Categories: ଫୁରସତ

୮୦ ବର୍ଷ ବୟସରେ ପାଖରେ ରହିଛି ୮୦ଟି ଦାମୀ ପୋର୍ସେ କାର୍‌

ବୟସ ବଢ଼ିବା କେବଳ ଏକ ସଂଖ୍ୟା। ଯଦି ଜଣେ ବ୍ୟକ୍ତି ଏକଥା ମନ ମଧ୍ୟରେ ରଖିବ ତେବେ ମନୋବଳ ଆହୁରି ବୃଦ୍ଧି ପାରିବ। ବୃଦ୍ଧ ବୟସରେ ମଧ୍ୟ ଯୁବାବସ୍ଥା ଅନୁଭବ କରିହେବ। ଭିଏନାର ଜଣେ ବୃଦ୍ଧଙ୍କ ସହ ଏମିତି ଘଟିଛି। ଓଟୋକାର ଜେ ନାମକ ଏହି ବୃଦ୍ଧଙ୍କୁ ୮୦ ବର୍ଷ। ଏହି ପରିଣତ ବୟସରେ ମଧ୍ୟ ତାଙ୍କ ନିକଟରେ ରହିଛି ୮୦ଟି ବିଳାସପୂର୍ଣ୍ଣ ପୋର୍ସେ କାର୍‌ କିଣିଛନ୍ତି।

ବାର୍ଦ୍ଧକ୍ୟ ସହିତ ପୋର୍ସେ କାର୍‌ଗୁଡିକ ପାଇଁ ଓଟୋକାରଙ୍କ କ୍ରେଜ୍‌ ବୃଦ୍ଧି ପାଇଛି। ଓଟୋକାର ନୀଳ ରଙ୍ଗରେ ଏକ ପୋର୍ସେ ବକ୍ସଷ୍ଟର ସ୍ପାଇଡର୍‌ କାର୍‌ କିଣିଛନ୍ତି। ସେ ପୋର୍ସେ ଚଳାଇବା ସମୟରେ ହାତରେ ସିଗାରେଟ୍‌ ଧରି ଖୋଲା ରାସ୍ତାକୁ ଯିବା ପାଇଁ ପସନ୍ଦ କରିଥାନ୍ତି। ଯଦି ପୋର୍ସେ ପ୍ରଶଂସକଙ୍କ ଏକ ତାଲିକା ଅଛି, ତେବେ ଏଥିରେ ଓଟୋକାରଙ୍କ ନାମ ମଧ୍ୟ ଆସୁଛି। ସେ କହିଛନ୍ତି, ତାଙ୍କୁ ଯେତେବେଳେ ୫୦ ବର୍ଷ ହୋଇଥିଲା ତାଙ୍କର ପୋର୍ସେ କାର୍‌ ପ୍ରତି ଆଗ୍ରହ ବଢ଼ିଥିଲା। ସେବେଠାରୁ ସେ ଏହି କାର୍‌ କିଣି ଆସୁଛନ୍ତି।

ଖାଲି ଗାଡ଼ି କିଣିବା ତାଙ୍କ ସଉକ ନୁହେଁ, ଗାଡ଼ି ରଖିବା ପାଇଁ ମଧ୍ୟ ସେ ବଡ଼ବଡ଼ ଗ୍ୟାରେଜ କରିବାକୁ ପସନ୍ଦ କରିଥାନ୍ତି। ତାଙ୍କର ଏକ ବଡ଼ ବଙ୍ଗଳା ରହିଛି। ସେଠାରେ ତାଙ୍କର ଗ୍ୟାରେଜ ସହ ଲିଭିଂ ରୁମ୍‌ ମଧ୍ୟ ରହିଛି। ଏଠାରେ ଓଟୋକାର ବସି ଖୁସି ହୋଇଥାନ୍ତି।

Share