୮୩ ସ୍ଥିତି ଜିରୋଠୁ ଖରାପ

ମୁମ୍ବାଇ,୫।୧: ରଣବୀର ସିଂଙ୍କ ଫିଲ୍ମ ‘୮୩’ ବକ୍ସ ଅଫିସରେ ପୂରା ଫେଲ୍‌ ମାରିଛି। ଭାରତୀୟ କ୍ରିକେଟ ଇତିହାସର ସବୁଠୁ ଉଜ୍ଜଳ ଅଧ୍ୟାୟ ୧୯୮୩ ବିଶ୍ୱକପ୍‌ ବିଜୟ ଉପରେ ଆଧାରିତ ଫିଲ୍ମ ୨୦୨୧, ଡିସେମ୍ବର ୨୪ ତାରିଖରେ ରିଲିଜ ହୋଇଥିଲା। ଭଲ ରିଭ୍ୟୁ ଏବଂ କ୍ରିଟିକ୍‌ଙ୍କ ଠାରୁ ପଜିଟିଭ ରେସପନ୍ସ ସତ୍ତ୍ୱେ ଫିଲ୍ମକୁ ବକ୍ସ ଅଫିସରେ ସେଭଳି କଲେକଶନ ମିଳିନାହିଁ। ଏପରି କି ଫିଲ୍ମର ସ୍ଥିତି ଶାହରୁଖ ଖାନଙ୍କ ‘ଜିରୋ’ଠାରୁ ପ୍ରଦର୍ଶନ କରିଛି। ରବିବାର ପର୍ଯ୍ୟନ୍ତ ସ୍ପୋଟର୍‌ସ ଉପରେ ଆଧାରିତ ଫିଲ୍ମ ୯୩.୧୭ କୋଟି ଟଙ୍କା ଆୟ କରିଛି। ତେବେ କୋଭିଡ୍‌ ସମୟକୁ ଛାଡ଼ି ଦେଲେ ଫିଲ୍ମର ବିଫଳତା ପଛରେ ଅନେକ କାରଣ ରହିଥିବା ଟ୍ରେଡ୍‌ ଆନାଲିଷ୍ଟ କୋମଲ ନାହଟା କହିଛନ୍ତି।

“କିଛି ହଲରେ ୮୩କୁ ଦେଖିଲା ପରେ ଦର୍ଶକମାନେ କରତାଳି ଦେଉଛନ୍ତି। କିନ୍ତୁ ଯୁବ ବର୍ଗ ଭିତରକୁ ହିଁ ଯାଉ ନାହାନ୍ତି। ଆଉ ଏମାନଙ୍କ ଉପରେ ଫିଲ୍ମ ବ୍ଲକବଷ୍ଟର ହେବା କି ନାହିଁ ନିର୍ଭର କରେ। ୧୫ରୁ ୩୫ ବୟସ ବର୍ଗ ଅତୀତରେ ବିଶ୍ୱାସ ରଖନ୍ତି ନାହିଁ। ସେମାନେ ମହାନ ଅଧିନାୟକ କପିଳ ଦେବଙ୍କ ଖେଳ ଦେଖି ନାହାନ୍ତି। ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ସେମାନଙ୍କ ପସନ୍ଦ। ଆଉ ଥିଏଟରରେ ପୁଷ୍ପା ଏବଂ ସ୍ପାଇଡର ମ୍ୟାନ ଏବେ ବି ଭଲ ରୋଜଗାର କରୁଛନ୍ତି। ଡିସେମ୍ବର ୧୭ରେ ରିଲିଜ ହୋଇଥିବା ଆଲୁ ଅର୍ଜୁନଙ୍କ ଫିଲ୍ମର ଏପର୍ଯ୍ୟନ୍ତ ଓ୍ବାଲର୍‌ଡଓ୍ବାଇଡ୍‌ ଆୟ ୩୦୦ କୋଟି ପାର କରିଛି” ବୋଲି ନାହଟା କହିଛନ୍ତି।

Share