୮୦୦ ଜାହାଜ ଯାତ୍ରୀ କରୋନା ପଜିଟିଭ୍‌

ସିଡ୍‌ନୀ,୧୨ା୧୧: ଛୁଟି କାଟିବା ପାଇଁ ମାଜେଷ୍ଟିକ୍‌ ପ୍ରିନ୍‌ସେସ୍‌ କ୍ରୁଜ୍‌ ଶିପ୍‌ ମୋଟ୍‌ ୪୬୦୦ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ  ନେଇ ବାହାରିଥିଲା। ଏଥିମଧ୍ୟରୁ ୮୦୦ ଜଣଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ଅଷ୍ଟ୍ରେଲିଆର ସିଡନୀ ସହର ନିକଟ ଡକ୍‌ରେ ଜାହାଜଟି ଅଟକି ରହିଛି।
ଅଷ୍ଟ୍ରେଲିଆ କ୍ରୁଜ୍‌ର କାର୍ନିଭାଲ ସଭାପତି ମାରଗୁଏର ଫିଟଜେରାଲ୍ଡ କହିଛନ୍ତି, ଏହି ଯାତ୍ରା ୧୨ ଦିନର ଥିଲା। ଯେଉଁଥିରେ ବହୁ ସଂଖ୍ୟକ ଲୋକ କରୋନା ପଜିଟିଭ୍‌ ଥିବା ଜଣାଯାଇଛି। ଅଷ୍ଟ୍ରେଲିଆର ଗୃହମନ୍ତ୍ରୀ କ୍ଲେୟାର ଓ’ନିଲ ଶନିବାର ଜନସାଧାରଣଙ୍କୁ ଆଶ୍ୱସ୍ତି ହେବା ପାଇଁ ନିବେଦନ କରିଛନ୍ତି।

ବହୁ ସଂଖ୍ୟକ ଯାତ୍ରୀଙ୍କୁ କରୋନା ପଜିଟିଭ ହୋଇଥିବା ଖବର ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଜାହାଜ କାର୍ଯ୍ୟ ଶୀଘ୍ର ବନ୍ଦ ହୋଇଯାଇଥିଲା। କ୍ଲେୟାର କହିଛନ୍ତି, କର୍ତ୍ତୃପକ୍ଷ ନିତ୍ୟ ବ୍ୟବହାର୍ଯ୍ୟ ପ୍ରୋଟୋକଲ ଲଗାଇଛନ୍ତି ଏବଂ ନ୍ୟୁ ସାଉଥ ଓ୍ବେଲ୍ସ କିପରି ଯାତ୍ରୀମାନଙ୍କୁ ବାହାର କରିବେ ତାହା ସ୍ଥିର କରିବାରେ ନେତୃତ୍ୱ ନେବେ। ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ପାଇଁ କ୍ରୁଜ ଜାହାଜ କର୍ମଚାରୀଙ୍କ ସହ ଏହା କାର୍ଯ୍ୟ କରୁଛି ବୋଲି ଏଜେନ୍ସି କହିଛି। କମ୍ପାନୀର ସଭାପତି ମାରଗୁଏର ଫିଟଜେରାଲ୍ଡ କହିଛନ୍ତି, ଅଷ୍ଟ୍ରେଲିଆରେ ମଧ୍ୟ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।

Share