ବଦଳିବ ୮୪ କୁଟିଆ ରୂପରେଖ

ଭୁବନେଶ୍ୱର,୨୩।୧୦( ଅନୁରାଧା ମହାରଣା): ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା ଟ୍ରାନ୍ସେଡେଣ୍ଟାଲ ମେଡିଟେଶନ (ଯୋଗ ଓ ଧ୍ୟାନ)ର ପ୍ରଚାର ପ୍ରସାରର ଆରମ୍ଭ ହୋଇଥିବା ବିଟିଲ୍ସ ଆଶ୍ରମ ବା ୮୪ କୁଟିଆର ରୂପରେଖ ବଦଳିବ। ଏନେଇ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୯୬୩ରେ ବନ ବିଭାଗ ଅଧୀନରେ ଥିବା ଜମି ମହର୍ଷି ଲିଜ୍‌ ନେବା ପରେ ଏହାକୁ ଇଣ୍ଟରନ୍ୟାଶନାଲ ଏକାଡେମୀ ଅଫ୍‌ ମେଡିଟେଶନ ନାମରେ ନାମିତ କରିଥିଲେ। ତେବେ ଅନେକ ଏହାକୁ ଶଙ୍କରାଚାର୍ଯ୍ୟନଗର ଭାବେ ଜାଣନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି କେନ୍ଦ୍ର ଶ୍ରଦ୍ଧାଳୁଙ୍କୁ ନିଆରା ଅନୁଭୂତି ଦେଇଥାଏ। ୧୯୭୦ରୁ ୧୯୮୦ ମଧ୍ୟରେ ଏକ ଲୋକପ୍ରିୟ ଧ୍ୟାନକେନ୍ଦ୍ର ଭାବେ ପରିଚିତ ଏହି ସ୍ଥାନର ଲିଜ ଅବଧି ସମାପ୍ତ ପରେ ପରିତ୍ୟକ୍ତ ହୋଇପଡ଼ିବା ସହ ଏହା ଲୋକପ୍ରିୟତା ହରାଇବାକୁ ଲାଗିଥିଲା। ତେବେ ଉତ୍ତରାଖଣ୍ଡ ପର୍ଯ୍ୟଟନ ଉନ୍ନୟନ ନିଗମ (ୟୁଟିଡିବି) ପକ୍ଷରୁ କନ୍‌ସଲାଟନ୍ସି ଫାର୍ମ ଏସିପି ଡିଜାଇନ୍‌, ପ୍ଲାନିଂ ଆଣ୍ଡ ମାନେଜ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡକୁ ଭିଜନ୍‌ ଡକ୍ୟୁମେଣ୍ଟ, ମାଷ୍ଟର ପ୍ଲାନ୍‌ ତଥା ଇଞ୍ଜିନିୟରିଂ ଡିଜାଇନ୍‌ ପ୍ରଦାନ ନେଇ ଆଲୋଚନା କରାଯାଇଛି। ଏହି କେନ୍ଦ୍ରର ପୁନରୁଦ୍ଧାର ଫଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳ ଭାବେ ଦେଶବିଦେଶରେ ପରିଚୟ ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri