Posted inଜାତୀୟ

୮ ବର୍ଷରେ ୮ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ନୂଆଦିଲ୍ଲୀ, ୨୬।୫ : ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ୨୬ ମେ’ରେ ଆଠ ବର୍ଷ କ୍ଷମତା ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଦେଶର ସନ୍ତୁଳିତ ବିକାଶ, ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ହୋଇଛି। ଆଠ ବର୍ଷ ଧରି ଭାଜପା ସରକାର ସେବା, ଉତ୍ତମ ଶାସନ ଏବଂ ଗରିବଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଛି। ଗତ ଆଠ ବର୍ଷ ମଧ୍ୟରେ ସରକାର ଆର୍ଥିକ, ସ୍ବାସ୍ଥ୍ୟସେବା ଏବଂ ସାମାଜିକ ନିରାପତ୍ତା ଦୃଷ୍ଟିରୁ ସମାଜର ବିଭିନ୍ନ ବିଭାଗକୁ ସିଧାସଳଖ ଉପକାର ପହଞ୍ଚାଇବା ପାଇଁ ବହୁ ଯୋଜନା ସଫଳତାର ସହ ପ୍ରଣୟନ କରିଛନ୍ତି।

ଭାଜପା ସରକାର ୮ ବର୍ଷରେ ୮ ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ପ୍ରଥମ ପଦକ୍ଷେପ ହେଉଛି। ବିମୁଦ୍ରୀକରଣ। ୮ ନଭେମ୍ବର ୨୦୧୬ ରେ ଭାଜପା ସରକାର ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ଘୋଷଣା କରିଥିଲେ। ବିମୁଦ୍ରୀକରଣ ହୋଇଥିବା ନୋଟ ବଦଳରେ ସରକାର ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ। ବିମୁଦ୍ରୀକରଣ ପରେ ଅନେକ ମାସ ଧରି ଦେଶର ଲୋକମାନେ ପୁରୁଣା ନୋଟ ବଦଳାଇବା ପାଇଁ ବିଶୃଙ୍ଖଳା ପରିସ୍ଥିତିରେ ବ୍ୟାଙ୍କରେ ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା। ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ଥିଲା ଦେଶରେ ଡିଜିଟାଲ କାରବାର ବୃଦ୍ଧି କରିବା ସହିତ କଳା ଟଙ୍କାକୁ ରୋକିବା।

ଭାଜପା ସରକାରଙ୍କ ଦ୍ୱିତୀୟ ପଦକ୍ଷେପ ହେଉଛି ସର୍ଜିକାଲ ଷ୍ଟ୍ରାଇକ। ୨୯ ସେପ୍ଟେମ୍ବର ୨୦୧୬ ରେ, ଭାରତ ପାକିସ୍ତାନ ଅଧିକୃତ କଶ୍ମୀରରେ ଲାଇନ ଅଫ କଣ୍ଟ୍ରୋଲ ଉପରେ ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ଟାର୍ଗେଟ କରି ଏକ ସର୍ଜିକାଲ ଷ୍ଟ୍ରାଇକ କରି ବହୁ ସଂଖ୍ୟକ ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲା। ଭାରତର ଦାବିକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଥିଲା। ଉରି ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ଜମ୍ମୁ କଶ୍ମୀରରେ ଉରି ଆତଙ୍କବାଦୀ ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ୧୦ ଦିନ ମଧ୍ୟରେ ଭାରତ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା।

ଏହା ସହିତ ସରକାର ତୃତୀୟ ପଦକ୍ଷେପ ଭାବେ ଦେଶରେ ଜିଏସ୍‌ଟି ଲାଗୁ କରିଥିଲେ। ଦ୍ରବ୍ୟ ଏବଂ ସେବା କର ଆଇନ ୨୯ ମାର୍ଚ୍ଚ ୨୦୧୭ରେ ସଂସଦରେ ପାରିତ ହୋଇଥିଲା ଏବଂ ୧ ଜୁଲାଇ ୨୦୧୭ ରେ ଲାଗୁ ହୋଇଥିଲା।

ମୋଦି ସରକାରଙ୍କ ଚତୁର୍ଥ ପଦକ୍ଷେପ ହେଉଛି ତିନି ତଲାକ୍‌। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସଂସଦରେ ବିତର୍କ ପରେ ୧ ଅଗଷ୍ଟ ୨୦୧୯ ରେ ତିନି ତଲାକ୍‌ ଆଇନ୍‌ ପାରିତ ହୋଇଥିଲା।

ପଞ୍ଚମ ପଦକ୍ଷେପ ଭାବେ ମୋଦି ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀର ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଧାରା ୩୭୦ ଏବଂ ଧାରା ୩୫-ଏ ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ।

ଷଷ୍ଠ ପଦକ୍ଷେପ ଭାବେ ସରକାର ସିଏଏ ଆଇନ ଆଣିଥିଲେ। ୨୦୧୯ରେ ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକତ୍ୱ ସଂଶୋଧନ ଆଇନ ପାରିତ ହୋଇଥିଲା। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ରାଷ୍ଟ୍ରପତିଙ୍କ ସହମତି ପାଇବା ପରେ ସିଏଏ ଅଧିନିୟମ ୧୦ ଜାନୁୟାରୀ ୨୦୨୦ ଠାରୁ କାର୍ଯ୍ୟକାରୀ ହୋଇଛି।

ସରକାରଙ୍କ ସପ୍ତମ ପଦକ୍ଷେପ ହେଉଛି କିଷାନ ସମ୍ମାନ ନିଧି ଯୋଜନା। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ୧ ଡିସେମ୍ବର, ୨୦୧୮ରୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ, ଜମି ଥିବା ସମସ୍ତ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହି ରାଶି ପ୍ରତ୍ୟେକ ୩ ମାସରେ ୨୦୦୦ ଟଙ୍କା ସମାନ କିସ୍ତିରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି। କରୋନା ମହାମାରୀ ସମୟରେ ଏହି ଯୋଜନା କୃଷକମାନଙ୍କ ପାଇଁ ବେଶ୍‌ ଲାଭଦାୟୀ ହୋଇଥିଲା।

ଅଷ୍ଟମ ପଦକ୍ଷେପ ଭାବେ ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଥିଲେ। ଏପ୍ରିଲ ୨୦୧୮ ରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା। କରୋନା ମହାମାରୀ ମଧ୍ୟରେ ସରକାରଙ୍କ ଆୟୁଷ୍ମାନ ଯୋଜନା ଗରିବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା।

ଆୟୁଷ୍ମାନ ଯୋଜନା ଅନୁଯାୟୀ ୧୦ କୋଟି ଗରିବ ପରିବାରକୁ କେନ୍ଦ୍ର ସରକାର ବାର୍ଷିକ ୫ ଲକ୍ଷ ଟଙ୍କା ମାଗଣା ବୀମା ପ୍ରଦାନ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ, ତାଲିକାଭୁକ୍ତ ଡାକ୍ତରଖାନାଗୁଡ଼ିକରେ ଆଡମିଶନ ପାଇଁ ୧୬୦୦ରୁ ଅଧିକ ରୋଗ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ନାବାଳକ ପ୍ରେମିକ

ଲକ୍ଷ୍ନୌ ୪।୭: ଉତ୍ତରପ୍ରଦେଶ ଅଯୋଧ୍ୟା କୋତଓ୍ବାଲିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନୈତିକ ସମ୍ପର୍କକୁ ନେଇ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ପାଶ୍ଚାତ୍ୟ-ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତ ଶାନ୍ତି ପ୍ରସ୍ତାବ ଦେଲେ ସ୍ବାଗତ କରିବ ଇରାନ

ନୂଆଦିଲ୍ଲୀ,୮।୧: ପାଶ୍ଚାତ୍ୟ ମଧ୍ୟପ୍ରାଚ୍ୟ ମଧ୍ୟରେ ସଙ୍କଟ ବଢ଼ିଚାଲିଛି। ଆମେରିକା ବାଗଦାଦ୍‌ ଉପରେ କରିଥିବା ଆକ୍ରମଣର ଜବାବ୍‌ ଇରାନ୍‌ ବୁଧବାର ଦେଇଛି। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ପଶ୍ଚିମ...

ପାଣି ମାଗିବାକୁ ଆସିଥିବା ମହିଳାଙ୍କୁ ମଝି ରାସ୍ତାରେ ଗୋଇଠା ମାରିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଅହମ୍ମଦାବାଦ୍‌,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ...

ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧୩।୯: ଉତ୍ତରପ୍ରଦେଶର ରାମପୁରସ୍ଥିତ ଏକ ଜଣାଶୁଣା ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା। କ୍ୟାମେରା ଆଗରେ ଜବରଦସ୍ତି...

ଲକ୍‌ଡାଉନ୍‌ର ପ୍ରଭାବ: ଭାରତର ଅଭିବୃଦ୍ଧି ହାର ରହିବ ଶୂନ ପ୍ରତିଶତ; ୨୩୪,୦୦ କୋଟି ଡଲାର କ୍ଷତି ସହିବ ଦେଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍‌ଡାଉନ୍‌ରେ ଜାରି ହୋଇଛି। ତେବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ରହିଛି ବୋଲି...

ୟୁପି ନିର୍ବାଚନ ଫଳାଫଳ ଚକିତ କରିପାରେ

ଭୋପାଳ,୧୦।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ବେଶ୍‌ ଚକିତ କରିପାରେ। ଏହା ପଛରେ କାରଣ ଭାଜପା ସରକାର ପ୍ରତି ଥିବା ଲୋକମାନଙ୍କ ଅସନ୍ତୋଷ ଏବଂ...

ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ଶିବକୁମାର

ନୂଆଦିଲ୍ଲୀ,୧୯।୫: କର୍ନାଟକରେ ଶନିବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ହେବାକୁ...

କରୋନାରେ ପଦ୍ମଶ୍ରୀ ନିର୍ମଳ ସିଂଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨।୪: ସ୍ବର୍ଣ୍ଣ ମନ୍ଦିରରର ପୂର୍ବତନ ହଜୁରି ରାଗି ଜିଆନି ନିର୍ମଳ ସିଂଙ୍କର କରୋନା ଭାଇରସ ସଂକ୍ରମଣରେ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିକିଟରେ ସେ...

Advertisement
Archives

Model This Week