ମାଲକାନଗିରିରେ କରୋନା: ଆଜି ଚିହ୍ନଟ ହେଲେ ୮ ଆକ୍ରାନ୍ତ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୮ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳର ଚାରିଜଣ ହୋଇଥିବା ବେଳେ ସେଥିମଧ୍ୟରୁ ତିନିଜଣ ଅନ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ଏବଂ ଜଣେ ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଉକ୍ତ ଗୃହର ଅନ୍ୟଜଣ ସଦସ୍ୟକୁ ହୋଇଛିା ସେହିପରି ମାଲାକନଗିରି ପୌର ପରିଷଦରେ ଚାରିଜଣ ଚିହ୍ନଟ ହୋଇଥିବା ବେଳେ ଏହି ଚାରିଜଣ ଅନ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ତେବେ ଆଜିସୁଦ୍ଧା ଜିଲାରେ ମୋଟ ୨୭୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ୧୩୩ ଜଣ କୋବିଡ୍‌-୧୯ ଆକ୍ରାନ୍ତ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।