୮୨ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ, ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ

ଭଞ୍ଜନଗର,୭ା୯(ବାବୁଲା ପ୍ରଧାନ): ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସମସ୍ତ ନାଗରିକଙ୍କ ସାମାଜିକ ସୁରକ୍ଷା ଚିନ୍ତା କରିବା କଥା। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମରୁ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରୁଛନ୍ତି। ବର୍ତ୍ତମାନ ଦେଶରେ ୮୨ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏନେଇ ରବିବାର ଗଞ୍ଜାମ ଜିଲା ଭଞ୍ଜନଗର ବେଲେଶ୍ୱର ପୀଠରେ ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ସାଧାରଣ
ବୈଠକରେ ତାହା ଅଭିଯୋଗ ହୋଇଛି। ଏଥିସହ ବୈଠକରେ କର୍ମଚାରୀମାନେ ସେମାନଙ୍କ ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଦେଶରେ ୮୨ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀ ଅଛନ୍ତି। ସେଥିମଧ୍ୟରୁ ୩୭ ଲକ୍ଷ ପେନ୍‌ସନ୍‌ଧାରୀଙ୍କୁ ମାସକୁ ହଜାରେ ଟଙ୍କା ଲେଖାଏ ପେନସନ ସରକାର ଦେଉଛନ୍ତି। ମହଙ୍ଗା ଯୁଗରେ ମାସକୁ ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ। ଜଣେ ବୃଦ୍ଧ ବ୍ୟକ୍ତି ନିଜ ପରିବାରକୁ କିଭଳି ଚଳାଇବେ? କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଆମ ଦାବିକୁ ଶୁଣନ୍ତୁ। ନଚେତ୍‌ ଆଗାମୀ ଦିନରେ ଦାବି ହାସଲ ପାଇଁ ଇପିଏଫ୍‌ କାର୍ଯ୍ୟାଳୟକୁ ଧସେଇ ପସିବୁ ବୋଲି ଅଲ ଓଡ଼ିଶା ଇପିଏଫ୍‌ ପେନ୍‌ସନର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ତଥା
କେନ୍ଦ୍ର ଉପସଭାପତି ଭାଗ୍ୟଧର ବ୍ରହ୍ମା ତାହା କହିଛନ୍ତି।

ସଂଘର ତିନୋଟି ମୁଖ୍ୟ ଦାବି ହେଲା ସର୍ବନିମ୍ନ ପେନ୍‌ସନ୍‌ ୯ ହଜାର ଟଙ୍କା କରିବା, ମହଙ୍ଗା ଭତ୍ତା ପ୍ରଦାନ ସହ ସ୍ବାସ୍ଥ୍ୟବୀମା ପ୍ରଦାନ, ଇପିଏଫ ଆକାଉଣ୍ଟରେ ୬୭ ଲକ୍ଷ କୋଟି ଟଙ୍କା ଗଚ୍ଛିତ ଅଛି। ଉକ୍ତ ଟଙ୍କାକୁ ଫିକ୍ସିଡ ଡିପୋଜିଟ୍‌ କରି ଯଦି ପେନ୍‌ସନ୍‌ ମଧ୍ୟ ଦିଆଯିବ ତେବେ ପେନ୍‌ସନଧାରୀମାନେ ବହୁତ ଟଙ୍କା ପାଇବେ। କିନ୍ତୁ ସରକାର ତାହା କରାଇ ଦେଉନାହାନ୍ତି ବୋଲି ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଉପଦେଷ୍ଟା ନଟବର ଆଚାର୍ଯ୍ୟ ସଭାରେ ଅଭିଯୋଗ କରିଥିଲେ।

୧୯୯୫ ମସିହା ପୂର୍ବରୁ ନିଗମ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ନଥିଲା। ୧୬.୧୧. ୧୯୯୫ରେ ତତ୍କାଳୀନ କେନ୍ଦ୍ର ସରକାର ନିଗମ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିଥିଲେ। କର୍ମଚାରୀଙ୍କ ଦରମାରୁ ଇପିଏଫ୍‌ ବାବଦକୁ କଟୁଥିବା ଟଙ୍କାକୁ ଆଧାର କରି ପେନ୍‌ସନ୍‌ ବ୍ୟବସ୍ଥା ହୋଇଥିଲା। ଏହିଭଳି ପେନ୍‌ସନ୍‌ଧାରୀମାନେ ବହୁତ କମ ଟଙ୍କା ପାଉଥିଲେ। ୨୦୧୪ରେ ସର୍ବନିମ୍ନ ପେନସନ ୧ ହଜାର ଟଙ୍କା କରାଯାଇଥିଲା। ୨୦୧୪ ପରଠୁ ଆଉ ପେନ୍‌ସନ୍‌ ବୃଦ୍ଧି ପାଇନାହିଁ। ଯାହାକି ଚିନ୍ତାଜନକ ବିଷୟ। ଏଥିସହ ଚାକିରି କାଳରେ ବକେୟା ରହିଥିବା ବିଭିନ୍ନ ସୁବିଧା ପ୍ରଦାନ କରାଯାଉ। ରାଜ୍ୟରେ ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ କେନ୍ଦୁଝରଠାରେ ଇପିଏଫ୍‌ କାର୍ଯ୍ୟାଳୟ ଅଛି। କିନ୍ତୁ ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ଉକ୍ତ କର୍ମଚାରୀଙ୍କୁ ହଇରାଣ କରାଯାଉଛି। କୋର୍ଟ ନିର୍ଦ୍ଦେଶ ପ୍ରକାରେ ସଂଶୋଧିତ ପେନ୍‌ସନ୍‌ ପ୍ରଦାନ କରାଯାଉନାହିଁ ବୋଲି କିଛି ବକ୍ତା ଅଭିଯୋଗ କରିଥିଲେ। କର୍ମଚାରୀମାନେ ଦୀର୍ଘବର୍ଷ ଧରି ସରକାରଙ୍କ ସେବା କରୁଛନ୍ତି। ଅବସର ପରେ ସେମାନଙ୍କ ବିକାଶ କଥା ଚିନ୍ତା କରାଯାଉନାହିଁ। ରାଜ୍ୟରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଏହିଭଳି କର୍ମଚାରୀ ଅଛନ୍ତି। ବନ ନିଗମରେ ୨୦୦୬ରୁ ୨୦୧୦ ମଧ୍ୟରେ ଷଷ୍ଠ ବେତନ କମିଶନର ବର୍ଦ୍ଧିତ ବକେୟା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିବାକୁ ନାହିଁ।
ତାହାକୁ ତୁରନ୍ତ ପ୍ରଦାନ କରାଯାଉ ବୋଲି ବୈଠକରେ ଯୋଗଦେଇ ବକ୍ତାମାନେ କହିଥିଲେ। ରାଜ୍ୟ ସଭାପତି ବିଜୟ କୁମାର ଜେନା, ନିଗମ ମହାସଂଘର ରାଜ୍ୟ ସଭାପତି ସରୋଜ କାନ୍ତ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ପ୍ରକାଶ କୁମାର ପଟ୍ଟନାୟକ, ଓଡ଼ିଶା ବନ ନିଗମ କର୍ମଚାରୀ ସଂଘର ଉପଦେଷ୍ଟା ଅକ୍ଷୟ ବିଶ୍ବାଳ, ରାଜ୍ୟ ସଡ଼କ ପରିବହନ ନିଗମ ପ୍ରଶାନ୍ତ କୁମାର ରାଉତ, ମତ୍ସ୍ୟ ଓ ପଶୁପାଳନ ବିକାଶ, ଜୀବନ ବୀମା ନିଗମର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri