Posted inଜାତୀୟ

ଦେଶରେ ଦୈନିକ ୮୨ ମର୍ଡର

ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୨ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଦେଖିଲେ ହତ୍ୟାକାଣ୍ଡ ହାର ଝାଡ଼ଖଣ୍ଡରେ ସର୍ବାଧିକ ୪.୧ ରହିଛି। ଦିଲ୍ଲୀରେ ହତ୍ୟାକାଣ୍ଡ ହାର ୨.୨ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୨୧ରେ ଦେଶରେ ମୋଟ ୨୯,୨୭୨ ହତ୍ୟା ମାମଲାରେ ୩୦,୧୩୨ ଜଣଙ୍କ ଜୀବନ ଯାଇଛି। ଏହା ପୂର୍ବବର୍ଷ ତୁଳନାରେ ୦.୩ ପ୍ରତିଶତ ଅଧିକ। ୨୦୨୦ରେ ଦେଶରେ ମୋଟ ହତ୍ୟାକାଣ୍ଡ ସଂଖ୍ୟା ୨୯,୧୯୩ ଥିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୩,୭୩୭ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୩,୮୨୫ ଲୋକଙ୍କ ଜୀବନ ଯାଇଛି।

ଏହା ପଛକୁ ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛି। ବିବାଦ କାରଣରୁ ସର୍ବାଧିକ ୯,୭୬୫ ହତ୍ୟାକାଣ୍ଡ ଘଟିଥିବାବେଳ ବ୍ୟକ୍ତିଗତ ଶତ୍ରୁତା କିମ୍ବା ଷଡ଼ଯନ୍ତ୍ରରୁ ୩,୭୮୨ ଏବଂ ଆର୍ଥତ୍କ କାରବାରକୁ ନେଇ ୧,୬୯୨ ହତ୍ୟାକାଣ୍ଡ ଘଟିଥିବା ଉକ୍ତ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି।

୨୦୨୧ରେ ଓଡ଼ିଶାରେ ମୋଟ ୧,୩୯୪ ହତ୍ୟାକାଣ୍ଡ ଘଟିଛି। ବର୍ଷକ ପୂର୍ବରୁ ଅର୍ଥାତ୍‌ ୨୦୨୦ରେ ରାଜ୍ୟରେ ୧,୪୭୦ ହତ୍ୟାକାଣ୍ଡ ଘଟିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ଥିଲା ୧,୩୫୬। ରାଜ୍ୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ୨ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ପ୍ରେମ ବ୍ୟାପାରକୁ ନେଇ ୬୭ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ବିଭିନ୍ନ ବିବାଦରୁ ୬୮୪ ଜଣଙ୍କୁ ମାରିଦିଆଯାଇଥିବାବେଳେ ଜମିଜମା ବିବାଦରେ ୧୧୧ ଜଣ ହତ୍ୟାର ଶିକାର ହୋଇଛନ୍ତି। ପାରିବାରିକ ବିବାଦ ୫୩୫ ଜୀବନ ନେଇଥିବାବେଳେ ଛୋଟମୋଟ ଗଣ୍ଡଗୋଳରେ ୨୬, ଆର୍ଥିକ ବିବାଦରୁ ୧୨ ଏବଂ ଅନ୍ୟାନ୍ୟ କାରଣରୁ ୨୦୫ ଜଣଙ୍କ ଜୀବନ ଯାଇଛି। ଓଡ଼ିଶାରେ ଗତବର୍ଷ ୩ ନାବାଳକ ଓ ୬ ନାବାଳିକା ହତ୍ୟାକାଣ୍ଡର ଶିକାର ହୋଇଥିବାବେଳେ ୧୮ରୁ ୩୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ୫୬୫ ପୁରୁଷ ଓ ୪୭୩ ମହିଳାଙ୍କ ଜୀବନ ଯାଇଛି। ୩୦ରୁ ୪୫ ବର୍ଷ ବୟସ ବର୍ଗରେ ୧୮୭ ପୁରୁଷ ଓ ୯୭ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୪୮ ପୁରୁଷ ଓ ୨୪ ମହିଳା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ୪ ପୁରୁଷ ଓ ୪ ମହିଳା ହତ୍ୟାର ଶିକାର ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri