ବରାହ ପୀଠରୁ ମୂର୍ତ୍ତି ଚୋରିକୁ ୮ ବର୍ଷ

ଯାଜପୁରଟାଉନ,୨୧ା୫(ଡି.ଏନ.ଏ.): ଯାଜପୁର ବରାହ ପୀଠରୁ ମୂର୍ତ୍ତି ଚୋରି ଘଟଣାକୁ ୮ ବର୍ଷ ପୂରିଯାଇଛି। ହେଲେ ଏ ପର୍ଯ୍ୟନ୍ତ ଚୋରିର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଦୁର୍ବୃତ୍ତଙ୍କୁ କାବୁକରି ପାରିନାହିଁଁ କିମ୍ବା ଚୋରି ମୂର୍ତ୍ତିକୁ ଉଦ୍ଧାର କରିପାରିନାହିଁ। ଯାଜପୁର ସହର ବୈତରଣୀ ନଦୀକୂଳ ବରାହ ପୀଠରୁ ୨୦୧୫ ମେ’ ୧୮ ତାରିଖ ରାତିରେ ୬ ବିରଳ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ବରାହ ମନ୍ଦିରରେ ଥିବା ୫୦୦ ବର୍ଷ ପୂର୍ବର ସ୍ବେତ ବରାହ, ଲକ୍ଷ୍ମୀ ବରାହ, ବଳିବାମନ, ଗଦାଧର ମନ୍ଦିରରୁ ଗଦା, ଶଙ୍ଖ ଓ ଚକ୍ର ମୂର୍ତ୍ତି ଚୋରି କରାଯାଇଥିଲା। ଚୋରି ମୂର୍ତ୍ତିଗୁଡ଼ିକ ବିଦେଶକୁ ଚାଲାଣ ହେଉଥିବା ସନ୍ଦେହ କରାଯାଇଥିବାରୁ ସେଗୁଡ଼ିକୁ ଉଦ୍ଧାର ପାଇଁ ରାଜ୍ୟ ସରକାର ସିବିଆଇ ଜରିଆରେ ଆନ୍ତର୍ଜାତିକ ତଦନ୍ତକାରୀ ସଂସ୍ଥା ଇଣ୍ଟରପୋଲର ସହଯୋଗ ଲୋଡ଼ିଥିଲେ। ଇଣ୍ଟରପୋଲ ସିବିଆଇର ଅନୁରୋଧକ୍ରମେ ଚୋରି ପ୍ରାଚୀନ ଚୋରିମୂର୍ତ୍ତିକୁ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରାଚୀନ ଓ ବିରଳ ମୂର୍ତ୍ତିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ବହୁ ମୂଲ୍ୟ ହୋଇଥିବା ଯାଜପୁର ପୋଲିସ ଜାଣିବାକୁ ପାଇଥିଲା। ବରାହ ପୀଠରେ ୫୦୦ ବର୍ଷ ତଳୁ ଏହି ମୂର୍ତ୍ତିଗୁଡିକ ପୂଜା ପାଉଥିବାବେଳେ ଦୁର୍ବୃତ୍ତ ଦୀର୍ଘଦିନ ପୂର୍ବରୁ ଏହାକୁ ଚୋରି କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ପୋଲିସ ମଧ୍ୟ ତଦନ୍ତବେଳେ ଅବଗତ ହୋଇଥିଲା। ତେଣୁ ପୋଲିସ ନିଜ ହାତ ସଫା ରଖିବା ପାଇଁ ସ୍ଥାନୀୟ ୨ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚଲାଣ କରିଥିଲା। ହେଲେ ମୂର୍ତ୍ତିଗୁଡିକର ଖୋଜଖବର ପାଇ ନ ଥିଲା।
ଏହା ମଧ୍ୟରେ ପୋଲିସ କେବଳ କୋର୍ଟଚାଲାଣ କରିଥିବା ୨ ସ୍ଥାନୀୟ ଯୁବକଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରି ବସିପଡ଼ିଛି। ଏହା ଯାଜପୁରବାସୀଙ୍କ ଧର୍ମଭାବାବେଗକୁ କୁଠାରାଘାତ ଲାଗିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କେବଳ ଯାଜପୁରର ବରାହ ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ହୋଇଛି ତାହା ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ ପୁରାତନ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି। ୨୦୧୬ ମାର୍ଚ୍ଚ ୧୩ ରାତିରେ ଧର୍ମଶାଳା ବ୍ଲକ୍‌ର ଗଡ଼ମଧୁପୁର ଶ୍ରୀଜଗନ୍ନାଥ ମନ୍ଦିରରୁ ଦୁର୍ଲଭ ମୂର୍ତ୍ତି ଚୋରି କରାଯାଇଥିଲା। ଗତ ୪ ବର୍ଷ ମଧ୍ୟରେ ଦଶରଥପୁର ଅଞ୍ଚଳର କୁଆଁସମଙ୍ଗଳା, ବ୍ରହ୍ମବରଦା ଓ ବଡ଼ଚଣା ଅଞ୍ଚଳରୁ ବିରଳ ମୂର୍ତ୍ତିଗୁଡିକ ଚୋରି କରାଯାଇଥିବାବେଳେ କୌଣସି ମୂର୍ତ୍ତିର ସନ୍ଧାନ ପୋଲିସ ପାଇପାରିନାହିଁ। ଜିଲାରେ ଏବେବି ବହୁ ବିରଳ ଓ ଐତିହ୍ୟସମ୍ପନ୍ନ ମୂର୍ତ୍ତିଗୁଡ଼ିକ ବିଭନ୍ନ ମଠ ମନ୍ଦିରରେ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ଏହାର ସୁଯୋଗ ରାଜ୍ୟର କେତେକ ପେସାଦାର ମୂର୍ତ୍ତିଚୋର ନେଉଥିବା ସନ୍ଦେହ କରାଯାଉଛି। ପୋଲିସ ମୂର୍ତ୍ତି କିମ୍ବା ମୂର୍ତ୍ତି ଲୁଟ୍‌ କରିଥିବା ଦୁର୍ବୃତ୍ତଙ୍କୁ ଠାବ କରିପାରି ନ ଥିବାରୁ ଜିଲାରେ ଅସୁରକ୍ଷିତ ଅବସ୍ଥାରେ ଥିବା ବିରଳ ମୂର୍ତ୍ତିଗୁଡ଼ିକୁ ନେଇ ଜିଲାବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ବରାହ ମନ୍ଦିର ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରେ ସେ କିଛି ଜାଣିନାହାନ୍ତି ବୋଲି କହି ସଫେଇ ଦେଇଥିଲେ। ଏ ସମ୍ପର୍କରେ ଯାଜପୁର ଟାଉନ୍‌ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ମାମଲା ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri