ପିଇବା ପାଣି, ଶିକ୍ଷାର ଅବ୍ୟବସ୍ଥା ନେଇ ହଟ୍ଟଗୋଳ

ଦାରିଙ୍ଗବାଡ଼ି,୨।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ସପ୍ତମ ବୈଠକ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍‌ପିଡ. ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲାପରିଷଦ ସଦସ୍ୟ ୧୧ ନମ୍ବର ଜୋନର ଦୀପିକା ମୁଠାମାଝି, ୧୦ ନମ୍ବର ଜୋନର ରଞ୍ଜନ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଦୀପକ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମକୁ ବିଡ଼ିଓ ଗଦାଧର ପାତ୍ର ସଞ୍ଚାଳନ କରିଥିଲେ। ହେଲେ ବୈଠକ ଆରମ୍ଭ ପୂର୍ବରୁ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବା କୁହାଯାଉଥିବା ବେଳେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନାହିଁକି ପଞ୍ଚାୟତ ଓ ଗ୍ରାମସ୍ତରରେ କୌଣସି ବୈଠକ କରି କାର୍ଯ୍ୟଖସଡ଼ା ପ୍ରସ୍ତୁତି କରାଯାଉ ନ ଥିବାନେଇ ଜନପ୍ରତିନିଧିଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା।

ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ଜନପ୍ରତିନିଧିଙ୍କୁ କହିଥିଲେ, ରାଜ୍ୟସରକାରଙ୍କ ଗାଇଡ୍‌ଲାଇନ ଓ ଜିଲାପରିଷଦ ଓ ଜିଲାପାଳଙ୍କ ନିକଟରେ ହୋଇଥିବା ବିଭିନ୍ନ ସମସ୍ୟାର ଅଭିଯୋଗର ସମାଧାନ ପାଇଁ ପ୍ରତି ପଞ୍ଚାୟତରେ ବିକାଶ କାର୍ଯ୍ୟପାଇଁ ଉକ୍ତ ଅନୁଦାନ ରହିଛି, ଯାହାକି ଜିଲା ପ୍ରଶାସନର ତଦାରଖରେ ବିକାଶ କାର୍ଯ୍ୟ କରାଯାଉଥିବା କହିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ସେହିପରି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବିଶେଷ କରି ବାଡାବାଙ୍ଗା, ଭ୍ରମରବାଡ଼ି ଆଦି ପଞ୍ଚାୟତରେ ବିଇଓଙ୍କ ପରିଦର୍ଶନ ଠିକ୍‌ ଭାବେ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ସେହିପରି ଶିକ୍ଷୟିତ୍ରୀ, ଶିକ୍ଷକମାନେ ୟୁନିଫର୍ମ ପରିଧାନ କରୁ ନ ଥିବା ଅଭିଯୋଗ ହୋଇଥିଲା। ଅନେକ ବିଦ୍ୟାଳୟରେ ପାଳି କରି ଶିକ୍ଷୟିତ୍ରୀ, ଶିକ୍ଷକମାନେ ବିଦ୍ୟାଳୟରେ ପହଞ୍ଚୁ ଥିବା ଅଭିଯୋଗ ହୋଇଥିଲା। ବିଇଓ ରସାନନ୍ଦ କର ଉତ୍ତରରେ କହିଥିଲେ, ସେଭଳି ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ଆସିନାହିଁ। ଲିଖିତ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

ସେହିପରି ବିଭିନ୍ନ ବିଦ୍ୟାଳୟ, ଛାତ୍ରାବାସରେ ଜାଳେଣି କାଠକୁ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସରକାର ରନ୍ଧନ ଗ୍ୟାସ ପାଇଁ ଅନୁଦାନ ଦେଉଥିବା ସେ ପ୍ରକାଶ କରିଥିଲେ। ସେହିପରି ବୁଡ଼ାଗୁଡା ସମେତ ଦାରିଙ୍ଗବାଡି, ଭ୍ରମରବାଡ଼ି, ସିର୍କାବର୍ଗ ଭଳି ପଞ୍ଚାୟତରେ ପିଇବା ପାଣିର ଉତ୍କଟ ସମସ୍ୟା ସମ୍ପର୍କରେ ଜନପ୍ରତିନିଧି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍‌, ତା’ପରେ…

ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍‌ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍‌କୁ ଧକ୍କାଦେବା ପରେ ବାଇକ୍‌…

ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡ଼ିଲା ଗୋଦାମ, ମୃତ୍ୟୁ ସଂଖ୍ୟା….

କୋଲକାତା,୨୪ା୬: ପଶ୍ଚିମ କୋଲକାତାର ତାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ବୁଧବାର ଅପରାହ୍ନରେ ହଠାତ୍ ଭୁଶୁଡ଼ିଲା । ଭଗ୍ନାବଶେଷ ତଳେ ପ୍ରାୟ ୫୦-୬୦ ଜଣ ଫସି ରହିଛନ୍ତି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଛୁରାମାଡ଼ ପରେ…

ପଦ୍ମପୁର,୨୪ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଗଡ଼ଭାଟି ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଛୁରାମାଡ଼ କରାଯାଇଥିବା ଅଭିଯୋଗରେ ବୁଡେନ ଥାନାରେ ଏକ…

ଘାଟିରେ ଓଲଟିଲା ଟ୍ରକ୍‌: ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ମୋହନା,୨୪ା୬(ମନ୍ମଥ ମିଶ୍ର): ଘାଟିରେ ଓଲଟିଲା ଟ୍ରକ୍‌, ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର…

ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନଙ୍କୁ ବାନ୍ଧିଲା ଭିଜିଲାନ୍ସ: ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର/ସମ୍ବଲପୁର,୨୪।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ) ବା ସେଚାଞ୍ଚଳ ଉନ୍ନୟନ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀ (କୃଷି) ଇଂ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri