Categories: ଜାତୀୟ

ସନ୍ଧ୍ୟା ୫ଟା ସୁଦ୍ଧା ନାଗାଲାଣ୍ଡରେ ୮୧.୯୪, ମେଘାଳୟରେ ୭୪.୩୨ ପ୍ରତିଶତ ଭୋଟିଂ

କୋହିମା/ଶିଲଂ,୨୭।୨: ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଶେଷ ହେବାର ଥିଲା। ହେଲେ କେବଳ ଧାଡ଼ିରେ ରହିଥିବା ଭୋଟର ପରବର୍ତ୍ତି ସମୟରେ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଚଳିତ ଥର ନାଗାଲାଣ୍ଡ ଓ ମେଘାଳୟରେ ୫୯-୫୯ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ନାଗାଲାଣ୍ଡ ବିଧାନସଭା ନିର୍ବାଚନ ୮୧.୯୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବା ବେଳେ ମେଘାଳୟରେ ୭୪.୩୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ମାର୍ଚ୍ଚ ୨ରେ ଏହାର ଫଳାଫଳ ଆସିବ।

Share