୮୦ କୋଟି ଦୁର୍ନୀତି ୨୦୦ କୋଟିରେ ପହଞ୍ଚିଲାଣି

ନୟାଗଡ଼ ଅଫିସ/ଭାପୁର,୧୨ା୬ (ଡି.ଏନ୍‌.ଏ.): ମିଶନ ଶକ୍ତି ଗୃହ ନ କରି ୪ ଲକ୍ଷ ଟଙ୍କା ଆମତ୍ସାତ୍‌ ଘଟଣାରେ ଲୋକାୟୁକ୍ତରେ ମାମଲା ପରେ ନୟାଗଡ଼ ଜିଲା ଭାପୁର ବ୍ଲକରେ ୮୦ କୋଟିିର ଦୁର୍ନୀତି ଏବେ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚତ୍ଲାଣି। ବିକାଶର ଡିଣ୍ଡିମ ପିଟି ୨୦୧୭ରୁ ୨୦୨୧ ମସିହା ମଧ୍ୟରେ ବହୁ ଉନ୍ନୟନ ପ୍ରକଳ୍ପ ନଁାରେ ରାଜନେତା, ସରକାରୀ ଅଧିକାରୀ ଓ କର୍ମଚାରୀ ଭାପୁର ବ୍ଲକରେ କୋଟି କୋଟି ଟଙ୍କା କରିଥିବା ଆମତ୍ସାତ ଧୀରେ ଧୀରେ ପ୍ରମାଣିତ ହୋଇଚାଲିଛି। ଏହି ଘଟଣାରେ ଭାପୁର ବ୍ଲକର ୫ ପୂର୍ବତନ ବିଡିଓଙ୍କ ସମେତ ୧୭ କର୍ମଚାରୀ ଓ ଅଧିକାରୀ ୨ କୋଟି ୨୫ ଲକ୍ଷ ଟଙ୍କା ତଣ୍ଡ ଗଣି ସାରିଲେଣି। ପୁଣି ୧୫ ନିଲମ୍ବିତ, ୨ଜଣ ବହିଷ୍କୃତ, ୩ ଜଣ ସ୍ବେଚ୍ଛାକୃତ ଅବସର ନେଇସାରିଲେଣି। ଆଗକୁ ପୁଣି ଆଉ କିଛି ତଣ୍ଡ ଗଣିବାର ରହିଛି। ଅନ୍ୟପକ୍ଷେ ୪ କୋଟିର ଦୁର୍ନୀନିକୁ ୨ଟି ମାମଲା କରି ଭିଜିଲାନ୍ସ ମଧ୍ୟ ତଦନ୍ତ କରୁଛି।
ପ୍ରାପ୍ତ ସୂଚନା ଅନୁସାରେ, ଫତେଗଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସରକାରୀ ବାସଭବନକୁ ମିଶନ ଶକ୍ତି ଗୃହ ଦର୍ଶାଇ ୪ ଲକ୍ଷ ଟଙ୍କା ଆମତ୍ସାତ କରିଥିବା ନେଇ ୩ଟି ସ୍ବୟଂ ସହୟକ ଗୋଷ୍ଠୀର ସଭାନେତ୍ରୀ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ତତ୍କାଳୀନ ସରପଞ୍ଚ ତୋଫାନ କୁମାର ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା, ଜେଇ ପ୍ରମୋଦ ସେଠୀ ଓ ସହକାରୀ ଯନ୍ତ୍ରୀ ବୃନ୍ଦାବନ ବରିଆଙ୍କ ନଁାରେ ମାମଲା ହୋଇଥିଲା। ଅପରପକ୍ଷେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳ ଓ ବ୍ଲକ ପ୍ରଶାସନର ମିଳିତ ତଦନ୍ତ କ୍ରମେ ୪ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ପ୍ରମାଣିତ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଜେଇ ସେଠୀ, ସହକାରୀ ଯନ୍ତ୍ରୀ ବରିଆ, ବିଡିଓ ସତ୍ୟ ସୁନ୍ଦର ରାଉତ ୪ ଲକ୍ଷ ଟଙ୍କା ତଣ୍ଡ ଗଣିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ୩ଜଣଙ୍କ ନଁାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଫତେଗଡ଼ ଥାନାରେ ମାମଲା ହୋଇଛି। ସେହିଭଳି ପୂର୍ବତନ ବ୍ଲ୍ଳକ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଫତେଗଡ଼ ଥାନାର ନଂ. ୧୨୮/୨୧ ମାମଲାକୁ ଭିତ୍ତିକରି ଭାପୁର ବ୍ଲକର ଉନ୍ନୟନ କାର୍ଯ୍ୟର ସ୍ପେଶାଲ ଅଡିଟ କରିବାକୁ ଲୋକୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ସ୍ପେଶାଲ ଅଡିଟ ଟିମ୍‌ ୧୧।୩।୨୦୧୭ରୁ ୧୭।୮।୨୦୨୧ ମଧ୍ୟରେ ହୋଇଥିବା ଉନ୍ନୟନ କାର୍ଯ୍ୟର ଅଡିଟ୍‌ କରିବା ପରେ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି। ତେବେ ଏହି ଦୁର୍ନୀତି ଘଟଣାରେ ଭାପୁର ବ୍ଲକର ତତ୍‌କାଳୀନ ୫ ବିଡିଓ ସତ୍ୟ ସୁନ୍ଦର ରାଉତ, ସୁଷମା ବରିକ, ରଞ୍ଜିତା ସାହୁ, ସୁନୀତା ଜେନା ଓ ଆଶିଷ ତ୍ରିପାଠୀ, ପୂର୍ବତନ ଏବିଡିଓ ଅନ୍ତର୍ଯ୍ୟାମୀ ନାୟକ, ତତ୍କାଳନୀ ସହକାରୀ ଯନ୍ତ୍ରୀ ଲେନିନ ସାହୁ, କନିଷ୍ଠ ଯନ୍ତ୍ରୀ ପ୍ରମୋଦ ସେଠୀ, ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ ଓ ସଙ୍ଗୀତା ମହାରଣା, ମୁଖ୍ୟ କିରାଣି ଜଗଦୀଶ ପ୍ରସାଦ ସେଠୀ ପ୍ରମୁଖ ୧୭ ଜଣ ୨ କୋଟି ୨୫ ଲକ୍ଷ ୬୮୫ ଟଙ୍କା ତଣ୍ଡ ଗଣିଛନ୍ତି। ସେହିଭଳି ୧୫ ଜଣ ନିଲମ୍ବିତ ହୋଇଥିବାବେଳେ ନିମାଣି ପଞ୍ଚାୟତ ଜିଆର୍‌ଏସ୍‌ ବଳଭଦ୍ର ସ୍ବାଇଁ ଓ ପଦ୍ମାବତୀ ଜିଆର୍‌ଏସ୍‌ ଶ୍ରୀଧର ନାୟକ ପ୍ରମୁଖ ୨ ଜଣ ଚାକିରିରୁ ବହିଷ୍କୃତ ହୋଇସାରିଲେଣି। ପୁଣି ଫତେଗଡ଼ ଜିଆର୍‌ଏସ୍‌ ନଳିନୀ ବାଈ, ବିଜିପୁର ପଞ୍ଚାୟତ ଜିଆର୍‌ଏସ୍‌ ଶ୍ରୀବତ୍ସ ରାଉତ ଓ ଭାପୁର ଜିଆର୍‌ଏସ୍‌ ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ୩ ଜଣ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଯାଇଛନ୍ତି। ହାଇକୋର୍ଟର ଅଗ୍ରିମ ବେଲ୍‌ରେ ଭାପୁର ବ୍ଲ୍ଳକର ପୂର୍ବତନ ବିଡିଓ ସତ୍ୟ ସୁନ୍ଦର ରାଉତ, ପୂର୍ବତନ ଜେଇ ପ୍ରମୋଦ କୁମାର ସେଠୀ, ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ, ଜିଆର୍‌ଏସ୍‌ ପ୍ରତିମା ସାହୁ, ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ପ୍ରୋଗ୍ରାମ ଅଫିସର ଅରୁଣ କୁମାର ଚିନାରା ପ୍ରମୁଖ ୬ ଜଣ ଅଛନ୍ତି।
ଜୁଲାଇ ୧୧ରେ ପକ୍ଷ ରଖିବେ ଏସ୍‌ପି
ଲୋକୟୁକ୍ତଙ୍କ ପରବର୍ତ୍ତୀ ଶୁଣାଣି ୧୧ା୭।୨୦୨୩ରେ ଧାର୍ଯ୍ୟ ହୋଇଛି। ଏଥିରେ ପୂର୍ବତନ ଭାପୁର ବ୍ଲ୍ଳକ ଅଧ୍ୟକ୍ଷା ଶାନ୍ତିଲତାଙ୍କ ଫତେଗଡ ଥାନା ୧୨୯/୨୦୨୧ ମାମଲାରେ ୩ ଅଭିଯୁକ୍ତ ଗୟାଧର ପରିଡା, ଜ୍ୟୋତିରଞ୍ଜନ ପଣ୍ଡା ଓ ଯୋଗେନ୍ଦ୍ର ସ୍ବାଇଁଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ନୟାଗଡ଼ ଏସ୍‌ପି ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିବେ।
ଭିଜିଲାନ୍ସ ତଦନ୍ତ ପାଇଁ ଦାବି
ମନାବାଧିକାର କମିଶନରେ ନୟାଗଡ଼ ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ ପକ୍ଷ ରଖି ଭାପୁର ବ୍ଲକରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି। ଯାହାକି ପୋଲିସ ପକ୍ଷେ ତଦନ୍ତ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଭାପୁର ବ୍ଲକର ତଦନ୍ତକୁ ଉଚ୍ଚ ତଦନ୍ତକାରୀ ସଂସ୍ଥାକୁ ଦେବାକୁ ଅନୁରୋଧ କରଛନ୍ତି। ସେହିପରି ଖଣ୍ଡପଡ଼ା ଏସ୍‌ଡିପିଓ ପ୍ରଭାତ କୁମାର ମଲ୍ଲିକ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଓ ଲୋକାୟୁକ୍ତରେ ବ୍ୟକ୍ତିଗତ ହାଜିରା ପକାଇ ଭାପୁର ବ୍ଲକରେ ହୋଇଥିବା ଟଙ୍କା ଦୁର୍ନୀତିକୁ ଉଚ୍ଚ ତଦନ୍ତକାରୀ ସଂସ୍ଥାକୁ ଦେବାକୁ ଅନୁରୋଧ କରିଛନ୍ତି। ପୋଲିସ ନିଜର ଅସହାୟତା ପ୍ରଦାନ କରୁଥିବାବେଳେ ଏହାର ତଦନ୍ତ ଭିଜିଲାନ୍ସ ଅଥବା ଉଚ୍ଚ ତଦନ୍ତକାରୀ ସଂସ୍ଥା କରିବାକୁ ସାଧାରଣରେ ମଧ୍ୟ ଦାବି ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri