ଭିତରକନିକାରେ ୮୧ କୁମ୍ଭୀର ବସା ଚିହ୍ନଟ

ରାଜନଗର, ୧୦ା୭(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ୮୧ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଗତ ବର୍ଷ ୧୦୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୮୧କୁ ଖସି ଆସିଛି। ବାତ୍ୟା ୟାସ ପ୍ରଭାବରେ କିଛି କୁମ୍ଭୀର ବସା ନଷ୍ଟ ହୋଇଥିଲା। ଚଳିତବର୍ଷ କନିକା ରେଞ୍ଜରେ ୬୭ଟି, ରାଜନଗର ରେଞ୍ଜରେ ୧୦ଟି, ମହାକାଳପଡା ରେଞ୍ଜରେ ୨ଟି, ଗହୀରମଥା ରେଞ୍ଜରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। କନିକା ରେଞ୍ଜର ଡାଙ୍ଗମାଳ, ରଗଡାପାଟିଆ ଓ ମହିଁଷାମଡା ଫରେଷ୍ଟ ବ୍ଲକରେ ଅଧିକ ସଂଖ୍ୟାରେ କୁମ୍ଭୀର ବସା ଚିହ୍ନଟ ହୋଇଛି। ୨୦୧୮ରେ ୧୦୧ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ୨୦୧୯ରେ ୧୦୩ଟି ଓ ୨୦୨୦ରେ ୧୦୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ମେରେ ଭିତରକନିକା ଜଙ୍ଗଲ ଜୁଆର ପାଣିରେ ବୁଡି ରହିଥିଲା। ସେଥିପାଇଁ ଚଳିତ ବର୍ଷ କୁମ୍ଭୀର ବସା ସଂଖ୍ୟା କମିବା ସହିତ ପ୍ରଜନନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି।