Categories: ଜାତୀୟ

‘ଟିକା ନେବାକୁ ୮୦ ପ୍ରତିଶତ ଭାରତୀୟ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୫।୧: ଦେଶରେ ୧୬ ତାରିଖ ଆରମ୍ଭ ହେବ କରୋନା ଟିକାକରଣ ଅଭିଯାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ୮୦ ପ୍ରତିଶତ ଭାରତୀୟ କୋଭିଡ-୧୯ ଟିକା ନେବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି। ଏହା କେନ୍ଦ୍ର ସରକାର ଏବଂ ଦେଶର ବୈଜ୍ଞାନିକଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରତିପାଦିତ କରୁଥିବା କହିଛନ୍ତି। ଏକ ସର୍ଭେରୁ ଉପରୋକ୍ତ ତଥ୍ୟ ଆସିଥିବା ଡାକ୍ତର ବର୍ଦ୍ଧନ କହିଛନ୍ତି। ସର୍ଭେ ଅନୁଯାୟୀ, ବ୍ରିଟେନରେ ୬୬ ପ୍ରତିଶତ ଲୋକ ଟିକା ନେବାକୁ ଇଚ୍ଛୁକ ଥିବା ବେଳେ ୬୨ ପ୍ରତିଶତ ଜର୍ମାନ ଟିକାନେବା ପାଇଁ ଆଗ୍ରହୀ ଅଟନ୍ତି। ଆମେରିକା ଏବଂ ରୁଷିଆରେ ୫୬ରୁ ୪୦ ପ୍ରତିଶତ ଲୋକ କରୋନା ଭାଇରସ ଟିକାକରଣ କରିବାକୁ ଚାହୁଁଛନ୍ତି। ହେଲେ ଭାରତରେ ୮୦ ପ୍ରତିଶତ ଜନସାଧାରଣ ଟିକା ନେବାକୁ ଇଚ୍ଛୁକ ଥିବା ସର୍ଭରୁ ଜଣାପଡିଛି।

Share