ଚିହ୍ନଟ ଅପେକ୍ଷାରେ ୮୧ ମୃତଦେହ

ଭୁବନେଶ୍ୱର,୧୭ା୬(ଅଭିଜିତ ଦାସ) ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨ ସପ୍ତାହ ବିତିଯାଇଛି। ଗତ ୨ ତାରିଖ ଶୁକ୍ରବାର ରାତିରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ଜଣଙ୍କ ଜୀବନ ଯାଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚତ୍ଥିବାବେଳେ ଶତାଧିକ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଇତିମଧ୍ୟରେ ଅନେକ ଯାତ୍ରୀ ନିଖୋଜ ଥିବା ବହୁ ପରିବାର ଦାବି କରିବା ସହ ଖୋଜାଖୋଜି କରୁଥିବାବେଳେ ଏବେବି ଭୁବନେଶ୍ୱର ଏମ୍‌ସରେ ୮୧ ମୃତଦେହ ଚିହ୍ନଟ ଅପେକ୍ଷାରେ ରହିଛି। ଉକ୍ତ ମୃତଦେହଗୁଡିକୁ ୩ଟି କଣ୍ଟେନରରେ ସଂରକ୍ଷଣ କରି ରଖାଯାଇଛି। ଡିଏନ୍‌ଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ମୃତଦେହ ଚିହ୍ନଟ ହୋଇପାରୁନି କି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇପାରୁନି। ଦୁର୍ଘଟଣାର ସପ୍ତାହ ଯାଏ ଏମ୍‌ସ ପରିସରରେ ମୃତଙ୍କ ପରିବାର ଲୋକଙ୍କ ଭିଡ ପରିଲକ୍ଷିତ ହେଉଥିବାବେଳେ ବର୍ତ୍ତମାନ ସେସବୁ ସ୍ଥାନ ଖାଁ ଖାଁ ହେବାରେ ଲାଗିଛି। ଅଧିକାଂଶ ପରିବାର ସଦସ୍ୟ ଡିଏନ୍‌ଏ ନମୁନା ଦେଇ ନିଜ ଘରକୁ ପଳାଇଥିବାବେଳେ ଆଉ କେତେକଜଣ ଏମ୍‌ସ ଧର୍ମଶାଳା ଓ ରେଲୱେ ଗେଷ୍ଟ ହାଉସ୍‌ରେ ରହି ମୃତଦେହ ପାଇବାକୁ ଆଶା ବାନ୍ଧିଛନ୍ତି।
ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ଚିହ୍ନଟ ହୋଇ ନ ଥିବା ମୃତଦେହଗୁଡିକ କଣ୍ଟେନର ମଧ୍ୟରେ ରହିଛି। ସମସ୍ତ ମୃତଦେହର ଏମ୍‌ବାଲ୍‌ମ୍ବିଂ କରାଯାଇ ବିଯୁକ୍ତ ୧୦ ଡିଗ୍ରୀ ତାପମାତ୍ରାରେ ରଖାଯାଇଛି। ସାଧାରଣତଃ ଶବଗୃହରେ ମୃତ ଶରୀରଗୁଡିକ ବିଯୁକ୍ତ ୧ ଡିଗ୍ରୀରୁ ୫ ଡିଗ୍ରୀ ତାପମାତ୍ରା ମଧ୍ୟରେ ରଖାଯାଏ। କିନ୍ତୁ ଅଧିକ ଦିନ ସଂରକ୍ଷଣ ଲାଗି ଏପରି ବ୍ୟବସ୍ଥା କରାଯାଇଛି। ୪୦ଘଣ୍ଟା ପରେ ମୃତଦେହ ଆସିଥିବାରୁ ଓ ଅଧିକାଂଶ ମୃତଦେହ ବିକୃତ ଅବସ୍ଥାରେ ଥିବାରୁ ସେଗୁଡିକୁ ବେଶି ଦିନ ସଂରକ୍ଷଣ କରିବାକୁ ଚେଷ୍ଟା କରାଯାଉଛି। ସେପଟେ ଏମ୍‌ସ ସୁପରିଣ୍ଟେଣ୍ଡେଣ୍ଟ ତଥା ଆନାଟୋମି ବିଭାଗର ପ୍ରଫେସର ପ୍ରଭାସ ତ୍ରିପାଠୀ କହିଛନ୍ତି, ଚିହ୍ନଟ ହୋଇ ନ ଥିବା ସମୁଦାୟ ୮୧ଟି ମୃତଦେହ ମଧ୍ୟରୁ ୭୮ଟିର ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତ ନମୁନାକୁ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛି। ସାଧାରଣତଃ ଡିଏନ୍‌ଏ ଟେଷ୍ଟିଂରେ ସମୟ ଲାଗି ଥାଏ। କିନ୍ତୁ ଗୋଟାଏ ମୃତ ଦେହ ଲାଗି ୩ରୁ ୪ଟି ପରିବାର ଦାବିଦାର ଥିବାବେଳେ ସେମାନଙ୍କ ଡିଏନ୍‌ଏ ନମୁନାଗୁଡିକ ୱାନ୍‌ ଟୁ ୱାନ୍‌ ପ୍ରକ୍ରିୟାରେ ଟେଷ୍ଟିଂ ଚାଲିଛି। ରିପୋର୍ଟ ଆସିଲେ ମୃତଦେହଗୁଡିକୁ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri