ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା କାଳ ।

ସୂଚନା ଅନୁସାରେ, ସେ ପ୍ରତିଦିନ ଭଳି ଗୁରୁବାର ମଧ୍ୟ ସକାଳୁ ବିଦ୍ୟାଳୟ ଯାଇଥିଲେ । ସ୍କୁଲ ଛୁଟି ପରେ ଘରକୁ ଫେରିବା ବେଳେ ଆସୁଥିବା ସାଇକେଲରୁ ସେ ତଳେ ପଡି ଯାଇଥିଲେ। ସାଇକେଇର ହ୍ୟାଣ୍ଡେଲଟି ପ୍ରଭୁଦତ୍ତଙ୍କ ପେଟରେ ପଶି ପଛ ପାଖରେ ବାହାରି ପଡିଥିଲା । ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଆସି ନିକଟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ଉକ୍ତ ଘଟଣା କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ ଜାଣିବା ପରେ ମାନବିକତା ଦେଖାଇ ଜୀବନ ବଞ୍ଚାଇବାକୁ ଯାଇ ଗ୍ରୀନ କରିଡ଼ରରେ ନେବା ପାଇଁ ଜିଲା ଏସପି ପ୍ରତୀକ ସିଂଙ୍କ ଅନୁମତି ମାଗିଥିଲେ। ଏସପି ପ୍ରତୀକ ସିଂ ଏବଂ ପୁରୀ ସଦର ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶ କ୍ରମେ ଆଇଆସିସି ବିଚିତ୍ରାନନ୍ଦ ପ୍ରଧାନ ଗ୍ରୀନ କରିଡ଼ରରେ ୮୦ କି ମି ରାସ୍ତା ଆହତ ପ୍ରଭୁଦତ୍ତଙ୍କୁ ନେଇଥିଲେ।

ସେ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରଭୁଦତ୍ତ ପଥରକଟା ଗ୍ରାମର ଅଜୟ ଜେନାଙ୍କ ପୁଅ । ଗ୍ରାମାଞ୍ଚଳରୁ ୮୦ କିମି ଦୂର ଗ୍ରୀନ କରିଡରରେ ଶିଶୁଙ୍କୁ ନେବା ଓଡ଼ିଶାରେ ପ୍ରଥମ ଘଟଣା । ପୁରୀ ପୋଲିସ ବିଭାଗର ଏଭଳି ମାନବିକତାକୁ ବିଭିନ୍ନ ମହଲ ଖୁବ ପ୍ରଶଂସା କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri