୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୧୫ା୧୧(ବ୍ୟୁରେ):ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ରାଜ୍ୟର ୮ଟି ସହର ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କୋରାପୁଟ ଓ ଦାରିଙ୍ଗବାଡିରେ ୧୨, ଝାରସୁଗୁଡା ୧୨.୬, ଭବାନୀପାଟଣା ୧୨.୮, କେନ୍ଦୁଝର ୧୩.୨, ଦେବଗଡ଼ ୧୩.୬, ସୁନ୍ଦରଗଡ଼ ୧୪, ହୀରାକୁଦ ୧୪.୭, ସୋନପୁର ୧୫.୪, ବୌଦ୍ଧ ୧୪, ଅନୁଗୋଳ ୧୫, ସମ୍ବଲପୁର ୧୫.୬, ବାରିପଦା ୧୬, ବାଲେଶ୍ୱର ୧୬.୧, କଟକ ୧୭ ଏବଂ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ର ୧୭.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ମଙ୍ଗଳବାରଠାରୁ ପୁଣି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ୨୨ ତାରିଖରୁ ପୁଣି ପାରଦ ଉପର ମୁହଁା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।