ବାଇଡେନ୍‌ଙ୍କୁ ୭୯

ଓ୍ବାଶିଂଟନ,୨୨।୧୧: ଆମେରିକା ଇତିହାସର ବରିଷ୍ଠତମ ରାଷ୍ଟ୍ରପତି ଜୋ ବାଇଡେନ୍‌ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ବହୁ ନେତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ରାଷ୍ଟ୍ରପତି ବାଇଡେନ୍‌ ଦିଲାଓ୍ବେରସ୍ଥିତ ନିଜ ସହର ଓ୍ବିଲମିଙ୍ଗଟନ୍‌ ବାସଭବନରେ ଜନ୍ମଦିନ ପାଳନ କରିଥିବାବେଳେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି।

Share