ନୂଆ ଷ୍ଟ୍ରେନ୍‌ରେ ୭୯୫ ସଂକ୍ରମିତ

ନୂଆଦିଲ୍ଲୀ, ୨୪ା୩: ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲରେ ଦେଖାଦେଇଥିବା କରୋନା ଷ୍ଟ୍ରେନରେ ଭାରତର ୭୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୧୮ରେ ଏହି ସଂଖ୍ୟା ୪୦୦ ଥିବାବେଳେ ମାତ୍ର ୫ ଦିନ ମଧ୍ୟରେ ଏଥିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ଗୁରୁବାରଠାରୁ ନୂଆ ଷ୍ଟ୍ରେନ୍‌େରେ ସଂକ୍ରମିତ ହୋଇଥିବା ୩୯୫ ଜଣଙ୍କ ମଧ୍ୟରୁ ୩୨୬ ଜଣ କେବଳ ପଞ୍ଜାବର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ ବ୍ରିଟେନ ଭାରିଏଣ୍ଟ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଉକ୍ତ ୩ ପ୍ରକାର ଷ୍ଟ୍ରେନ୍‌ ଦ୍ରୁତଗତିରେ ସଂକ୍ରମଣ କରିବାରେ ସକ୍ଷମ। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ମହାରାଷ୍ଟ୍ରରେ ୨୪,୬୪୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହା ତଳକୁ ପଞ୍ଜାବ ଓ ଗୁଜରାଟ ରହିଛି।

Share