ଘରେ ଥିବା ଏହି ୮ ଜିନିଷ କରିଦେବ କାଙ୍ଗାଳ; ଯେତେଶୀଘ୍ର ପାରୁଛନ୍ତି କରନ୍ତୁ ଏପରି…

ଗ୍ରହର ଆମ ଜୀବନରେ ମହତ୍ୱ ଅଧିକ। କାରଣ ଏହାର ଚଳନ ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଦଶା ଠିକ୍‌ ନ ରହିଲେ ହେଉଥିବା କାମ ଅଟକି ଯାଇଥାଏ। ଏଭଳି କ୍ରମରେ ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ ଅଥବା ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ସେଭଳି ୮ଜିନିଷ ବିଷୟରେ ଜାଣନ୍ତୁ ଯାହା ଆପଣଙ୍କୁ ଧନୀ ହେବାରୁ ରୋକିଥାଏ…

-ପାରା ବସା: ଘରକୁ ପାରା ଆସିବା, ବସା କରିବା, ଅଣ୍ଡା ଦେବା ଏବଂ ଅଣ୍ଡା ଫାଟିବା। ଏସବୁରେ ହେବାକୁ ଥିବା ଅପରିଷ୍କାର ପରିବେଶ ଯୋଗୁ ଆର୍ଥିକ ସ୍ଥିତି ଭଲ ହେବା ପରିବର୍ତ୍ତେ ଖରାପ ହୋଇଥାଏ। କିଛି ଲୋକ ନିଜ ଛାତରେ ବାଜରା, ଗହମ ପକାଇଥାନ୍ତି। ଏହା କରିବା ଭଲ ନୁହେଁ। ପକ୍ଷୀମାନଙ୍କୁ ଖାଇବାକୁ ଏବଂ ପାଣି ଦେବାକୁ ଚାହୁଁଥିଲେ ଘର ଭିତରେ ନ କରି ବାହାରେ କରନ୍ତୁ। ପାରା ଘରକୁ ଆସିବା-ଯିବାକୁ ରୋକନ୍ତୁ। ନଚେତ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବ।

-କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ: ଘରେ କଣ୍ଟା ଜାତୀୟ ନଚେତ କ୍ଷୀର ବାହାରୁଥିବା ବୃକ୍ଷ ଲଗାନ୍ତୁ ନାହିଁ। ବିଶେଷକରି ଏହାକୁ ତୁଳସୀ ଗଛ ଆଖପାଖରେ ଲଗାନ୍ତୁ ନାହିଁ।

-ଝାଡ଼ୁ: ଝାଡ଼ୁକୁ ସର୍ବଦା ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରଖନ୍ତୁ। କାରଣ ଏହାକୁ ଲକ୍ଷ୍ମୀ ଏବଂ ଶୁକ୍ରଙ୍କ ପ୍ରତୀକ ବୋଲି କୁହାଯାଏ। ଏଣୁ ଏହାକୁ ଲୁଚାଇ ସୋଫା ନଚେତ ଖଟ ତଳେ ରଖନ୍ତୁ। ଛିଡ଼ା କରି ଝାଡ଼ୁକୁ ରଖନ୍ତୁ ନାହିଁ।

-ଭାଙ୍ଗିଯାଇଥିବା ଜିନିଷ ରଖନ୍ତୁ ନାହିଁ: ଖରାପ ହୋଇଯାଇଥିବା ଘଣ୍ଟା, ଭଙ୍ଗା ଦର୍ପଣ, ଖରାପ ହୋଇଥିବା ଇଲେକ୍ଟ୍ରୋନିକ ଜିନିଷ, ଜଙ୍କ ଲାଗିଯାଇଥିବା ଲୁହା, ଓଦା କାଠ, ଭାଙ୍ଗିଯାଇଥିବା ଆସବାବସାମଗ୍ରୀ ରଖନ୍ତୁ ନାହିଁ। ଏହାକୁ ଶୀଘ୍ର ଘରୁ ବାହାର କରିଦିଅନ୍ତୁ।

-ଘରର ଶିଢ଼ୀ ତଳେ ରୋଷେଇ ଘର କରନ୍ତୁ ନାହିଁ। ଘରର ଶିଢ଼ି ତଳେ ରୋଷେଇ ଘର ନଚେତ ଟଏଲେଟ୍‌ କରନ୍ତୁ ନାହିଁ। ଇନଭର୍ଟର, ଜୋତା-ଚପଲ ଆଦି ଶିଢ଼ି ତଳେ ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଜୀବନରେ ଶିଢ଼ି ଉଚ୍ଚକୁ ନେଇଥାଏ।

-କବାଟ, ଝରକା ଶବ୍ଦ କରୁ ଖୋଲୁଥିଲେ ତାକୁ ତୁରନ୍ତ ଠିକ୍‌ କରନ୍ତୁ।

-ଚିରା ପୋଷାକ: ଫ୍ୟାଶନ ପାଇଁ ପିନ୍ଧା ଯାଉଥିବା ଫଟା ପୋଷାକକୁ ବିଲ୍‌କୁଲ ପିନ୍ଧନ୍ତୁ ନାହିଁ। ସର୍ବଦା ସଫାସୁତୁରା, ଆଇରନ୍‌ ଦିଆଯାଇଥିବା ପୋଷାକ ପିନ୍ଧନ୍ତୁ।

-ଘରେ ପାଣି ଝରୁଥିଲେ, କାନ୍ଥ ଓଦା ହେଉଥିଲେ ତୁରନ୍ତ ତାହାକୁ ଠିକ୍‌ କରନ୍ତୁ। ଏହା ଭଲ ସଙ୍କେତ ନୁହେଁ।