Posted inଜାତୀୟ

୮ ବର୍ଷରେ ୮ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ନୂଆଦିଲ୍ଲୀ, ୨୬।୫ : ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ୨୬ ମେ’ରେ ଆଠ ବର୍ଷ କ୍ଷମତା ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଦେଶର ସନ୍ତୁଳିତ ବିକାଶ, ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ହୋଇଛି। ଆଠ ବର୍ଷ ଧରି ଭାଜପା ସରକାର ସେବା, ଉତ୍ତମ ଶାସନ ଏବଂ ଗରିବଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଛି। ଗତ ଆଠ ବର୍ଷ ମଧ୍ୟରେ ସରକାର ଆର୍ଥିକ, ସ୍ବାସ୍ଥ୍ୟସେବା ଏବଂ ସାମାଜିକ ନିରାପତ୍ତା ଦୃଷ୍ଟିରୁ ସମାଜର ବିଭିନ୍ନ ବିଭାଗକୁ ସିଧାସଳଖ ଉପକାର ପହଞ୍ଚାଇବା ପାଇଁ ବହୁ ଯୋଜନା ସଫଳତାର ସହ ପ୍ରଣୟନ କରିଛନ୍ତି।

ଭାଜପା ସରକାର ୮ ବର୍ଷରେ ୮ ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ପ୍ରଥମ ପଦକ୍ଷେପ ହେଉଛି। ବିମୁଦ୍ରୀକରଣ। ୮ ନଭେମ୍ବର ୨୦୧୬ ରେ ଭାଜପା ସରକାର ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ଘୋଷଣା କରିଥିଲେ। ବିମୁଦ୍ରୀକରଣ ହୋଇଥିବା ନୋଟ ବଦଳରେ ସରକାର ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ। ବିମୁଦ୍ରୀକରଣ ପରେ ଅନେକ ମାସ ଧରି ଦେଶର ଲୋକମାନେ ପୁରୁଣା ନୋଟ ବଦଳାଇବା ପାଇଁ ବିଶୃଙ୍ଖଳା ପରିସ୍ଥିତିରେ ବ୍ୟାଙ୍କରେ ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା। ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ଥିଲା ଦେଶରେ ଡିଜିଟାଲ କାରବାର ବୃଦ୍ଧି କରିବା ସହିତ କଳା ଟଙ୍କାକୁ ରୋକିବା।

ଭାଜପା ସରକାରଙ୍କ ଦ୍ୱିତୀୟ ପଦକ୍ଷେପ ହେଉଛି ସର୍ଜିକାଲ ଷ୍ଟ୍ରାଇକ। ୨୯ ସେପ୍ଟେମ୍ବର ୨୦୧୬ ରେ, ଭାରତ ପାକିସ୍ତାନ ଅଧିକୃତ କଶ୍ମୀରରେ ଲାଇନ ଅଫ କଣ୍ଟ୍ରୋଲ ଉପରେ ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ଟାର୍ଗେଟ କରି ଏକ ସର୍ଜିକାଲ ଷ୍ଟ୍ରାଇକ କରି ବହୁ ସଂଖ୍ୟକ ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲା। ଭାରତର ଦାବିକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଥିଲା। ଉରି ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ଜମ୍ମୁ କଶ୍ମୀରରେ ଉରି ଆତଙ୍କବାଦୀ ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ୧୦ ଦିନ ମଧ୍ୟରେ ଭାରତ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା।

ଏହା ସହିତ ସରକାର ତୃତୀୟ ପଦକ୍ଷେପ ଭାବେ ଦେଶରେ ଜିଏସ୍‌ଟି ଲାଗୁ କରିଥିଲେ। ଦ୍ରବ୍ୟ ଏବଂ ସେବା କର ଆଇନ ୨୯ ମାର୍ଚ୍ଚ ୨୦୧୭ରେ ସଂସଦରେ ପାରିତ ହୋଇଥିଲା ଏବଂ ୧ ଜୁଲାଇ ୨୦୧୭ ରେ ଲାଗୁ ହୋଇଥିଲା।

ମୋଦି ସରକାରଙ୍କ ଚତୁର୍ଥ ପଦକ୍ଷେପ ହେଉଛି ତିନି ତଲାକ୍‌। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସଂସଦରେ ବିତର୍କ ପରେ ୧ ଅଗଷ୍ଟ ୨୦୧୯ ରେ ତିନି ତଲାକ୍‌ ଆଇନ୍‌ ପାରିତ ହୋଇଥିଲା।

ପଞ୍ଚମ ପଦକ୍ଷେପ ଭାବେ ମୋଦି ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀର ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଧାରା ୩୭୦ ଏବଂ ଧାରା ୩୫-ଏ ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ।

ଷଷ୍ଠ ପଦକ୍ଷେପ ଭାବେ ସରକାର ସିଏଏ ଆଇନ ଆଣିଥିଲେ। ୨୦୧୯ରେ ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକତ୍ୱ ସଂଶୋଧନ ଆଇନ ପାରିତ ହୋଇଥିଲା। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ରାଷ୍ଟ୍ରପତିଙ୍କ ସହମତି ପାଇବା ପରେ ସିଏଏ ଅଧିନିୟମ ୧୦ ଜାନୁୟାରୀ ୨୦୨୦ ଠାରୁ କାର୍ଯ୍ୟକାରୀ ହୋଇଛି।

ସରକାରଙ୍କ ସପ୍ତମ ପଦକ୍ଷେପ ହେଉଛି କିଷାନ ସମ୍ମାନ ନିଧି ଯୋଜନା। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ୧ ଡିସେମ୍ବର, ୨୦୧୮ରୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ, ଜମି ଥିବା ସମସ୍ତ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହି ରାଶି ପ୍ରତ୍ୟେକ ୩ ମାସରେ ୨୦୦୦ ଟଙ୍କା ସମାନ କିସ୍ତିରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି। କରୋନା ମହାମାରୀ ସମୟରେ ଏହି ଯୋଜନା କୃଷକମାନଙ୍କ ପାଇଁ ବେଶ୍‌ ଲାଭଦାୟୀ ହୋଇଥିଲା।

ଅଷ୍ଟମ ପଦକ୍ଷେପ ଭାବେ ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଥିଲେ। ଏପ୍ରିଲ ୨୦୧୮ ରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା। କରୋନା ମହାମାରୀ ମଧ୍ୟରେ ସରକାରଙ୍କ ଆୟୁଷ୍ମାନ ଯୋଜନା ଗରିବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା।

ଆୟୁଷ୍ମାନ ଯୋଜନା ଅନୁଯାୟୀ ୧୦ କୋଟି ଗରିବ ପରିବାରକୁ କେନ୍ଦ୍ର ସରକାର ବାର୍ଷିକ ୫ ଲକ୍ଷ ଟଙ୍କା ମାଗଣା ବୀମା ପ୍ରଦାନ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ, ତାଲିକାଭୁକ୍ତ ଡାକ୍ତରଖାନାଗୁଡ଼ିକରେ ଆଡମିଶନ ପାଇଁ ୧୬୦୦ରୁ ଅଧିକ ରୋଗ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri