ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର ୮୦ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଦିଗପହଣ୍ଡି କୋର୍ଟରେ ଜେଏମଏଫସି ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ,ସମସ୍ତ କୋର୍ଟ କର୍ମଚାରୀ,ଆଇନଜୀବି ବୃନ୍ଦଙ୍କ ଉପସ୍ଥିତିରେ ସିଭିଲ ଜଜ ସିନିୟର୍ ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ହୃଦୟ ରଞ୍ଜନ ମେକାପ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ବିଡ଼ିଓ ଉମେଶ ସେଠୀ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶିନୀ ଜାନିଙ୍କ ମିଳିତ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର, ତହସିଲ କାର୍ଯ୍ୟାଳୟରେ ତହସିଲଦାର ସନ୍ତୋଷ କୁମାର ସାହୁ, ପୋଲିସ ଥାନା ରେ ଆଇଆଇସି କିଶୋର କୁମାର ସାମଲ, ଅବକାରୀ ଥାନାରେ ଓଆଇସି ସସ୍ମିତା ମଲ୍ଲିକ, ବାଲାଜୀ ମଠରେ ଓକିଲ ସଂଘ ର ପୂର୍ବତନ ସଭାପତି ହରପ୍ରସାଦ ରଥ, ଏନ୍ଏସି କାର୍ଯ୍ୟାଳୟ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ବଜାର ସାହି ଗାନ୍ଧୀ ଛକଠାରେ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ନଗରପାଳ ପ୍ରଫୁଲ୍ଲ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଏହାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସିପିଆଇ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ଅଳକ ନାଥ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ରେ ସମ୍ପାଦକ କେ.ନାଗେଶ୍ଵର ରାଓ ଙ୍କ ସଂଯୋଜନାରେ ସଭାପତି ଡ଼.ଯୁଧିଷ୍ଠିର ସ୍ବାଇଁ ପତା
ପତାକା ଉତ୍ତୋଳନ କରିଥିଲେ। ଦିଗପହଣ୍ଡି ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ଯାଳୟ , ବନବିଭାଗ , ପୂର୍ତ୍ତ ବିଭାଗ, ଛେଳିଗଡ଼ – ଘୋଡାହାଡ ଜଳସେଚନ କାର୍ଯ୍ୟାଳୟ ରେ ମହାଆଡମ୍ବରରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା। ଏଥିସହ ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର , ନିମଖଣ୍ଡିପେଣ୍ଠ , ଗୋକର୍ଣ୍ଣପୁର , କରପଡା , ବାସୁଦେବପୁର , ବମକୋଇ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମାନଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।