ଦଳାଚକଟାରେ ଗଲା ୮ ଜୀବନ

ହ୍ୟୁଷ୍ଟନ୍‌,୬।୧୧: ଆମେରିକାର ହ୍ୟୁଷ୍ଟନ୍‌ ସହରରେ ଆଷ୍ଟ୍ରୋଓ୍ବାଲର୍‌ଡ ମ୍ୟୁଜିକ୍‌ ଫେଷ୍ଟିଭାଲ ଦଳାଚକଟା ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକେ ଲୋକେ ଆହତ ହୋଇଥିବା ଜଣାପଡିଛି। ଶୁକ୍ରବାର ଥିଲା ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ଉତ୍ସବ। ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମି ଥିଲା। ଏପରି କି ଉତ୍ସବ ସ୍ଥଳରେ ପହଞ୍ଚିବା ପାଇଁ ଠେଲାପେଲାରୁ ଦଳାଚକଟା ହୋଇ ୮ଜଣଙ୍କ ମୃତ୍ୟୁ ଘଟିଥିବା ହ୍ୟୁଷ୍ଟନ୍‌ ଅଗ୍ନିଶମ ବିଭାଗ ମୁଖ୍ୟ ସାମୁଏଲ୍‌ ପେନା ଶନିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରାପର ଟ୍ରାଭିସ୍‌ ସ୍କଟ୍‌ଙ୍କ ଷ୍ଟେଜ୍‌ ନିକଟରେ ପ୍ରବଳ ଗହଳିରୁ ଦଳାଚକଟା ହୋଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ୫୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଦଳାଚକଟା ପରେ ଦ୍ୱିତୀୟ ଦିନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

Share