ଟିକାକରଣ ପାଇଁ ଆବଶ୍ୟକ ୮୦ ହଜାର କୋଟି: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୧୯।୧୨: ଭାରତରେ ଟିକାକରଣ ପାଇଁ ଆସନ୍ତା ବର୍ଷ ସୁଦ୍ଧା ୮୦ ହଜାର କୋଟି ଟଙ୍କା ଆବଶ୍ୟକ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାକରଣ କରାଯିବ ବୋଲି ସରକାରଙ୍କ ଯୋଜନା କରାଯାଇଛି। ସେଥିମଧ୍ୟରେ ୨ କୋଟି ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କର, ୨୭ କୋଟି ବୟସ୍କ ବ୍ୟକ୍ତି ରହିଛନ୍ତି ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ସତୀଶ ଡି. ରାଭେଟକର ସୂଚନା ଦେଇଛନ୍ତିି। ଟିକା ବିଭିନ୍ନ ଅଞ୍ଚଳକୁ ପଠାଯିବା ପାଇଁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି।

Share