Posted inଖେଳ

ସଞ୍ଜୁ ସାମସନଙ୍କ ଧୂଆଁଧାର ବିଶ୍ୱକପ ପଦାର୍ପଣ, ଦ୍ୱିତୀୟ ବୟସ୍କ ଭାରତୀୟ ଭାବେ ରେକର୍ଡ

ନୂଆଦିଲ୍ଲୀ,୧୨।୨: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଟି୨୦ ବିଶ୍ୱକପରେ ପଦାର୍ପଣ କରିଛନ୍ତି ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ। ଗୁରୁବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ନାମିବିଆ ବିପକ୍ଷ ମ୍ୟାଚରେ ସଞ୍ଜୁଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ପେଟରେ ସମସ୍ୟା ଯୋଗୁଁ ଅଭିଷେକ ଶର୍ମା ବାଦ୍ ପଡ଼ିବା ପରେ ସଞ୍ଜୁଙ୍କୁ ଏହି ସୁଯୋଗ ମିଳିଥିଲା, ଯାହାର ସେ ଭରପୂର ଫାଇଦା ଉଠାଇଛନ୍ତି।

ସଞ୍ଜୁ ସାମସନ ମୈଦାନକୁ ଓହ୍ଲାଇବା ମାତ୍ରେ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ସେ ମାତ୍ର ୮ଟି ବଲରୁ ୨୨ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ସମସ୍ତ ରନ କେବଳ ବାଉଣ୍ଡ୍ରି ଜରିଆରେ ଆସିଥିଲା। ଏଥିରେ ୩ଟି ଛକା ଓ ୧ଟି ଚୌକା ସାମିଲ ଥିଲା।

ପ୍ରଥମ ଓଭରରେ ରୁବେନ ଟ୍ରମ୍ପେଲମ୍ୟାନଙ୍କୁ ଏକ ବିଶାଳ ଛକା ମାରି ନିଜର ବିଶ୍ୱକପ୍ ଖାତା ଖୋଲିଥିଲେ। ଦ୍ୱିତୀୟ ଓଭରରେ ବେନ ସିକୋଙ୍ଗୋଙ୍କୁ ଲଗାତାର ଦୁଇଟି ଛକା ଓ ଗୋଟିଏ ଚୌକା ମାରିବା ପରେ ବଡ଼ ସଟ୍ ଖେଳିବା ପ୍ରୟାସରେ ସେ ଆଉଟ୍ ହୋଇଥିଲେ।

ସଞ୍ଜୁ ସାମସନ ନିଜର ପ୍ରଥମ ବିଶ୍ୱକପ ମ୍ୟାଚ୍ ଖେଳିବା ବେଳକୁ ତାଙ୍କ ବୟସ ୩୧ ବର୍ଷ ୯୩ ଦିନ ହୋଇଛି। ଏଥିସହ ସେ ଏକ ସ୍ୱତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ଅମିତ ମିଶ୍ରଙ୍କ ପରେ ସେ ଦ୍ୱିତୀୟ ବୟସ୍କ ଭାରତୀୟ ଖେଳାଳି ଭାବେ ବିଶ୍ୱକପରେ ପଦାର୍ପଣ କରିଛନ୍ତି। ସଞ୍ଜୁ ୨୦୧୫ରୁ ଆନ୍ତର୍ଜାତୀୟ ଟି୨୦ ଖେଳୁଥିଲେ ମଧ୍ୟ ଏହା ତାଙ୍କ କ୍ୟାରିୟରର ପ୍ରଥମ ବିଶ୍ୱକପ୍ ମ୍ୟାଚ୍।

ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସୂଚନା ଅନୁଯାୟୀ, ଅଭିଷେକ ଶର୍ମା ଏବେ ମଧ୍ୟ ଭାଇରାଲ୍ ଫିଭର୍ ଏବଂ ପେଟ ରୋଗରେ ପୀଡ଼ିତ ଅଛନ୍ତି। ସେ ଆଗାମୀ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ମିସ୍ କରିପାରନ୍ତି। ଏଭଳି ସ୍ଥିତିରେ ସଞ୍ଜୁଙ୍କ ଏହି କ୍ଷୁଦ୍ର କିନ୍ତୁ ପ୍ରଭାବଶାଳୀ ଇନିଂସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri