ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ହାଡୁ ପଦର ଗ୍ରାମର କିଛି ଘରେ ପୋଲିସ ଚଢାଉ କରି ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରି ୮ ଜଣଙ୍କୁ ଗିରଫ କରିଛି । ହାଡୁ ପଦର ଗ୍ରାମର ଗିରଫ ବ୍ୟକ୍ତିଙ୍କ ପରିବାର ଏବଂ ଗ୍ରାମର କିଛି ବ୍ୟକ୍ତି ଅଡ଼ବା ଥାନା ଘେରାଉ କରିବା ସହିତ ବ୍ରହ୍ମପୁର ରାୟଗଡ଼ା ୩୨୬ ଜାତୀୟ ରାଜପଥକୁ ରାସ୍ତାରୋକ କରୁଛନ୍ତି। ହାଡୁ ପଦର ଗ୍ରାମ ବାସୀଙ୍କ ଦାବି ଗିରଫ ହୋଇଥିବା ବ୍ୟକ୍ତି ମାନେ ଦୋଷୀ ନୁହଁନ୍ତି ତେଣୁ ତାଙ୍କୁ ଛଡା ଯାଉ ନଚେତ୍ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଏହି ରାସ୍ତାରକରେ ଅଡବା, ମୋହନା, ଆର ଉଦୟଗିରି ଉଦୟଗିରି ଥାନା ଅଧିକାରୀଙ୍କ ସହିତ ଏସ୍ଡିପିଓ ଅମିତାଭ କୁମାର ପଣ୍ଡା ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।

