ମହିଳା ଗ୍ରୁପଠାରୁ ଠକିନେଲେ ୮ ଲକ୍ଷ

ନୂଆଗାଁ,୨୫।୧୧(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଯଶୋବନ୍ତୀ ବାରିକ (୪୮)।

ସୂଚନା ଅନୁଯାୟୀ, ବରଗଡ଼ ଜିଲାର ଯଶୋବନ୍ତୀ ଦୀର୍ଘ ଦିନ ହେଲା ନୂଆଗାଁ ଥାନା ମହିପୁର ଅଞ୍ଚଳରେ ରହି ଆସୁଥିଲେ। ଏହାରି ଭିତରେ ବିଭିନ୍ନ ମହିଳାଙ୍କ ସହ ମିଳାମିଶା କରି ସୁସମ୍ପର୍କ ରଖିଥିଲେ। ଏହି ସୁଯୋଗରେ ସେ ମହିଳାମାନଙ୍କ ମନରେ ବିଶ୍ୱାସ ସୃଷ୍ଟିକରି ସାହିପଡିଶା ଓ ମହିଳା ଗ୍ରୁପରୁ ପ୍ରାୟ ୮ ଲକ୍ଷ ଟଙ୍କା ଠକି ନେଇଥିବା ନୂଆଗାଁ ଥାନାରେ ଗତ ଅଗଷ୍ଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୧୨/୨୧) ରୁଜୁ କରି ମହିଳାଙ୍କ ଉପରେ ନଜର ରଖିଥିଲା  । ଗୁରୁବାର ତାଙ୍କୁ ବାଣିଗୋଛା ଥାନା ଅଞ୍ଚଳରୁ ଗିରଫ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନ୍ୟତା ମିଳିଛି, ଭିତ୍ତିଭୂମି ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୯।୬: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ଜାଗୁଳିପାଟଣାରେ ରହିଛି ଶ୍ରୀଅନନ୍ତ ପୁରୁଷୋତ୍ତମ(ହାତଗୋଡ଼ ଥାଇ ପୂର୍ଣ୍ଣ ବିଗ୍ରହ)ଦେବଙ୍କ ମନ୍ଦିର। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଏହାର...

‘ନନ୍ଦିନୀ ଥିଲେ ସାଲିସବିହୀନ ନେତ୍ରୀ’

ଢେଙ୍କାନାଳ ଅଫିସ, ୧୦।୬ – ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ମହାନ ଜନନାୟିକା ତଥା ସୁସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ସମାରୋହ ଢେଙ୍କାନାଳ ଜୟଗୋପାଳ ସାହିସ୍ଥିତ...

ଆବାସ ଯୋଜନାରେ ଦୁର୍ନୀତି ଘଟଣା: ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ

ଅନୁଗୋଳ ଅଫିସ, ୧୭।୧୦- ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତରେ ୩ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ପଞ୍ଚାୟତ...

ଋଣ ଶୁଝିବା ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୨୬ା୯: ବନ୍ୟାଜଳରେ ଏକ ସପ୍ତାହ ଧରି ଜଳବନ୍ଦୀ ଜୀବନ ବିତାଇଥିବା ଗ୍ରାମବାସୀଙ୍କ ଏକର ଏକର ଖରିଫ ଧାନ ଫସଲ ନଷ୍ଟ ହୋଇଯାଇଛି। ଏଥିଯୋଗୁ ଖୋର୍ଦ୍ଧା...

୬ ଜିଲାକୁ ଛାଡ଼ି ସବୁଠି ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟର ଅଧିକାଂଶ ଜିଲାରେ ପ୍ରବେଶ କରିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର...

ବର୍ଷାରେ ଫସଲ କ୍ଷତିର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ

ଛତ୍ରପୁର,୧୭ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିଲା। ଏଥିରେ ୧୨ ବ୍ଲକ ଅଧୀନ ୧୨୫ ପଞ୍ଚାୟତ ଓ...

ଭୂତାଣୁମୁକ୍ତ ହେବ ରେଳଯାତ୍ରା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): କରୋନା ବିରୋଧରେ ଲଢେଇକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳପଥ। ପ୍ରଥମେ ଆଇସୋଲେଶନ କୋଚ୍‌, ଏବେ ପୋଷ୍ଟ୍‌ କୋଭିଡ୍‌-୧୯ କୋଚ୍‌ ପ୍ରସ୍ତୁତ କରିଛି...

ଏକାଦଶାହରେ କଲେ ଦଶାହ କାର୍ଯ୍ୟ: ଜନତା କର୍ଫ୍ୟୁକୁ ସମର୍ଥନ କରି ଚର୍ଚ୍ଚାରେ ପରିବାର

ଅନୁଗୋଳ ଅଫିସ, ୨୫।୩ – କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଦେଶରେ ଜନତା କର୍ପ୍ୟୁ ପାଳନ କରାଯାଇଥିଲା।...

Advertisement
Archives

Model This Week