Categories: ଜାତୀୟ

ଅଯୋଧ୍ୟା ମନ୍ଦିରରୁ ୮ ମୂର୍ତ୍ତି ଚୋରି

ଅଯୋଧ୍ୟା, ୨୩।୯: ଅଯୋଧ୍ୟାର ଶହେ ବର୍ଷର ଏକ ମନ୍ଦିରରୁ ୮ ପୁରାତନ ମୂର୍ତ୍ତି ଚୋରି ହୋଇଛି। ଏନେଇ ହାଇଦରଗଡ଼ ପୋଲିସ ସର୍କଲରେ ଏକ ଚୋରି ମାମଲା ରୁଜୁ କରାଯାଇଛି। ଏକ ରାଜ ପରିବାର ଉକ୍ତ ମନ୍ଦିର ନିର୍ମାଣ କରିଥିଲେ। ବୁଧବାର ମନ୍ଦିରର ତାଲା ଭଙ୍ଗାଯିବା ସହ ମୂର୍ତ୍ତିଗୁଡ଼କ ନ ଥିବା ପୂଜକ ଦେଖିବାକୁ ପାଇଥିଲେ। ଅଭିଯୁକ୍ତଙ୍କ ଧରିବା ପାଇଁ ପୋଲିସ ୨ଟି ଟିମ୍‌ ଗଠନ କରିଛି।

Share