ବଦଳିବ ୮୪ କୁଟିଆ ରୂପରେଖ

ଭୁବନେଶ୍ୱର,୨୩।୧୦( ଅନୁରାଧା ମହାରଣା): ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା ଟ୍ରାନ୍ସେଡେଣ୍ଟାଲ ମେଡିଟେଶନ (ଯୋଗ ଓ ଧ୍ୟାନ)ର ପ୍ରଚାର ପ୍ରସାରର ଆରମ୍ଭ ହୋଇଥିବା ବିଟିଲ୍ସ ଆଶ୍ରମ ବା ୮୪ କୁଟିଆର ରୂପରେଖ ବଦଳିବ। ଏନେଇ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୯୬୩ରେ ବନ ବିଭାଗ ଅଧୀନରେ ଥିବା ଜମି ମହର୍ଷି ଲିଜ୍‌ ନେବା ପରେ ଏହାକୁ ଇଣ୍ଟରନ୍ୟାଶନାଲ ଏକାଡେମୀ ଅଫ୍‌ ମେଡିଟେଶନ ନାମରେ ନାମିତ କରିଥିଲେ। ତେବେ ଅନେକ ଏହାକୁ ଶଙ୍କରାଚାର୍ଯ୍ୟନଗର ଭାବେ ଜାଣନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି କେନ୍ଦ୍ର ଶ୍ରଦ୍ଧାଳୁଙ୍କୁ ନିଆରା ଅନୁଭୂତି ଦେଇଥାଏ। ୧୯୭୦ରୁ ୧୯୮୦ ମଧ୍ୟରେ ଏକ ଲୋକପ୍ରିୟ ଧ୍ୟାନକେନ୍ଦ୍ର ଭାବେ ପରିଚିତ ଏହି ସ୍ଥାନର ଲିଜ ଅବଧି ସମାପ୍ତ ପରେ ପରିତ୍ୟକ୍ତ ହୋଇପଡ଼ିବା ସହ ଏହା ଲୋକପ୍ରିୟତା ହରାଇବାକୁ ଲାଗିଥିଲା। ତେବେ ଉତ୍ତରାଖଣ୍ଡ ପର୍ଯ୍ୟଟନ ଉନ୍ନୟନ ନିଗମ (ୟୁଟିଡିବି) ପକ୍ଷରୁ କନ୍‌ସଲାଟନ୍ସି ଫାର୍ମ ଏସିପି ଡିଜାଇନ୍‌, ପ୍ଲାନିଂ ଆଣ୍ଡ ମାନେଜ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡକୁ ଭିଜନ୍‌ ଡକ୍ୟୁମେଣ୍ଟ, ମାଷ୍ଟର ପ୍ଲାନ୍‌ ତଥା ଇଞ୍ଜିନିୟରିଂ ଡିଜାଇନ୍‌ ପ୍ରଦାନ ନେଇ ଆଲୋଚନା କରାଯାଇଛି। ଏହି କେନ୍ଦ୍ରର ପୁନରୁଦ୍ଧାର ଫଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳ ଭାବେ ଦେଶବିଦେଶରେ ପରିଚୟ ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri