୩୮ ଡାକ୍ତର ବଦଳରେ ୮

ପଟ୍ଟାମୁଣ୍ଡାଇ,୨୧ା୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି। ଫଳରେ ପଟ୍ଟାମୁଣ୍ଡାଇ ତା’ର ସତ୍ତା ହରାଇ ସବୁକ୍ଷେତ୍ରରେ ଅବହେଳିତ ହୋଇପଡିଥିବା ବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଭାବେ ରାଜ୍ୟ ସରକାରଙ୍କ ସାମଗ୍ରୀକ ଭାବେ କରାଯାଉଥିବା ଉନ୍ନତିମୂଳକ କାର୍ଯ୍ୟ ବ୍ୟତୀତ ପଟ୍ଟାମୁଣ୍ଡାଇ ପାଇଁ ନା ଶାସକ କିମ୍ବା ବିରୋଧୀଙ୍କ କୌଣସି ସ୍ବତନ୍ତ୍ର ଦୃଷ୍ଟି ଭଙ୍ଗି ନ ଥିବାରୁ ବୁଦ୍ଧିଜୀବି, ସାମଜିକକର୍ମୀ ଓ ଜନସାଧରଣଙ୍କ ମହଲରେ ମତ ପ୍ରକାଶ ପାଇଛି ା
ବୁଦ୍ଧିଜୀବି ପ୍ରବୀର ନାୟକ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲରରେ ଡାକ୍ତର ଅଭାବ ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ହସ୍ପିଟାଲକୁ ଦୈନିକ ୫ ଶହରୁ ଊର୍ଦ୍ଧ୍ୱ ରୋଗୀ ଆସୁଥିବା ବେଳେ ଡାକ୍ତର ଅଭାବରୁ ଲୋକମାନେ ବାଧ୍ୟ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉ କଟକ ବଡ଼ ମେଡିକାଲ ଯାଉଛନ୍ତି ା ଉପଖଣ୍ଡ ଚିକିତ୍ସାଳୟରେ ୩୮ ଡାକ୍ତର ରହିବାର ବ୍ୟବସ୍ଥା ଥିବା ବେଳେ ଡାକ୍ତରଖାନା ଅଧୀକ୍ଷକଙ୍କ ସମେତ ୮ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ପ୍ରାୟ ୩୦ ଡାକ୍ତର ପଦବୀ ଖାଲି ଯୋଗୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ସର୍ଜରୀ, ଅସ୍ଥିଶଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି। ଭେଷଜ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ନିସ୍ତେଜକ ବିଶେଷଜ୍ଞ ପଦବୀ ଖାଲି ପଡିଛି। ସେହିପରି ୬ ସହକାରୀ ସର୍ଜନ ପଦବୀ ଥିବା ବେଳେ ଏବେ ମାତ୍ର ୨ ଜଣ କାର୍ଯ୍ୟରତ ଅଛନ୍ତି ା ବିଶେଷଜ୍ଞ ଡାକ୍ତର ପଦବୀ ସହିତ ଆବଶ୍ୟକ ଷ୍ଟାଫ୍‌ ନର୍ସ ଓ କର୍ମଚାରୀ ପଦବୀ ପୂରଣ ଲାଗି ସାଧାରଣରେ ଦାବୀ ହୋଇଛି ା
ସାମାଜିକ କର୍ମୀ କ୍ଷୀରୋଦ ମଲିକ, ତ୍ରିଲୋଚନ ଦାସ, ନରେନ୍ଦ୍ର ଧଳ ପ୍ରମୁଖ କୁହନ୍ତି, ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତ ସୁଦୃଢ ପାଇଁ ୫-ଟି ମାଧ୍ୟମରେ ଅନେକ କୋଟି ଟଙ୍କା ଅନୁଦାନ ଆସି ଉନ୍ନତିକରଣ କରାଯାଉଛି। ତାହାର କାମ ଦ୍ରୁତ ଗତିରେ ଚାଲିଛି। କିନ୍ତୁ ସ୍ବାସ୍ଥ୍ୟସେବାକୁ ସୁଧାରିବାକୁ ହେଲେ ଭିତ୍ତିଭୂମି ସୁଦୃଢ ସହ ଖାଲିଥିବା ଡାକ୍ତର ସମେତ ଅନ୍ୟାନ୍ୟ ପଦବୀଗୁଡିକୁ ପୂରଣ କରିବାକୁ ପଡିବ। ଅପରପକ୍ଷେ ଗତ ବର୍ଷ ଡିସେମ୍ବରରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ୨୪୭୩ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ା ସେଥିମଧ୍ୟରୁ ପଟ୍ଟାମୁଣ୍ଡାଇ ମେଡିକାଲର ଆବଶ୍ୟକତାକୁ ଦେଖି ସରକାର ନୂତନ ବିଶେଷଜ୍ଞ ଡାକ୍ତର ଦେବାପାଇଁ ଶାସକ ଦଳ ନା ବିରୋଧୀ କେହି ସ୍ବାର୍ଥ ଭୟରେ ସ୍ବର ଉଠାଉ ନାହାନ୍ତି ା ଏ ଦିଗରେ ବିରୋଧୀ ପ୍ରତିବାଦର ସ୍ବର ଉଠାଉ ନ ଥିବାବେଳେ ଛୋଟ ମୋଟ କଥାକୁ ନେଇ ସୋସିଆଲ ମିଡ଼ିଆରେ ବାଦ ବିବାଦ ଛିଡ଼ା କରୁଛନ୍ତି ା ନିକଟରେ ହୋଇଥିବା ଗଣମାଧ୍ୟମର ଜନମଞ୍ଚ କାର୍ଯ୍ୟକ୍ରମରେ ଅବହେଳିତ ପଟ୍ଟାମୁଣ୍ଡାଇ ପ୍ରସଙ୍ଗରେ କେହି ସ୍ବର ନ ଉଠାଇବା ତାହା ବିରୋଧିଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି ା ସୋସିଆଲ ମିଡ଼ିଆରେ ଉନ୍ନତିର ସୁନେଲି ସ୍ବପ୍ନ କେତେଜଣ ଶାସକ ଦଳର ପୃଷ୍ଠ ପୋଷକତା ଲାଭ କରିଥିବା ରାଜନେତା ଦେଖାଇ ଚାଲିଥିବା ବେଳେ ଅନ୍ତଦ୍ୱନ୍ଦ୍ୱରେ ବୁଡ଼ି ରହିଥିବା ମୁଖ୍ୟ ବିରୋଧୀ ଦଳମାନେ ନୀରବ ଦର୍ଶକ ସାଜିବାରେ ଜନସାଧାରଣଙ୍କ ନିକଟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଡିସେମ୍ବରରେ ନିଯୂକ୍ତି ପାଇଥିବା ଡାକ୍ତର ମଧ୍ୟରୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଖାଲି ପଡିଥିବା ପଦବୀ ପୂରଣ ଓ ଅନ୍ୟ ପଦବୀଗୁଡିକୁ ପୂରଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri