ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ

ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି।
ଦେବାଂଶୀ ସିରୋହି ଜିଲାର ମାଲଗାଓଁର ବାସିନ୍ଦା। ସେ କୁଇଜରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ  ରାଗରେ ଗୀତ ଗାଇବା ଶିଖିଛନ୍ତି। ଭାରତନାଟ୍ୟମ ଏବଂ ଯୋଗରେ ମଧ୍ୟ  ବେଶ୍‌ ପାରଙ୍ଗମ। ସେ କେବେବି ଟିଭି ଦେଖି ନ ଥିଲେ।  ହିନ୍ଦୀ, ଇଂରାଜୀ, ସଂସ୍କୃତ, ଜାରୱାଡି ଏବଂ ଗୁଜରାଟୀ ସହିତ ଅନେକ ଭାଷା ମଧ୍ୟ ଜାଣିଛନ୍ତି।  ଏପର୍ଯ୍ୟନ୍ତ ସେ ୩୫୭ଟି ଦୀକ୍ଷା, ୫୦୦କିଲୋମିଟର ପାଦରେ ଚାଲିବା, ତୀର୍ଥଯାତ୍ରା ଏବଂ ଜୈନ ଧର୍ମଗ୍ରନ୍ଥ ପଢିଛନ୍ତି ।
ଦେବାଂଶୀଙ୍କ ପିତା ଧନେଶ ସାଙ୍ଗଭୀ ଜଣେ ହୀରା ବ୍ୟବସାୟୀ। ସୁରତରେ ସାଙ୍ଗଭି ଆଣ୍ଡ ସନ୍ସ ନାମକ ଏକ ହୀରା କମ୍ପାନୀ ଅଛି, ଯାହା ଦୁନିଆର ସର୍ବ ପୁରାତନ ହୀରା କମ୍ପାନୀ ମଧ୍ୟରୁ ଅନ୍ୟତମ। ଧନେଶ ଏବଂ ତାଙ୍କ ସ୍ତ୍ରୀ ଅମିଙ୍କର ଦୁଇ ଝିଅ ଅଛନ୍ତି। ଦେବାଂଶୀ ତାଙ୍କର ବଡ଼ ଝିଅ। କୋଟି କୋଟି ସମ୍ପତ୍ତି ଥିବା ସତ୍ତ୍ୱେ ହୀରା ବ୍ୟବସାୟୀଙ୍କ ପରିବାର  ସରଳ ଜୀବନଯାପନ କରନ୍ତି।

Share