Posted inଖେଳ

ଅପ୍‌ଗ୍ରେଡ୍‌ ହେବ ୮ ଖେଲୋ ଇଣ୍ଡିଆ ସ୍ପୋଟର୍‌ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ,୧୭।୯(ପି.ଟି.): ଦେଶରେ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (କେଆଇଏସ୍‌ସିଇ)କୁ ଅପ୍‌ଗ୍ରେଡ୍‌ କରାଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏ ବାବଦରେ ୯୫.୧୯ କୋଟି ଟଙ୍କା ବୟ ଅଟକଳ କରାଯାଇଛି। ଦେଶରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଅଲିମ୍ପିକ ଚାମ୍ପିୟନରେ ପରିଣତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
ପ୍ରାରମ୍ଭିକ ପର୍ଯ୍ୟୟରେ ୮ଟି ରାଜ୍ୟରେ କେଆଇଏସ୍‌ସିଇ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ, ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ନାଟକ ଓ କେରଳରେ କେଆଇଏସ୍‌ସିଇ ପ୍ରତିଷ୍ଠା ହେବ। ଏହି ସବୁ ରାଜ୍ୟରେ କେଆଇଏସ୍‌ସିଇଗୁଡିକର ଉନ୍ନତି କରାଯିବ। ଏହି କ୍ରମରେ ଭିତ୍ତିଭୂମିର ଉନ୍ନତି, ସ୍ପୋଟର୍‌ସ ସାଇନ୍ସ ପ୍ରତିଷ୍ଠା ଓ କ୍ୱାଲିଟି କୋଚ୍‌, ପିଜିଓଥେରାପିଷ୍ଟ, ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ଏକ୍ସପର୍ଟ ନିଯୁକ୍ତି ଦିଆଯିବ। ସବୁ ଖେଳାଳିଙ୍କୁ ଉଚ୍ଚକୋଟୀର କ୍ରୀଡ଼ା ସରଞ୍ଜାମ ପ୍ରଦାନ କରାଯିବ। ଏକାଡେମୀରେ ହାଇ ପରଫର୍ମାନ୍ସ ମ୍ୟାନେଜର ରହିବେ। ଫରଫର୍ମାନ୍ସ ମ୍ୟାନେଜମେଣ୍ଟ ଓ କ୍ୱାଲିଟି ସ୍ପୋଟର୍‌ସ ସାଇନ୍ସ ଇନ୍‌ପୁଟ୍‌ ଦେବାରେ ହାଇ ପରଫର୍ମାନ୍ସ ମ୍ୟାନେଜରଙ୍କ ଭୂମିକା ରହିବ।
ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ସହ ମିଶି ମନ୍ତ୍ରଣାଳୟ ଏବେ ଥିବା କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରିବ। ମନ୍ତ୍ରଣାଳୟ କହିବା ଅନୁସାରେ ପ୍ରତ୍ୟେକ କେଆଇଏସ୍‌ସିଇରେ ୧୪ଟି ଅଲିମ୍ପିକ୍‌ କ୍ରୀଡ଼ାକୁ ଗୁରୁତ୍ୱ ଦେବା ସହ ଆଥଲେଟମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିବ। ତେବେ ଗୋଟିଏ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ୩ଟି ଅଲିମ୍ପିକ କ୍ରୀଡ଼ାକୁ ସମର୍ଥନ ଦିଆଯିବ।
ଦେଶରେ କ୍ରୀଡ଼ା ସଂସ୍କୃତିର ଉନ୍ନତି ଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ଦୃଷ୍ଟାନ୍ତମୂଳକ କରିବା ପାଇଁ ସରକାର ଏଭଳି ସବୁ ଗଠନମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। କେତୋଟି ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ଆଥଲେଟମାନଙ୍କୁ ଦକ୍ଷକରି ଗଢିତୋଳିବା ପାଇଁ ଓ ସେମାନଙ୍କୁ ଉଚ୍ଚକୋଟୀର ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଦେବାକୁ ଏହି ସେଣ୍ଟରଗୁଡିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିବା ଲକ୍ଷ୍ୟରେ ସରକାର ଏହିସବୁ ପଦକ୍ଷେପ ନେଉଛନ୍ତି। ଭାରତ ଅବଶ୍ୟ ଏଥିରେ ସଫଳ ହେବ ବୋଲି ରିଜିଜୁ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri