ବରାହ ପୀଠରୁ ମୂର୍ତ୍ତି ଚୋରିକୁ ୮ ବର୍ଷ

ଯାଜପୁରଟାଉନ,୨୧ା୫(ଡି.ଏନ.ଏ.): ଯାଜପୁର ବରାହ ପୀଠରୁ ମୂର୍ତ୍ତି ଚୋରି ଘଟଣାକୁ ୮ ବର୍ଷ ପୂରିଯାଇଛି। ହେଲେ ଏ ପର୍ଯ୍ୟନ୍ତ ଚୋରିର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଦୁର୍ବୃତ୍ତଙ୍କୁ କାବୁକରି ପାରିନାହିଁଁ କିମ୍ବା ଚୋରି ମୂର୍ତ୍ତିକୁ ଉଦ୍ଧାର କରିପାରିନାହିଁ। ଯାଜପୁର ସହର ବୈତରଣୀ ନଦୀକୂଳ ବରାହ ପୀଠରୁ ୨୦୧୫ ମେ’ ୧୮ ତାରିଖ ରାତିରେ ୬ ବିରଳ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ବରାହ ମନ୍ଦିରରେ ଥିବା ୫୦୦ ବର୍ଷ ପୂର୍ବର ସ୍ବେତ ବରାହ, ଲକ୍ଷ୍ମୀ ବରାହ, ବଳିବାମନ, ଗଦାଧର ମନ୍ଦିରରୁ ଗଦା, ଶଙ୍ଖ ଓ ଚକ୍ର ମୂର୍ତ୍ତି ଚୋରି କରାଯାଇଥିଲା। ଚୋରି ମୂର୍ତ୍ତିଗୁଡ଼ିକ ବିଦେଶକୁ ଚାଲାଣ ହେଉଥିବା ସନ୍ଦେହ କରାଯାଇଥିବାରୁ ସେଗୁଡ଼ିକୁ ଉଦ୍ଧାର ପାଇଁ ରାଜ୍ୟ ସରକାର ସିବିଆଇ ଜରିଆରେ ଆନ୍ତର୍ଜାତିକ ତଦନ୍ତକାରୀ ସଂସ୍ଥା ଇଣ୍ଟରପୋଲର ସହଯୋଗ ଲୋଡ଼ିଥିଲେ। ଇଣ୍ଟରପୋଲ ସିବିଆଇର ଅନୁରୋଧକ୍ରମେ ଚୋରି ପ୍ରାଚୀନ ଚୋରିମୂର୍ତ୍ତିକୁ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରାଚୀନ ଓ ବିରଳ ମୂର୍ତ୍ତିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ବହୁ ମୂଲ୍ୟ ହୋଇଥିବା ଯାଜପୁର ପୋଲିସ ଜାଣିବାକୁ ପାଇଥିଲା। ବରାହ ପୀଠରେ ୫୦୦ ବର୍ଷ ତଳୁ ଏହି ମୂର୍ତ୍ତିଗୁଡିକ ପୂଜା ପାଉଥିବାବେଳେ ଦୁର୍ବୃତ୍ତ ଦୀର୍ଘଦିନ ପୂର୍ବରୁ ଏହାକୁ ଚୋରି କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ପୋଲିସ ମଧ୍ୟ ତଦନ୍ତବେଳେ ଅବଗତ ହୋଇଥିଲା। ତେଣୁ ପୋଲିସ ନିଜ ହାତ ସଫା ରଖିବା ପାଇଁ ସ୍ଥାନୀୟ ୨ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚଲାଣ କରିଥିଲା। ହେଲେ ମୂର୍ତ୍ତିଗୁଡିକର ଖୋଜଖବର ପାଇ ନ ଥିଲା।
ଏହା ମଧ୍ୟରେ ପୋଲିସ କେବଳ କୋର୍ଟଚାଲାଣ କରିଥିବା ୨ ସ୍ଥାନୀୟ ଯୁବକଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରି ବସିପଡ଼ିଛି। ଏହା ଯାଜପୁରବାସୀଙ୍କ ଧର୍ମଭାବାବେଗକୁ କୁଠାରାଘାତ ଲାଗିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କେବଳ ଯାଜପୁରର ବରାହ ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ହୋଇଛି ତାହା ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ ପୁରାତନ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି। ୨୦୧୬ ମାର୍ଚ୍ଚ ୧୩ ରାତିରେ ଧର୍ମଶାଳା ବ୍ଲକ୍‌ର ଗଡ଼ମଧୁପୁର ଶ୍ରୀଜଗନ୍ନାଥ ମନ୍ଦିରରୁ ଦୁର୍ଲଭ ମୂର୍ତ୍ତି ଚୋରି କରାଯାଇଥିଲା। ଗତ ୪ ବର୍ଷ ମଧ୍ୟରେ ଦଶରଥପୁର ଅଞ୍ଚଳର କୁଆଁସମଙ୍ଗଳା, ବ୍ରହ୍ମବରଦା ଓ ବଡ଼ଚଣା ଅଞ୍ଚଳରୁ ବିରଳ ମୂର୍ତ୍ତିଗୁଡିକ ଚୋରି କରାଯାଇଥିବାବେଳେ କୌଣସି ମୂର୍ତ୍ତିର ସନ୍ଧାନ ପୋଲିସ ପାଇପାରିନାହିଁ। ଜିଲାରେ ଏବେବି ବହୁ ବିରଳ ଓ ଐତିହ୍ୟସମ୍ପନ୍ନ ମୂର୍ତ୍ତିଗୁଡ଼ିକ ବିଭନ୍ନ ମଠ ମନ୍ଦିରରେ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ଏହାର ସୁଯୋଗ ରାଜ୍ୟର କେତେକ ପେସାଦାର ମୂର୍ତ୍ତିଚୋର ନେଉଥିବା ସନ୍ଦେହ କରାଯାଉଛି। ପୋଲିସ ମୂର୍ତ୍ତି କିମ୍ବା ମୂର୍ତ୍ତି ଲୁଟ୍‌ କରିଥିବା ଦୁର୍ବୃତ୍ତଙ୍କୁ ଠାବ କରିପାରି ନ ଥିବାରୁ ଜିଲାରେ ଅସୁରକ୍ଷିତ ଅବସ୍ଥାରେ ଥିବା ବିରଳ ମୂର୍ତ୍ତିଗୁଡ଼ିକୁ ନେଇ ଜିଲାବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ବରାହ ମନ୍ଦିର ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରେ ସେ କିଛି ଜାଣିନାହାନ୍ତି ବୋଲି କହି ସଫେଇ ଦେଇଥିଲେ। ଏ ସମ୍ପର୍କରେ ଯାଜପୁର ଟାଉନ୍‌ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ମାମଲା ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri