୪୦୦ ମିଲିଲିଟର କ୍ଷୀରକୁ ୭୯୦ ଟଙ୍କା

କଲମ୍ବୋ,୨୪ା୩: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବଂ ଚାଇନା ସମେତ ଅନେକ ଦେଶ ଋଣରେ ବୁଡ଼ି ଦେବାଳିଆ ଘୋଷିତ ହେବାକୁ ଯାଉଛନ୍ତି। ଫଳରେ ଦେଶରେ ମୁଦ୍ରାସ୍ଫୀତି ଲୋକଙ୍କୁ ଅନାହାର ଆଡ଼କୁ ଠେଲିଦେଉଛି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ହୋଇଚାଲିଛି। ଶ୍ରୀଲଙ୍କାରେ ଏକ କିଲୋଗ୍ରାମ ଚିନିର ମୂଲ୍ୟ ୨୯୦ ଟଙ୍କା ଥିବା ବେଳେ ଚାଉଳ ୫୦୦ ଟଙ୍କା। ସେହିପରି ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୪୦୦ ମିଲିଲିଟର କ୍ଷୀର ପାଇଁ ଲୋକଙ୍କୁ ୭୯୦ ଟଙ୍କା ଦେବାକୁ ପଡୁଛି।

ଶ୍ରୀଲଙ୍କାର ଲୋକେ ଭୋକ ଉପାସର ସମ୍ମୁଖୀନ ହେଉଥିବା କିଛି ପରିବାର ବେଆଇନ ଭାବେ ଭାରତ ଆସୁଛନ୍ତି। ସେ କହିଛନ୍ତି, ମତ୍ସ୍ୟଜୀବୀମାନେ ସେମାନଙ୍କୁ ଭାରତ ଆଣିବା ପରିବର୍ତ୍ତେ ତାଙ୍କଠାରୁ ୫୦ ହଜାରରୁ ୩ ଲକ୍ଷ ଟଙ୍କା ନେଇଥିଲେ। ମଙ୍ଗଳବାର ପ୍ରାୟ ୧୬ ଶ୍ରୀଲଙ୍କା ନାଗରିକ ସମୁଦ୍ର ଦେଇ ଭାରତରେ ପହଞ୍ଚିଥିଲେ।

ଏଥିମଧ୍ୟରେ ଏକ ଦମ୍ପତି ୪ ମାସର ଶିଶୁ ସହିତ ଭାରତ ଆସିଛନ୍ତି। ଅଧିକାରୀମାନେ ୨୪ ବର୍ଷୀୟ ଗଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ୨୨ ବର୍ଷୀୟା ମାରି କ୍ଲାରିନ୍ସ ବୋଲି ଚିହ୍ନଟ କରିଛନ୍ତି। ଚାରି ମାସର ପୁଅ ନିଜାଥ ମଧ୍ୟ ତାଙ୍କ ସହିତ ଥିଲେ।

ଜାନୁୟାରୀ ୪/୫ରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ୭୦% ହ୍ରାସ ପାଇ ୨.୩୬ ବିଲିୟନ ଡଲାରରେ ପହଞ୍ଚିଛି। ଆସନ୍ତା ୧୨ ମାସ ମଧ୍ୟରେ ଶ୍ରୀଲଙ୍କାକୁ ୭.୩ ବିଲିୟନ ଡଲାର (ପ୍ରାୟ ୫୪,୦୦୦କୋଟି) ଘରୋଇ ଏବଂ ବୈଦେଶିକ ଋଣ ପରିଶୋଧ କରିବାକୁ ପଡ଼ିବ। ଏଥିରେ ମୋଟ୍‌ ଋଣ ପ୍ରାୟ ୬୮% ଚାଇନାର ଅଟେ। ଚାଇନାକୁ ୫ ବିଲିୟନ ଡଲାର ଦେବ ଶ୍ରୀଲଙ୍କା।

ଅନ୍ୟପକ୍ଷରେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସାହାଯ୍ୟର ହାତ ବଢ଼ାଇଛି। ପଡ଼ୋଶୀ ଦେଶକୁ ଭାରତ ୯୦୦ ମିଲିୟନ ଡଲାରରୁ ଅଧିକ ଋଣ ଦେବାକୁ ଘୋଷଣା କରିଛି। ଏହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ଏବଂ ଖାଦ୍ୟ ଆମଦାନୀ କରିବାରେ ସାହାଯ୍ୟ କରିବ।

Share