ଶିଳ୍ପ, ଖଣି ସଂସ୍ଥାରେ ୮,୦୬୦ କୋଟିର ଜଳକର ବାକି

ଯାଜପୁର,୨୮ା୭ (ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ୨୦୨୦-୨୧ରୁ ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ୨୨୩ଟି ଶିଳ୍ପସଂସ୍ଥାରେ ୭୨୬୨.୪୨୪ କୋଟି ଟଙ୍କା ଏବଂ ୫୫ଟି ଖଣିସଂସ୍ଥା ଉପରେ ୭୯୭.୭୨ କୋଟି ଟଙ୍କା ଜଳକର ବକେୟା ପଡ଼ିଛି। ଚଳିତ ବିଧାନସଭାର ତାରକା ପ୍ରଶ୍ନ ସଂଖ୍ୟା ୨୬୨କୁ ଆଧାର କରି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଗତ ୨୫ ତାରିଖରେ ଦେଇଥିବା ଉତ୍ତର ଅନୁଯାୟୀ ୨୦୨୪ ମାର୍ଚ୍ଚ ସୁଦ୍ଧା ମାତ୍ର ୮୫୯.୦୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ମୋଟ ୮,୦୬୦ କୋଟିର ଜଳକର ବାକି ରହିଛି। ଜଳକର ବକେୟା ସମସ୍ୟାର ଏକକାଳୀନ ସମାଧାନ କରିବାକୁ ଯାଇ ରାଜ୍ୟ ସରକାର କେତେକ ଶିଳ୍ପସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରି ଜଳକର ଛାଡ଼ କରିଥିଲେ। ୨୦୧୫ ନଭେମ୍ବରରେ ରାଜ୍ୟ ସରକାର ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡ୍‌କୋ)କୁ ୫୬ କୋଟି ୪ ଲକ୍ଷ ଟଙ୍କା ଜଳକର ଛାଡ଼ କରିଥିଲେ। ଏହାସତ୍ତ୍ୱେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପସଂସ୍ଥାଗୁଡିକୁ ଜଳଯୋଗାଣ କରୁଥିବା ଇଡ୍‌କୋ ପାଖରେ ଏବେବି ୬୨ କୋଟି ୪୫ ଲକ୍ଷ ୧୫ ହଜାର ଟଙ୍କା ଜଳକର ବାକି ପଡ଼ିଛି। ୨୦୨୦ ସେପ୍ଟେମ୍ବରରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବକେୟା ଜଳକର ଆଦାୟ ଉଦ୍ୟମ କରାଯାଉଥିଲେ ହେଁ ସଫଳତା ମିଳୁପାରୁନାହିଁ।

ରାଜ୍ୟର ବିଭିନ୍ନ ନଦୀନାଳରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ମାଧ୍ୟମରେ ଅନେକ ହଜାର କ୍ୟୁସେକ ପାଣି ଶିଳ୍ପସଂସ୍ଥାଗୁଡ଼ିକୁ ବିକ୍ରି କରାଯାଉଛି। ଇଡ୍‌କୋ ଜଳ ସମ୍ପଦ ବିଭାଗ ସହିତ ଚୁକ୍ତି କରି ପ୍ରାୟ ୨୫ ବର୍ଷ ହେଲା ବ୍ରାହ୍ମଣୀରୁ ପାଣି ନେଇ କଳିଙ୍ଗନଗରର ଶିଳ୍ପସଂସ୍ଥାଗୁଡ଼ିକୁ ଯୋଗାଇବା ସହ ମାସିକ ଭାବେ ଜଳକର ଆଦାୟ କରୁଛି। କିନ୍ତୁ କେଉଁ ପରିସ୍ଥିତିରେ ସରକାରଙ୍କୁ ଜଳକର ଦେବାରେ ଇଡ୍‌କୋ ଏବଂ ଅନ୍ୟ ଶିଳ୍ପସଂସ୍ଥା ପଛଘୁଞ୍ଚା ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ରାଜ୍ୟର ୪୦ରୁ ଉର୍ଦ୍ଧ୍ୱ ଶିଳ୍ପ ଓ ଖଣି ସଂସ୍ଥା ସର୍ବାଧିକ ପରିମାଣ ଜଳକର ବକେୟା ରଖିଛନ୍ତି। ସେଗୁଡ଼ିକ ମଧ୍ୟରେ ତାଳଚେର ବିନ୍ଦାଲ ସ୍ପଞ୍ଜ ଆଇରନ ୧୧.୪୬ କୋଟି, ଚାଇଁପାଳ ଏନ୍‌ଟିପିସି ୧୩୮.