Categories: ଫୁରସତ

୮୩ ବର୍ଷର କନିଆକୁ ୨୮ ବର୍ଷୀୟ ବର; ବିବାହ ପାଇଁ ପୋଲାଣ୍ଡରୁ ପାକିସ୍ତାନ ଆସିଲେ…

ପ୍ରେମ କେବେ, କେଉଁଠାରେ ଏବଂ କାହା ସହିତ ହୋଇଯାଏ ଜଣାପଡେନା। ବେଳେବେଳେ ଲୋକମାନେ ପ୍ରେମରେ ସମସ୍ତ ସୀମା ଅତିକ୍ରମ କରନ୍ତି ଏବଂ ସେମାନଙ୍କର ପ୍ରେମ କାହାଣୀ ସବୁଦିନ ପାଇଁ ’ଅମର’ ହୋଇଯାଏ। ସେହିଭଳି କିଛି ପ୍ରେମ କାହାଣୀ ଏପରି ଅଛି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପାକିସ୍ତାନରୁ ଏପରି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ପ୍ରେମକାହାଣୀ ଜଣେ ୮୩ ବର୍ଷ ବୟସ୍କା ମହିଳା ଏବଂ ୨୮ ବର୍ଷର ବାଳକଙ୍କର।

ଆପଣ ନିଶ୍ଚିତ ଭାବରେ ଚଳଚ୍ଚିତ୍ରରେ ଦେଖିଥିବେ ଲୋକମାନେ ପ୍ରେମ ପାଇଁ ସାତ ସମୁଦ୍ର ଅତିକ୍ରମ କରନ୍ତି। କିନ୍ତୁ ଯଦି କେହି ବାସ୍ତବ ଜୀବନରେ ଏହା କରନ୍ତି ତେବେ ଆପଣ କ’ଣ କହିବେ? ଏହା ସ୍ପଷ୍ଟ ଯେ ଲୋକମାନେ କହିବେ ଯେ ବାଃ ପ୍ରେମ ହେବ ତ ଏମିତି। ପୋଲାଣ୍ଡର ୮୩ ବର୍ଷିୟ ବ୍ରୋମା ମଧ୍ୟ ସମାନ କଥା ଘଟିଛି। ସେ ତାଙ୍କ ପ୍ରେମକୁ ପାଇବା ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି। କାରଣ ବ୍ରୋମା ପାକିସ୍ତାନର ବାସିନ୍ଦା ୨୮ ବର୍ଷିୟ ହାଫିଜ ମହମ୍ମଦ ନାଦିମଙ୍କ ପ୍ରେମରେ ପଡିଥିଲେ। ଏକ ସାକ୍ଷାତକାର ସମୟରେ ଉଭୟ କହିଥିଲେ ଯେ ସେମାନେ ପ୍ରାୟ ୬ ବର୍ଷ ପୂର୍ବେ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ଭେଟିଥିଲେ। ଦୁହେଁ ପ୍ରଥମେ ବନ୍ଧୁ ହୋଇଥିଲେ। ଧୀରେ ଧୀରେ ସେମାନଙ୍କର ପ୍ରେମ ବଢ଼ିଥିଲା। ଶେଷରେ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ।

ବୃତ୍ତିରେ ହାଫିଜ ଜଣେ ଅଟୋ ମେକାନିକ୍‌। ସେ ପାକିସ୍ତାନର ହାଫିଜାବାଦର ବାସିନ୍ଦା। ଦୁହେଁ ପୂର୍ବରୁ କେବେ ସାକ୍ଷାତ କରି ନ ଥିଲେ। କଥାବାର୍ତ୍ତା କେବଳ ଫୋନରେ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା। ହାଫିଜଙ୍କ ପରିବାର ତାଙ୍କର ବିବାହ ଅନ୍ୟତ୍ର କରାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ କେବଳ ବ୍ରୋମାଙ୍କୁ ବିବାହ କରିବାକୁ ଚାହିଁଥିଲେ। ଏଣୁ ବ୍ରୋମା ପାକିସ୍ତାନକୁ ଆସି ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ ବ୍ରୋମା ମୁସଲମାନ ଧର୍ମ ଗ୍ରହଣ କରିଛନ୍ତି। ଏହି ବିବାହକୁ ନେଇ ପାକିସ୍ତାନରେ ଚର୍ଚ୍ଚା ହେଉଛି।

Share