ମାସକରେ ୮,୧୦୦ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ,୨୪।୧: ଅନ୍ତଃରାଷ୍ଟ୍ରୀୟ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ‘ଆପଲ’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି କମ୍ପାନୀ ଗୋଟିଏ ମାସରେ ଭାରତରୁ ପ୍ରାୟ ଏକ ବିଲିୟନ ଡଲାର (୮,୧୦୦ କୋଟି ଟଙ୍କା) ମୂଲ୍ୟର ସ୍ମାର୍ଟଫୋନ୍‌ ବିଦେଶକୁ ରପ୍ତାନି କରିଛି। ବିଶେଷକରି ଆଇଫୋନ୍‌ ନିର୍ମାତା ଆପଲ ୨୦୨୨ ଡିସେମ୍ବରରେ ଏହି ବିରଳ ଉପଲବ୍ଧି ହାସଲ କରିଥିବା ଆପଲ ପକ୍ଷରୁ କୁହାଯାଇଛି। ସେହିଭଳି ଭାରତର ସ୍ମାର୍ଟଫୋନ୍‌ ଉଦ୍ୟୋଗଗୁଡିକ ୨୦୨୨ ଡିସେମ୍ବରରେ ପ୍ରାୟ ୧୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋବାଇଲ ଫୋନ ରପ୍ତାନି କରିଛି, ବର୍ତ୍ତମାନ ଆପଲ ଏବଂ ସାମସଙ୍ଗ ଭାରତରୁ ବିଦେଶକୁ ମୋବାଇଲ ଫୋନ୍‌ ରପ୍ତାନି କରିବାରେ ପ୍ରମୁଖ କମ୍ପାନୀ ଭାବେ ଉଭା ହୋଇଛନ୍ତି। ଏପରିକି ସରକାରୀ ସୂଚନା ଅନୁସାରେ ୨୦୨୨ ନଭେମ୍ବରରେ ଆପଲ ପ୍ରମୁଖ ମୋବାଇଲ ଫୋନ୍‌ ରପ୍ତାନି ଭାବେ ସାମ୍‌ସଙ୍ଗକୁ ପଛରେ ପକାଇ ଦେଇଥିଲାବେଳେ ଡିସେମ୍ବରରେ ମଧ୍ୟ ଆପଲ ଏକ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ ବିଦେଶକୁ ରପ୍ତାନି କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଅପରପକ୍ଷରେ ଆପଲ ଆଇଫୋନ୍‌ ୩ ଭାରତୀୟ ଷ୍ଟାର୍ଟଅପ କମ୍ପାନୀ ୱିଷ୍ଟନର, ଫାକ୍ସକମ ଏବଂ ପେଗାଣ୍ଟନ କଣ୍ଟ୍ରାକ୍ଟ ଆଧାରରେ ନିର୍ମାଣ କରୁଛନ୍ତି। ଏପରିକି ଭାରତରେ ଆପଲ ଆଇଫୋନ୍‌ର ୧୨,୧୩, ୧୪ ଏବଂ ୧୪+ ମଡେଲ ଉତ୍ପାଦନ ଏବଂ ରପ୍ତାନି ହେଉଛି। ଉକ୍ତ ତିନି ମାନୁଫାକ୍ଚରଙ୍କୁ ଛାଡି କିଛି ଛୋଟ ଛୋଟ ଭାରତୀୟ କମ୍ପାନୀ ମଧ୍ୟ ଭାରତରୁ ଆଇଫୋନ ରପ୍ତାନି କରୁଛନ୍ତି। ସେହିପରି ଫାକ୍ସକମ ଏବଂ ପେଗାଣ୍ଟନର କାରଖାନା ତାମିଲନାଡୁରେ ଥିବାବେଳେ ୱିଷ୍ଟନର ଫାସିଲିଟି କର୍ନାଟକରେ ରହିଛି । ଏହିସବୁ ଆଇଫୋନ ନିର୍ମାତା ସରକାରଙ୍କ ସ୍ମାର୍ଟଫୋନ ପ୍ରଡକ୍ସନ ଲିଙ୍କ୍‌ଡ ଇନ୍‌ସେଟିଭ (ପିଆଇଏଲ) ଯୋଜନାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri