କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ ଅନୁଷ୍ଠିତ ୮୦ତମ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହଛାତ୍ରୀ ଛାତ୍ରଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କ ପୁରସ୍କୃତ କରାଯାଇଥିଲା। ସେହିପରି କେସିଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ପତାକା ଉତ୍ତୋଳନ କରିଥିଲେ। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଧିକ୍ଷକ ଡ. ରବୀନ୍ଦ୍ର କୁମାର ଖଟୁଆ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ପରିଷରରେ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ଦାନ କରାଯାଇଥିବା ଅମୃତଧାରାକୁ ଉଦ୍‌ଘାଟନ କରିଥିଲେ। ସେହିପରି କେସିଙ୍ଗା ବ୍ଲକର ବାଲସି ଗ୍ରାମ ସ୍ଥିତ ନେହେରୁ ଯୁବକ ସଂଘର ସଭାପତି ଭବାନୀ ସାହୁଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ଥିଲା। କେସିଙ୍ଗା ବ୍ଳକ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇ ଥିଲା।

Share