ଭାରତରେ ୮ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ, ୩୦।୧୨: ୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ, ହାଇଦ୍ରାବାଦର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ଏବଂ ପୁଣେର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ନମୁନା ପରୀକ୍ଷା ବେଳେ ବ୍ରିଟେନର ନୂଆ ଷ୍ଟ୍ରେନ୍‌ ଜଣାପଡିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟସେବା କେନ୍ଦ୍ରର ସିଙ୍ଗଲ୍‌ ରୁମ୍‌ ଆଇସୋଲେଶନରେ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଉକ୍ତ ଯାତ୍ରୀଙ୍କ ସହ ଅନ୍ୟ କେଉଁମାନେ ଆସିଥିଲେ ଓ ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି, ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ଯାଞ୍ଚ, କଣ୍ଟେନ୍‌ମେଣ୍ଟ, ପରୀକ୍ଷା ବଢ଼ାଇବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସେହିପରି ନମୁନା ଭାରତୀୟ ସାର୍ସ-ସିଓଭି-୨ ଜିନୋମିକ୍‌ କନ୍‌ସୋର୍ଟିୟମ୍‌କୁ ପଠାଇବା ଲାଗି କୁହାଯାଇଛି।
ଅନ୍ୟପକ୍ଷରେ ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ବିରୋଧରେ ଭାରତ ଓ ଅନ୍ୟ ଦେଶରେ ପ୍ରସ୍ତୁତ କୋଭିଡ୍‌ ଟିକା କାମ ଦେବ ବୋଲି ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା (ପିଏସ୍‌ଏ) ପ୍ରଫେସର କୃଷ୍ଣସ୍ବାମୀ ବିଜୟ ରାଘବନ କହିଛନ୍ତି। ଭୂତାଣୁର ନୂଆ ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେବାରେ କୋଭିଡ୍‌ ଟିକା ବିଫଳ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ୮ ବ୍ରିଟେନ୍‌ ଫେରନ୍ତାଙ୍କଠାରେ ଭୂତାଣୁର ନୂଆ ରୂପ ଚିହ୍ନଟ ହେଲାଣି। ତେବେ ଟିକାକୁ ନେଇ ଚିନ୍ତା କରିବାର କାରଣ ନାହିଁ ବୋଲି ସରକାର କହିଛନ୍ତି। ବ୍ରିନେଟରେ ନୂଆ ଭାରିଆଣ୍ଟ ଚିହ୍ନଟ ପୂର୍ବରୁ ଲାବରେଟୋରିରେ ପାଖାପାଖି ୫ ହଜାର ଜିନୋମ ସିକ୍ୱେନ୍ସ କରାଯାଇଥିଲା। ଏବେ ଏହାର ସଂଖ୍ୟାକୁ ଆହୁରି ବଢ଼ାଇବା ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ୩୦ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦେବା ଲାଗି ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବା ବେଳେ ୪ଟି ରାଜ୍ୟରେ ଡ୍ରାଏ ରନ୍‌ କରାଯାଇଛି। ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଟିକା ପହଞ୍ଚାଇବା ଏବେ ଚିନ୍ତାର ବିଷୟ ହୋଇଛି। ଟିକା ପରିବହନ ପାଇଁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରସ୍ତୁତ ରଖାଯାଇଛି। ପର୍ଯ୍ୟାପ୍ତ ଉପକରଣ ଓ କଣ୍ଟେନର ନ ଥିବା ଗ୍ରାମାଞ୍ଚଳରେ ଟିକାକରଣ ନେଇ ସମସ୍ୟା ସୃଷ୍ଟି ହୋଇପାରେ। ବିଭିନ୍ନ ଅଞ୍ଚଳରେ କୋଲ୍ଡ ଚେନ୍‌ ଉପଲବ୍ଧ କରାଇବା ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ୨.୭ ନିୟୁତ ଭାଏଲ୍‌ ଟିକା ରଖିବା ଲାଗି ବ୍ୟବସ୍ଥା ହୋଇଛି। ଏଥିସହିତ ବିଯୁକ୍ତ ୨୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ କେତେକ ଟିକା ରଖିବାକୁ ପଡ଼ୁଥିବାରୁ ଏଥିପାଇଁ କୁଲିଂ ଚାମ୍ବର ବ୍ୟବସ୍ଥା କରାଯାଇଛି।

‘ବ୍ରିଟେନ ଫେରନ୍ତା ନିଜ ତଥ୍ୟ ଦିଅନ୍ତୁ’

ବ୍ରିଟେନ୍‌ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ୁଛି। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ବ୍ରିଟେନରୁ ଫେରିଥିବା ୧୮୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍‌ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ନୂଆ ଷ୍ଟ୍ରେନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ। ବ୍ରିଟେନ୍‌ରେ ଦେଖାଦେଇଥିବା ନୂଆ କରୋନା ଆକ୍ରାନ୍ତ କେସ୍‌ ଦ୍ୱାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ତେଣୁ ଏଥିରେ ବିଚଳିତ ନ ହୋଇ ଏହାର ମୁକାବିଲା କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଯଦି ବି ସେମାନଙ୍କ ମଧ୍ୟରୁ କିଏ ପଜିଟିଭ୍‌ ଚିହ୍ନଟ ହେବେ, ସେମାନଙ୍କର ଜେନମ୍‌ ସିକ୍ୱେନ୍ସିଂ ଦେଖିବୁ ଏବଂ ଆକାଡେମିକ୍‌ ରିସର୍ଚ୍ଚ କରିବୁ ବୋଲି ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ଭାରତରେ ନୂଆ କରୋନା ଷ୍ଟ୍ରେନକୁ ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ଡା. ସି.ବି.କେ. ମହାନ୍ତି କହିଛନ୍ତି ଯେ, ଏହି ଭୂତାଣୁ ପୂର୍ବ ଭୂତାଣୁଠାରୁ କ୍ଷିପ୍ର ଗତିରେ ସଂକ୍ରମିତ ହେବ। ଅଧିକ ଲୋକ ମଧ୍ୟ ସଂକ୍ରମଣର ଶିକାର ହେବେ। ଓଡ଼ିଶାରେ ପଜିଟିଭ୍‌ ଚିହ୍ନଟ ଲୋକଙ୍କ ଜେନମ୍‌ ସିକ୍ୱେନ୍ସିଂ ଜାଣିବା ପାଇଁ ସେମାନଙ୍କ ନମୁନା ପୁଣେକୁ ପଠାଯାଇଛି। ଏହି ନୂଆ ଭାଇରସ ସୁପର ସ୍ପ୍ରେଡର ହେବ କି ନାହିଁ ତାହା ଜଣାପଡ଼ିନାହିଁ। କିନ୍ତୁ ଜ୍ୱର, ଝାଡ଼ା ଓ କାଶ ଏହି ନୂଆ ଭୂତାଣୁର ଲକ୍ଷଣ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ କହିଛନ୍ତି।
୧୮ଟି ଜିଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱର ବାସିନ୍ଦା ହୋଇଥିବାରୁ ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରହିଛି। ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପରୀକ୍ଷା ପାଇଁ ସେମାନଙ୍କ ନମୁନା ପୁଣେ ପଠାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୮ ବ୍ରିଟେନ୍‌ ଫେରନ୍ତାଙ୍କ ତାଲିକା ଆସିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତଙ୍କ କି ନାହିଁ ରିପୋର୍ଟ ଆସିଲା ପରେ ଜଣାପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ୭୦ ଫେରନ୍ତାଙ୍କ ତାଲିକା ଆସିଛି। ସେମାନଙ୍କ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଏଥିପାଇଁ ୩ଟି ଜୋନ ପାଇଁ ୬ଟି ଟିମ୍‌ ଗଠନ କରାଯାଇ ଯାଞ୍ଚ ଆରମ୍ଭ ହୋଇଥିବା କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri