୮୦୦ କୋଟି ଟପିଲା ଜନସଂଖ୍ୟା, ଭାରତରେ ସର୍ବାଧିକ ୧୪୧ କୋଟି

ଓ୍ବାଶିଂଟନ, ୩୧।୧୨: ୨୦୨୫ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୯ କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ(ୟୁଏସ୍‌ସିବି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। କେବଳ ୨୦୨୪ରେ ବିଶ୍ୱ ଜନସଂଖ୍ୟାରେ ୭.୧ କୋଟି ବୃଦ୍ଧି ଘଟିଛି। ୨୦୨୪ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ସମୁଦାୟ ଜନସଂଖ୍ୟା ୮୦୧.୯ କୋଟି ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୮୦୯ କୋଟିରେ ପହଞ୍ଚିଛି। ୨୦୨୪ରେ ବିଶ୍ୱର ଜନସଂଖ୍ୟା ୦.୯% ହାରରେ ବୃଦ୍ଧି ପାଇଥିଲା, ଯାହା ୨୦୨୩ର ଜନସଂଖ୍ୟା ବୃଦ୍ଧି ହାରଠାରୁ କମ୍‌ ରହିଥିବା ନେଇ ୟୁଏସ୍‌ସିବି ଆକଳନ କରିଛି। ତେବେ କେବଳ ୨୦୨୩ରେ ବିଶ୍ୱ ଜନସଂଖ୍ୟାରେ ୭.୫ କୋଟି ବୃଦ୍ଧି ଘଟିଥିବା ନେଇ ୟୁଏସ୍‌ସିବି କହିଛି।

ଉକ୍ତ ରିପୋର୍ଟ ଅନୁଯାୟୀ, ୧୪୧ କୋଟି ଜନସଂଖ୍ୟା ସହ ଭାରତ ହେଉଛି ବିଶ୍ୱର ସବୁଠୁ ଜନବହୁଳ ଦେଶ। ୨୦୨୪ ଜୁଲାଇରେ ଭାରତ ଜନସଂଖ୍ୟା ପ୍ରଥମଥର ପାଇଁ ଚାଇନାକୁ ଟପିଥିଲା। ସର୍ବାଧିକ ଜନସଂଖ୍ୟା ତାଲିକାରେ ୧୪୦.୮ କୋଟି ଜନସଂଖ୍ୟା ସହ ଭାରତର ଠିକ୍‌ ପଛକୁ ଚାଇନା ରହିଛି। ସେହିପରି ୩୪.୧ କୋଟି ଲୋକଙ୍କ ସହ ଆମେରିକା ବିଶ୍ୱର ତୃତୀୟ ଜନବହୁଳ ଦେଶ ହୋଇଥିବା ଏହି ରିପୋର୍ଟ କହିଛି। ୨୦୨୪ରେ କେବଳ ଆମେରିକାରେ ୦.୭୮% ହାରରେ ୨୬ ଲକ୍ଷ ଜନସଂଖ୍ୟା ବଢ଼ିଥିବା ୟୁଏସ୍‌ସିବି ଆକଳନ କରିଛି। ସେହିପରି ସର୍ବାଧିକ ଜନସଂଖ୍ୟା ତାଲିକାରେ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ଯଥାକ୍ରମେ ଇଣ୍ଡୋନେସିଆ, ପାକିସ୍ତାନ ଓ ନାଇଜେରିଆ ରହିଛି। ମାତ୍ର ୭୬୪ ଜନସଂଖ୍ୟା ସହ ଭାଟିକାନ ସିଟି ବିଶ୍ୱର ସବୁଠାରୁ କମ୍‌ ଜନସଂଖ୍ୟା ଥିବା ଦେଶ ହୋଇଥିବା ନେଇ ଉକ୍ତ ରିପୋର୍ଟ ପ୍ରକାଶ କରିଛି।

ତେବେ ୟୁଏସ୍‌ସିବିର ଆକଳନ ଅନୁଯାୟୀ, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଯୁଦ୍ଧ ଏବଂ ସଂଘର୍ଷର ପ୍ରଭାବ ମଧ୍ୟ ଜନସଂଖ୍ୟା ଉପରେ ପଡ଼ିଛି। ୟୁକ୍ରେନ, ବୁଲଗାରିଆ ଏବଂ ଲାତଭିଆରେ ମୃତ୍ୟୁ ହାର ସର୍ବାଧିକ ରହିଛି।

ସେହିପରି ସମସ୍ତ ମହାଦେଶ ମଧ୍ୟରେ ଆଫ୍ରିକା ମହାଦେଶରେ ଜନ୍ମ ହାର ସର୍ବାଧିକ ରହିଛି। ଏହି ରିପୋର୍ଟରେ ପ୍ରକାଶ ପାଇଥିବା ଆକଳନ ଅନୁଯାୟୀ, ୨୦୨୫ ଜାନୁଆରୀରେ ସେକେଣ୍ଡ ପ୍ରତି ଜନ୍ମ ହାର ୪.୨ ଏବଂ ମୃତ୍ୟୁ ହାର ୨.୦ ରହିବ। ସେହିପରି ଏହି ମାସ ଆମେରିକାରେ ପ୍ରତି ୯ ସେକେଣ୍ଡରେ ଜଣେ ଶିଶୁ ଜନ୍ମ ହେବେ ବୋଲି ଆକଳନ କରାଯାଇଥିବାବେଳେ ପ୍ରତି ୯.୪ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବ। ସେହିପରି ପ୍ରତି ୨୩.୨ ସେକେଣ୍ଡରେ ଆମେରିକାର ଜନସଂଖ୍ୟାରେ ଜଣେ ପ୍ରବାସୀ ଯୋଡ଼ି ହେବେ। ଅନ୍ୟପକ୍ଷରେ, ପ୍ରତି ୨୧.୨ ସେକେଣ୍ଡରେ ଦେଶର ଜନସଂଖ୍ୟାରେ ହାରାହାରି ଜଣେ ବ୍ୟକ୍ତିଙ୍କର ବୃଦ୍ଧି ଘଟିବ ବୋଲି ୟୁଏସ୍‌ସିବି ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri