Categories: ବାଣିଜ୍ୟ

ମାସକରେ ୮,୧୦୦ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ,୨୪।୧: ଅନ୍ତଃରାଷ୍ଟ୍ରୀୟ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ‘ଆପଲ’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି କମ୍ପାନୀ ଗୋଟିଏ ମାସରେ ଭାରତରୁ ପ୍ରାୟ ଏକ ବିଲିୟନ ଡଲାର (୮,୧୦୦ କୋଟି ଟଙ୍କା) ମୂଲ୍ୟର ସ୍ମାର୍ଟଫୋନ୍‌ ବିଦେଶକୁ ରପ୍ତାନି କରିଛି। ବିଶେଷକରି ଆଇଫୋନ୍‌ ନିର୍ମାତା ଆପଲ ୨୦୨୨ ଡିସେମ୍ବରରେ ଏହି ବିରଳ ଉପଲବ୍ଧି ହାସଲ କରିଥିବା ଆପଲ ପକ୍ଷରୁ କୁହାଯାଇଛି। ସେହିଭଳି ଭାରତର ସ୍ମାର୍ଟଫୋନ୍‌ ଉଦ୍ୟୋଗଗୁଡିକ ୨୦୨୨ ଡିସେମ୍ବରରେ ପ୍ରାୟ ୧୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋବାଇଲ ଫୋନ ରପ୍ତାନି କରିଛି, ବର୍ତ୍ତମାନ ଆପଲ ଏବଂ ସାମସଙ୍ଗ ଭାରତରୁ ବିଦେଶକୁ ମୋବାଇଲ ଫୋନ୍‌ ରପ୍ତାନି କରିବାରେ ପ୍ରମୁଖ କମ୍ପାନୀ ଭାବେ ଉଭା ହୋଇଛନ୍ତି। ଏପରିକି ସରକାରୀ ସୂଚନା ଅନୁସାରେ ୨୦୨୨ ନଭେମ୍ବରରେ ଆପଲ ପ୍ରମୁଖ ମୋବାଇଲ ଫୋନ୍‌ ରପ୍ତାନି ଭାବେ ସାମ୍‌ସଙ୍ଗକୁ ପଛରେ ପକାଇ ଦେଇଥିଲାବେଳେ ଡିସେମ୍ବରରେ ମଧ୍ୟ ଆପଲ ଏକ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ ବିଦେଶକୁ ରପ୍ତାନି କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଅପରପକ୍ଷରେ ଆପଲ ଆଇଫୋନ୍‌ ୩ ଭାରତୀୟ ଷ୍ଟାର୍ଟଅପ କମ୍ପାନୀ ୱିଷ୍ଟନର, ଫାକ୍ସକମ ଏବଂ ପେଗାଣ୍ଟନ କଣ୍ଟ୍ରାକ୍ଟ ଆଧାରରେ ନିର୍ମାଣ କରୁଛନ୍ତି। ଏପରିକି ଭାରତରେ ଆପଲ ଆଇଫୋନ୍‌ର ୧୨,୧୩, ୧୪ ଏବଂ ୧୪+ ମଡେଲ ଉତ୍ପାଦନ ଏବଂ ରପ୍ତାନି ହେଉଛି। ଉକ୍ତ ତିନି ମାନୁଫାକ୍ଚରଙ୍କୁ ଛାଡି କିଛି ଛୋଟ ଛୋଟ ଭାରତୀୟ କମ୍ପାନୀ ମଧ୍ୟ ଭାରତରୁ ଆଇଫୋନ ରପ୍ତାନି କରୁଛନ୍ତି। ସେହିପରି ଫାକ୍ସକମ ଏବଂ ପେଗାଣ୍ଟନର କାରଖାନା ତାମିଲନାଡୁରେ ଥିବାବେଳେ ୱିଷ୍ଟନର ଫାସିଲିଟି କର୍ନାଟକରେ ରହିଛି । ଏହିସବୁ ଆଇଫୋନ ନିର୍ମାତା ସରକାରଙ୍କ ସ୍ମାର୍ଟଫୋନ ପ୍ରଡକ୍ସନ ଲିଙ୍କ୍‌ଡ ଇନ୍‌ସେଟିଭ (ପିଆଇଏଲ) ଯୋଜନାରେ ସାମିଲ ହୋଇଛନ୍ତି।

Share