ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୯ା୮(ବ୍ୟୁରୋ)-ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ସନ୍ଧ୍ୟା ସୁଦ୍ଧା ୬୦୮.୫୮ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୪୯ ହଜାର ୪୬୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଡାହାଣ ପାର୍ଶ୍ୱର ୩ଟି ଓ ବାମ ପାର୍ଶ୍ୱର ୫ଟି ସ୍ଲୁଇସ୍‌ ଗେଟ, ବିଭିନ୍ନ କେନାଲ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୩୫ ହଜାର ୮୫୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ପଥର୍ଲାରେ ୩୯ ହଜାର ୮୭୧, ଖଇରମାଲରେ ୨ ଲକ୍ଷ ୧୦ ହଜାର, ବରମୁଲାରେ ୧ ଲକ୍ଷ ୫୫ ହଜାର, ମୁଣ୍ଡଲିରେ ୧ ଲକ୍ଷ ୬୬ ହଜାର ୬୯୪ କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ଡ୍ୟାମ୍‌ କଣ୍ଟ୍ରୋଲ୍‌ ରୁମ୍‌ ପକ୍ଷରୁ ସୂଚନା ମିଳିଛି।