ଆନ୍ଦୋଳନକୁ ଓହ୍ଲାଇଲେ ୮୧୦୨ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୨୦୧୫ରେ ନିଯୁକ୍ତି ପାଇଥିବା ୮୧୦୨ଜଣ କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ସମୟ ପୂରଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଚାକିରି ନିୟମିତ କରୁ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଏହି ଶିକ୍ଷକମାନେ ରବିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨୦୧୫ ବ୍ୟାଚ୍‌ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆହ୍ବାନକ୍ରମେ କନିଷ୍ଠ ଶିକ୍ଷକମାନେ ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗରେ ଧାରଣା ଦେଇଛନ୍ତି। ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକମାନେ ୬ ବର୍ଷରେ ନିୟମିତ ହେବାର ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ ଅବଧି ପୂରଣ ହୋଇ ୧୧ମାସ ଆତିକ୍ରାନ୍ତ ହୋଇଥିବା ଧାରଣାରତ ଶିକ୍ଷକମାନେ କ୍ଷୋଭର ସହ କହିଛନ୍ତି। ଏପରିକି ଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସରକାର ଏହାକୁ ଆବମାନନା କରିଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦି ସରକାର ତତ୍କାଳ ନିୟମିତ ପ୍ରକ୍ରିୟାକୁ ମଞ୍ଜୁରୀ ନ ଦିଅନ୍ତି, ତେବେ ଶିକ୍ଷକମାନେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri