ରାଜ୍ୟ ସଭା MP ସୁଜୀତ କୁମାରଙ୍କ ନିଆରା ପ୍ରୟାସ: ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ

ଭବାନୀପାଟଣା/ଲାଞ୍ଜିଗଡ଼,୧୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ)- କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ ଗତ କିଛି ବର୍ଷ ତଳେ ବାହ୍ୟ ଜଗତରୁ ପ୍ରାୟ ବିଚ୍ଛିନ୍ନ ଥିଲା। ଏହି ଗ୍ରାମରେ ପକ୍କା ରାସ୍ତା, ପାନୀୟ ଜଳ କିମ୍ବା ବିଦ୍ୟୁତ ସୁବିଧା ନ ଥିଲା। ସେହିପରି  ଶିକ୍ଷା ଗ୍ରାମର ଆଦିବାସୀ ପିଲାମାନଙ୍କ ପାଇଁ ସ୍ବପ୍ନ ସଦୃଶ ଥିଲା । ଏପରିସ୍ଥିତିରେ ରାଜ୍ୟ ସଭା ଏମ୍‌ପି  ସୁଜୀତ କୁମାରଙ୍କ ଦୃଷ୍ଟି ଏହି ଗ୍ରାମ ଉପରେ ପଡିଥିଲା। ତାହା ପରେ ବ୍ଲକ ଓ ଜିଲା ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ସୁନିଶ୍ଚିତ ହୋଇଥିଲା । କିନ୍ତୁ ଝିଅମାନଙ୍କ ଶିକ୍ଷା ଏବେ ମଧ୍ୟ ଅପହଞ୍ଚ ଥିଲା । ୨୦୨୨ ପର୍ଯ୍ୟନ୍ତ ଗ୍ରାମର କୌଣସି ଝିଅ ସ୍କୁଲରେ ଭର୍ତ୍ତି ହୋଇ ନ ଥିଲେ । ଏମ୍‌ପି ସୁଜୀତ କୁମାର ଓ ବ୍ଲକ ପ୍ରଶାସନଙ୍କ ଉଦ୍ୟମରେ ୨୦୨୨ରେ ଗ୍ରାମର ୪ ଜଣ ଆଦିବାସୀ ଝିଅ  ପଦ୍ମା ମାଝୀ, ଦଇମତି ମାଝୀ, ଗୀତା ମାଝୀ ଓ ଜନତି ମାଝୀଙ୍କୁ ନିକଟସ୍ଥ ଭଟାଙ୍ଗପଦରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା।
ଭଟାଙ୍ଗପଦର  ପଞ୍ଚାୟତ ଓ ବିଦ୍ୟାଳୟ ଏମ୍‌ପି କୁମାରଙ୍କ ପୋଷ୍ୟ ଗ୍ରାମ ଓ ପୋଷ୍ୟ ବିଦ୍ୟାଳୟ ଅଟେ । ଏମ୍‌ପି କୁମାର ଏହି ଝିଅମାନଙ୍କ ସମସ୍ତ ଶିକ୍ଷା ଓ ଆନୁସଙ୍ଗିକ ଖର୍ଚ୍ଚ ବହନ କରୁଥିବା ସହ ତାଙ୍କର ଆବଶ୍ୟକ ସମସ୍ତ ବ୍ୟବସ୍ଥା ନିଜେ ନିରୀକ୍ଷଣ କରୁଛନ୍ତି । ଏମ୍‌ପିଙ୍କ ଉଦ୍ୟମରେ ଏହି ଝିଅମାନେ ନିକଟରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲେ। ଏଥିସହ ସେମାନେ ସଂସଦ ଭବନ ମଧ୍ୟ ପରିଦର୍ଶନ କରିଥିଲେ । ଏହି ସୁଯୋଗ ସେମାନଙ୍କ ପାଇଁ ଜୀବନରେ ଏକ ସ୍ମରଣୀୟ ଅନୁଭବ ହୋଇ ରହିବ ବୋଲି ସେମାନେ ମତପ୍ରକାଶ କରିଛନ୍ତି। ସେହିଭଳି ମହାମହିମ ରାଷ୍ଟ୍ରପତି ମଧ୍ୟ ଏମ୍‌ପିଙ୍କ ଏହି ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ଏହା ରାଜ୍ୟ ଓ ଦେଶର ଲକ୍ଷାଧିକ ଆଦିବାସୀ ଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ।

ଏମ୍‌ପି ଏନେଇ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ୪ ଜଣ ଝିଅଙ୍କର ଶିକ୍ଷା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ। ସେହିପରି କଳାହାଣ୍ଡି ସହ ରାଜ୍ୟର ଅନ୍ୟାନ୍ୟ ଝିଅମାନେ କିପରି ଶିକ୍ଷା ଗ୍ରହଣ କରି ରୋଜଗାରକ୍ଷମ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ, ସେହି ଦିଗରେ ମଧ୍ୟ ତାଙ୍କ ପ୍ରୟାସ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?