Categories: ଜାତୀୟ

୮୨୦ କୋଟିର ୟୁକୋ ବ୍ୟାଙ୍କ ଦୁର୍ନୀତି

ନୂଆଦିଲ୍ଲୀ,୮।୩: ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କାର ସନ୍ଦେହଜନକ କାରବାର ଅଭିଯୋଗରେ ସିବିଆଇ ୨ ଇଞ୍ଜିନିୟରଙ୍କ ବିରୋଧରେ ମାମଲା ରୁଜୁ କରିଛି। ୟୁକୋ ବ୍ୟାଙ୍କ୍‌ର ମୋବାଇଲ୍‌ ବ୍ୟାଙ୍କିଙ୍ଗ ଆପ୍‌ ପରିଚାଳନା କରୁଥିବା କମ୍ପାନୀ ଏଲ୍‌କୋଡ୍‌ ଟେକ୍‌ନୋଲୋଜିଜ୍‌ ପ୍ରା.ଲିଃରେ ୨ ଇଞ୍ଜିନିୟର ଅଭିଷେକ ଶ୍ରୀବାସ୍ତବ ଏବଂ ସୁପ୍ରିୟା ମଲିକ ନିଯୁକ୍ତ ଥିଲେ। ଜାଲିଆତି କରାଯାଇ ବିଭିନ୍ନ ରାଜ୍ୟର ୪୧,୦୦୦ ବ୍ୟାଙ୍କ ଆକାଉଣ୍ଟକୁ ୮୨୦ କୋଟି ଟଙ୍କା ପଠାଯାଇଥିଲା। ସିବିଆଇ ଗତ ନଭେମ୍ବରରେ ଏହାର ତଦନ୍ତ ଦାୟିତ୍ୱ ନେଇଥିଲା। ରାଜସ୍ଥାନ ଓ ମହାରାଷ୍ଟ୍ରର ୭ଟି ସହରର ୬୭ ସ୍ଥାନରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି। ତ୍ୱରିତ୍‌ ଇଣ୍ଟରବ୍ୟାଙ୍କ ଇଲେକ୍ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫରରେ ଏଭଳି ଦୁର୍ନୀତି ହୋଇଛି।

Share