୧୬ କୋଟି, ଯୋଡ଼ା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ୧୯.୮୯ କୋଟି, ରାଠି ଷ୍ଟିଲ ଆଣ୍ଡ ପାଓ୍ବାର ୭୮.୧୮ କୋଟି, ମାହେଶ୍ୱରୀ ଇସ୍ପାତ ଲିଃ ୧୩୦.୯୮ କୋଟି, ପାରାଦୀପ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଲିଃ ୬୬.୬୨ କୋଟି, ସମ୍ବଲପୁର ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ୨୬୯.୨୪ କୋଟି, ବ୍ରଜରାଜନଗର ଓରିଏଣ୍ଟ ପେପର ମିଲ୍‌ ୨୧୧.୮୯ କୋଟି, ଏନ୍‌ଏଲ୍‌ସି ଇଣ୍ଡିଆ ଲିଃ ୧୦.୭୦ କୋଟି, ଟାଟା ଷ୍ଟିଲ ବିଏସ୍‌ଏଲ୍‌ ଲିଃ ୧୪୫.୯୧ କୋଟି, ଖୁଣ୍ଟୁଣି ବିଆର୍‌ଜି ଆଇରନ ଆଣ୍ଡ ଷ୍ଟିଲ ୩୨.୪୭ କୋଟି, ଢେଙ୍କାନାଳ ଉତ୍କଳ ଆଜବେଷ୍ଟସ ୧୧.୫୬ କୋଟି, କଳିଙ୍ଗନଗର ଟାଟା ଷ୍ଟିଲ ୫୦.୪୬ କୋଟି, ସୁନ୍ଦରଗଡ଼ ଆଧୁନିକ ମେଟାଲିକ୍ସ ୧୬୦.୨୪ କୋଟି, ଅନୁଗୋଳ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ୨୦୪.୭୭ କୋଟି, ଆସ୍କା କୋପରେଟିଭ ସୁଗର ଫ୍ୟାକ୍ଟ୍ରି ୩୭.୩୧ କୋଟି, ରାୟଗଡା ଜେ.କେ. କର୍ପୋରେଶନ ଲିଃ ୨୩୯.୦୮ କୋଟି, ଚୌଦ୍ୱାର ବଲ୍ଲାରପୁର ଇଣ୍ଡଷ୍ଟ୍ରିଜ୍‌ ୧୧୪୯.୦୯ କୋଟି, ଓଡ଼ିଶା ପାଓ୍ବାର କନ୍‌ସୋର୍ଟିୟମ ୭୦୨.୫୪ କୋଟି, ଘଣ୍ଟିଖାଲ ଆରତି ଷ୍ଟିଲ ୨୩୫.୧୬ କୋଟି, ସମ୍ବଲପୁର ଭୂଷଣ ପାଓ୍ବାର ଆଣ୍ଡ୍‌ ଷ୍ଟିଲ୍‌ ଲିଃ ୧୯୨.୪୮ କୋଟି, ବେଲପାହାଡ଼ ଟାଟା ରେଫ୍ରାକ୍ଟୋରିଜ ଲିଃ ୧୬୭.୮୨ କୋଟି, ସମ୍ବଲପୁର ବିରାଜ ଷ୍ଟିଲ ଆଣ୍ଡ ଏନର୍ଜି ୭୭.୫୯ କୋଟି, ଢେଙ୍କାନାଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୮.୭୧ କୋଟି, ଜୟପୁର ସେବା ପେପର ମିଲ୍‌ ୨୧୯୮.୮୬ କୋଟି, ଓରିଏଣ୍ଟ ପେପର ମିଲ୍‌ ୨୧୧.୮୯ କୋଟି ଟଙ୍କା ଜଳକର ବକେୟା ରଖିଛନ୍ତି।
ଖଣି ସଂସ୍ଥାଗୁଡିକ ମଧ୍ୟରେ ତାଲଚେର ଲିଙ୍ଗରାଜ ଓସିପି ଏମ୍‌ସିଏଲ୍‌ ୧୩୬.୬୫ କୋଟି, ଭରତପୁର ଓସିପି ୭୮.୪୦ କୋଟି, ଭୁବନେଶ୍ୱରୀ ଓସିପି ୩୦.୦୧ କୋଟି, ଅନନ୍ତ ଓସିପି ୨୬.୫୭ କୋଟି, ଜଗନ୍ନାଥ କୋଲିଆରି ୩୨.୧୩ କୋଟି, ହିଙ୍ଗୁଳା ଓସିପି ୧୭.୨୮ କୋଟି, ବଳରାମପୁର ଓସିପି ୧୮.୪୬ କୋଟି, ତାଲଚେର କୋଲିଆରି ୨୧.୬୦ କୋଟି, ନନ୍ଦିରା କୋଲିଆରି ୩୭.୨୧ କୋଟି, ଓରିଏଣ୍ଟ ଓରିଅରି ୩୬.୦୫ କୋଟି, ଟିପିଏସଏଲ ଲିଃ ୨୭.୪୯ କୋଟି, ବନହରିପାଲ ଆଇଟିପିଏସ୍‌ ୨୮.୦୩ କୋଟି, ଯୋଡ଼ା ଟାଟା ଷ୍ଟିଲ୍‌ ମାଇନ୍ସ ଡିଭିଜନ ୨୨୩.୫୫ କୋଟି, ସୁନ୍ଦରଗଡ଼ ଏମସିଏଲ୍‌ ୧୪.୭୦ କୋଟି ଟଙ୍କା ଜଳକର ବକେୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri