ରଥଯାତ୍ରା ଦାୟିତ୍ୱରେ ୮୧ ମାଜିଷ୍ଟ୍ରେଟ୍‌

ପୁରୀ ଅଫିସ,୧୯।୬: ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ସୁଚାରୁରୂପେ ରଥଯାତ୍ରା ସମ୍ପନ୍ନ କରାଇବାକୁ ୮୧ଜଣ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିବେ। ଏମାନେ ଜୁନ୍‌ ୨୯ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ପୁରୀରେ ରହି କାର୍ଯ୍ୟ କରିବେ। ସେହିପରି ୧୫ କମାଣ୍ଡାଣ୍ଟ, ୩୭ଜଣ ଅତିରିକ୍ତ ଏସ୍‌ପି, ୮୫ ଡିଏସ୍‌ପି, ୧୫୦ ଇନ୍ସପେକ୍ଟର, ୭୬୦ ସବଇନ୍ସପେକ୍ଟରଙ୍କ ସମେତ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ତିନି ରଥ ଦାୟିତ୍ୱରେ ତିନି ଜଣ ଲେଖାଏ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ମିଳିଛି। ତାଳଧ୍ୱଜ ରଥ ଦାୟିତ୍ୱରେ ଏସ୍‌ପି କନୱର ବିଶାଲ ସିଂ, ଉପଜିଲାପାଳ ଭବତାରଣ ସାହୁ ଓ ଡେପୁଟି କଲେକ୍ଟର ସୁମନ୍ତ କର ରହିବେ। ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଏବଂ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ ରହିବେ। ସେହିଭଳି ନନ୍ଦିଘୋଷ ରଥ ଦାୟିତ୍ୱରେ ଜିଲାପାଳ ସମର୍ଥ ବର୍ମା, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କୈଳାସ ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ନିୟନ୍ତ୍ରଣ ପାଇଁ ପୁରୀ ସହରକୁ ୧୮ଟି ଓ ସହର ବାହାରକୁ ୧୧ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଅସ୍ଥାୟୀ ପାର୍କିଂ ପାଇଁ ୨୩ଟି ସ୍ଥାନ ଚିହ୍ନଟ ହୋଇଛି। ୭୦ଟି ଜାଗାରେ ୮୭ଟି ଏଲ୍‌ଇଡି ଲାଇଟ୍‌ ଲଗାଯିବ। ମଙ୍ଗଳାଘାଟ, ବାଲିଘାଟ, ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ ଭଳି ସ୍ଥାନରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ହେବ। ହାଇମାଷ୍ଟ ଓ ସେମିହାଇମାଷ୍ଟ ଲାଇଟ୍‌ର ମରାମତି କାର୍ଯ୍ୟ ସରିଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ୩ଶହ ଅସ୍ଥାୟୀ ପାଇଖାନା ଓ ଶୌଚାଳୟ ନିର୍ମାଣ ହେଉଛି। ସମୁଦ୍ରକୂଳ ସଫା ଓ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ମତ୍ସ୍ୟଜୀବୀମାନେ ନିୟୋଜିତ ହେବେ। ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ରେଡିଓଗ୍ରାଫରଙ୍କୁ ମିଶାଇ ୨୪୫ ଜଣ ଅତିରିକ୍ତ ନିୟୋଜିତ ହେବେ। ପୁରୀ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ୧୫୫ଟି ଅତିରିକ୍ତ ଶଯ୍ୟା ଓ ଗ୍ରାମାଞ୍ଚଳ ନିମିତ୍ତ ୫୨ଟି ଶଯ୍ୟାର ବ୍ୟବସ୍ଥା ହୋଇଛି। ୮ଜଣ ଖାଦ୍ୟ ନିରୀକ୍ଷକ ନିୟୋଜିତ ହେବେ। ୩୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହେବ। ଅଂଶୁଘାତକୁ ଧ୍ୟାନ ଦେଇ ୨ଟି ହିଟ୍‌ ଷ୍ଟ୍ରୋକ୍‌ ସେଣ୍ଟର ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ବାଗେଡ଼ିଆ ଧର୍ମଶାଳା ପରିସରରେ ଖୋଲାଯିବ। ୨ଟି କାଜୁଆଲଟି କାର୍ଯ୍ୟକ୍ଷମ ହେବ। ଖାଦ୍ୟ ସୁରକ୍ଷା ନିମନ୍ତେ ୨ଟି ନିରୀକ୍ଷକ ଦଳ ଗଠନ ହେବ। ପୁରୀ ବାହାରୁ ୨୨୩ ଡାକ୍ତର, ୩୯ ନର୍ସ, ୧୬୦ ଫାର୍ମାସିଷ୍ଟ, ୪ ରେଡିଓ ଗ୍ରାଫର୍‌, ୧୩୯ ଆଟେଣ୍ଟାଣ୍ଡ ଏବଂ ୧୦ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଅଣାଯିବେ। ମୁଖ୍ୟରାସ୍ତା କଡ଼ରେ ୧୦ଟି ସଚେତନତା ହୋର୍ଡିଂ ଲଗାଯିବ। ପାନୀୟଜଳ ପାଇଁ ୭୬୦ଟି ହ୍ୟାଣ୍ଡପମ୍ପ ଟ୍ୟୁବୱେଲ୍‌ ବସାଯାଇଛି। ବଡ଼ଦାଣ୍ଡରେ ୨୫୦ଟି ଷ୍ଟାଣ୍ଡପୋଷ୍ଟ ହୋଇଛି। ୨୮ଟି ଟ୍ୟାଙ୍କର ୨୪ଘଣ୍ଟିଆ ମୁତୟନ ରହିବ। ୧୫ଟି ମରାମତି ଦଳ ସକ୍ରିୟ ରହିବେ। ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ୨୪ଟି ଡିଜି ସେଟ୍‌ର ବ୍ୟବସ୍ଥା ହେବ। ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଥିବା ଯାଞ୍ଚକାରୀ କର୍ମଚାରୀ ଓ ପରିବହନ ଆୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ୪ଜଣ ଇନ୍ସପେକ୍ଟର ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରିବେ। ଜିଲା ପରିବହନ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ହେବ। ରେଳଷ୍ଟେଶନରେ ୩୫ଟି ଟିକେଟ୍‌ କାଉଣ୍ଟର ଖୋଲିବ। ୧୧୫ଟି ନୂଆ ଟ୍ରେନ୍‌ ଚାଲିବ। ୨୮ଟି ଅଟୋମେଟିକ୍‌ ଟିକେଟ୍‌ କାଉଣ୍ଟର କରାଯିବ। ଆପତ୍‌କାଳୀନ ପରିସ୍ଥିତି ମୁକାବିଲା, ଅଗ୍ନିଶମ ବିଭାଗ ପ୍ରସ୍ତୁତି, ବ୍ୟାରିକେଡ୍‌ ବ୍ୟବସ୍ଥା, ବିପଦସଙ୍କୁଳ କୋଠାବାଡ଼ି ଚିହ୍ନଟ, ରାସ୍ତାଘାଟ ମରାମତି, ରଥ ନିର୍ମାଣ କାର୍ଯ୍ୟ, ପ୍ରସାରଣ ବ୍ୟବସ୍ଥା, ବ୍ୟାଙ୍କ ସେବା, ଜରୁରିକାଳୀନ ସେବା, ସୂଚନା ସେବା, ପର୍ଯ୍ୟଟନ ସେବା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri