ବଜ୍ରପାତରେ ଚାଲିିଗଲା ୮ ଜୀବନ

ବାଲେଶ୍ୱର ଅଫିସ/ ବସ୍ତା/ ରୂପ୍‌ସା/ ଜଳେଶ୍ୱର/ସୋର/ ବାସୁଦେବପୁର/ ଖୁଣ୍ଟା, ୭।୮(ଡି.ଏନ.ଏ.): ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଶନିବାର ବଜ୍ରପାତ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲାରେ ୬, ଭଦ୍ରକରେ ଜଣେ ଓ ମୟୂରଭଞ୍ଜରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଥିବା ବାଲେଶ୍ୱରର ୭ ଜଣଙ୍କୁ ଚିକିତ୍ସା ଲାଗି ବସ୍ତା ଓ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସିଂଲା ଥାନା ଶାସନ ଓ ବସ୍ତା ଥାନା ମଥାନୀ ଅଞ୍ଚଳରେ ବିଲରେ ଧାନ ରୁଆ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ଜଣ ମହିଳା ଶ୍ରମିକ ପ୍ରାଣ ହରାଇଥିଲେ। ମୃତକଦ୍ୱୟ ହେଲେ ବସ୍ତା ଥାନା ତଳତାପଣ୍ଡା ଗ୍ରାମର ପାନ ମାଝି ଓ ମୟୂରଭଞ୍ଜ ମୁରୁଡ଼ା ଥାନା ବ୍ରାହ୍ମଣମରା ଗ୍ରାମର ଛବି କାଳନ୍ଦୀ। ଏନେଇ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ବଜ୍ରପାତରେ ଅନ୍ୟ ୩ ଜଣ ମହିଳା ଶ୍ରମିକ ସାବିତ୍ରୀ କିସ୍କୁ, ଗୁରୁବାରୀ କାଳନ୍ଦୀ ଓ ବର୍ଷା କାଳନ୍ଦୀ ଅସୁସ୍ଥ ହୋଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ବରଡ଼ିଆ ପଞ୍ଚାୟତର କୁସୁମାସାହି ଗାଁ ବାଦଲ ସିଂଙ୍କ ସ୍ତ୍ରୀ ପୂର୍ଣ୍ଣିମା ସିଂ ଅନ୍ୟ ୧୬ଜଣଙ୍କ ସହିତ ବାଘାବାଳୀ ଗ୍ରାମର ଏକ ବିଲରେ ଚାଷକାମ କରୁଥିଲେ। ବଜ୍ରପାତ ହେବାରୁ ସେ ଘଟଣାସ୍ଥଳରେ ପଡ଼ିଯାଇଥିଲା। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିକେ ଭଟ୍ଟର ହସ୍ପିିଟାଲକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସାଥିରେ ଥିବା କନ୍ଦଡ଼ା ଗ୍ରାମର ପରମେଶ୍ୱର ମହନ୍ତଙ୍କ ସ୍ତ୍ରୀ ସାବିତ୍ର ମହନ୍ତ ଏବଂ କୁସୁମସାହି ଗାଁର ସୁବଲ ସିଂଙ୍କ ସ୍ତ୍ରୀ ଗୀତା ସିଂ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଜଳେଶ୍ୱର ଥାନା ଗୋବରଘଟା ପଞ୍ଚାୟତ ଅଧୀନ କୃଷ୍ଣନଗର ଗାଁର ମଙ୍ଗଲ ଟୁଡୁଙ୍କ ନାବାଳକ ପୁଅ ଗଜେନ୍ଦ୍ର (୧୨) ଏବଂ ସେହି ଗାଁର ମଙ୍ଗଲ ମାରାଣ୍ଡିଙ୍କ ନାବାଳକ ପୁଅ ପଦନ (୧୨) ବିଲକୁ ଗାଈ ଜଗିବାକୁ ଯାଇଥିବା ବେଳେ ମେଘ ଦେଖି ନିକଟସ୍ଥ ଏକ ଇଟାଭାଟିର ଚିମିନୀ ନିକଟରେ ଅଟକି ଥିଲେ। ସେହି ସମୟରେ ବଜ୍ରପାତ ହୋଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଜଳେଶ୍ୱର ଥାନା ଗୋପ ଗାଁର ମା’ ଗୁରୁବାରୀ ସିଂ ଓ ପୁଅ ଅଭିମନ୍ୟୁ ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଲୋକେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସୋର ବ୍ଲକ ବାସୁଦେବପୁର ଥାନା ଅଧୀନ ପଢ଼ୁଆଁ ଗ୍ରାମରେ ବଜ୍ରପାତ ହୋଇ ଅଣାକାର ମଲ୍ଲିକ(୪୨) ନାମକ ଚାଷୀଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଜିଲାର ମୃତକ ହେଲେ ବାସୁଦେବପୁର ପୌରପାଳିକା ଅଧୀନ ରାଧାନାଥପୁର ଆଡ଼ିଆ ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ(୫୬)। ସେ ଅପରାହ୍ନରେ ପରିବାର ସଦସ୍ୟଙ୍କ ସହ ବିଲରେ ଚାଷ କରୁଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ତାଳକୁଣ୍ଡା ଗ୍ରାମର ଚାଷୀ ଜୟଦେବ ମହାନ୍ତଙ୍କ ମୃତ୍ୟୁ ଘଟିଛି। ସେ ଚାଷଜମିରୁ କାମ ସାରି ମଧ୍ୟାହ୍ନରେ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରାପାତ ହେବାରୁ ସେ ରାସ୍ତାରେ ଟଳି ପଡ଼ିଥିଲେ। ଲୋକେ ତାଙ୍କୁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩୯/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri