Categories: ଜାତୀୟ

୮ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଭାଜପା

ରାୟପୁର,୧୬।୧୨: ଛତିଶଗଡ଼ ରାୟପୁରରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସ୍ଥାନୀୟ ପୋଲିସ ୧୪ ବର୍ଷୀୟ ବାଳକଙ୍କୁ ଗିରଫ କରିଛି। ପୀଡ଼ିତା ଓ ନାବାଳକ ଗୋଟିଏ ବିଲ୍ଡିଂରେ ରହୁଥିଲେ। ଗତ ୭ ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଝିଅ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଥିବାବେଳେ ବିଲ୍ଡିଂର ପଛ ପାଖରେ ଥିବା ଏକ ପଡ଼ିଆରେ ପୀଡ଼ିତାଙ୍କ ମୃତଦେହ ମିଳିଥିଲା। ପୋଲିସ ତଦନ୍ତ ପରେ ପୀଡ଼ିତାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରିଥିବା ଜାଣିବାକୁ ପାଇଥିଲା। ଏପରିକି ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି। ବରିଷ୍ଠ ଭାଜପା ନେତା ସଞ୍ଜୟ ଶ୍ରୀବାସ୍ତବ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଭୂପେନ୍ଦ୍ର ବାଘେଲଙ୍କ ସରକାର ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଥିବା ଭାଜପା ଅଭିଯୋଗ କରିଛି।

Share