଅଭିଜିତ ମୁହୁର୍ତ୍ତ ୧ ମିନିଟ ୨୪ ସେକେଣ୍ଡରେ ରହିବାକୁ ଯାଉଛି।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଲାଲାଙ୍କ ଦର୍ଶନ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ମନ୍ଦିର ଏବଂ ପରିଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରରେ ରାମଲାଲାଙ୍କ ଦର୍ଶନ ଜାନୁଆରୀ ୨୦ରୁ ଜାନୁୟାରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକମାନେ କରିପାରିବେ ନାହିଁ। କିନ୍ତୁ ଜାନୁଆରୀ ୨୨ ରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସମସ୍ତଙ୍କୁ ଜାନୁଆରୀ ୨୩ରୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କର ପ୍ରଥମ ଆରତୀ କରିବେ। ପ୍ରାଣ ପ୍ରତିଷ୍ଠା ୨୨ ଜାନୁୟାରୀ ୨୦୨୪ରେ ହେବାକୁ ଯାଉଛି। କିନ୍ତୁ ଏହାର ଶୁଭାରମ୍ଭ ୧୬ ଜାନୁଆରୀରେ ସରଯୁ ନଦୀ ଜଳରୁ ହେବ। ୧୭ ଜାନୁଆରୀରେ ଗଣେଶ ପୂଜା ସହ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହେବ।

Share