୭୯ରେ ଶେହନଶାହ

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ୭୯ ବର୍ଷରେ ପାଦ ରଖିଛନ୍ତି । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ରବିବାର ରାତିରୁ ମୁମ୍ବାଇ ସ୍ଥିତ ତାଙ୍କ ଘର ‘ଜଲସା’ ସମ୍ମୁଖରେ ପ୍ରଶଂସକଙ୍କ ଭିଡ ଲାଗିଛି । ୧୧ ଅକ୍ଟୋବର ୧୯୪୨ରେ ଆହ୍ଲାବାଦ(ପ୍ରୟାଗରାଜ)ରେ ପ୍ରସିଦ୍ଧ ସାହିତ୍ୟିକ ହରିବଂଶ ରାୟ ବଚ୍ଚନଙ୍କ ଘରେ ଜନ୍ମ ନେଇଥିଲେ ଅମିତାଭ । ଅମିତାଭଙ୍କ ମା’ ତେଜି ବଚ୍ଚନ ଅବିଭାଜିତ ଭାରତର କରାଚିର ବାସିନ୍ଦା ହୋଇଥିବାରୁ ପ୍ରଥମେ ଅମିତାଭଙ୍କ ନାଁ ରଖାଯାଇଥିଲା ଇନକିଲାବ । ହେଲେ ପରେ ପ୍ରସିଦ୍ଧ କବି ସୁମିତ୍ରାନନ୍ଦନ ପନ୍ଥ ତାଙ୍କ ନା ବଦଳାଇ ଅମିତାଭ ରଖିଥିଲେ ।


ଆଜି ନିଜର କଠିନ ପରିଶ୍ରମ ତାଙ୍କୁ କେବଳ ଦେଶର ନୁହେଁ ବିଶ୍ୱର ଜଣେ ପରିଚିତ ବ୍ୟକ୍ତିତ୍ୱର ପରିଚୟ ଦେଇଛି । ହେଲେ ପ୍ରଥମେ ରିଜେକଶନର ସାମ୍ନା କରିଥିବା ଅମିତାଭ ପରେ କିନ୍ତୁ ସୁପରଷ୍ଟାର ହେବାର ସୌଭାଗ୍ୟ ପାଇଥିଲେ । ପ୍ରଥମେ ଅଲ ଇଣ୍ଡିଆ ରେଡିଓରେ କାମ କରିବାକୁ ଭଏସ୍ ଓଭର ଦେଇ ଫେଲ୍ ହୋଇଥିଲେ ଅମିତାଭ । ସେଠାରେ ତାଙ୍କ ଭଏସ୍‌କୁ ରିଜେକ୍ଟ କରି ଦିଆଯାଇଥିଲା । ପରେ ସେ କିନ୍ତୁ ଏକ ବେଙ୍ଗଲି ଫିଲ୍ମରୁ କାମ ଆରମ୍ଭ କରିଥିଲେ । ଏହାପରେ ଖୋଲିଥିଲା ଅମିତାଭଙ୍କ ଭାଗ୍ୟ । ଗୋଟିଏ ପରେ ଗୋଟିଏ ଅଫର ପାଇ ଶେଷରେ ସେ ପାଲଟି ଯାଇଥିଲେ ବଲିଉଡ୍‌ର ମହାନାୟକ । ୯୦ ଦଶକରେ ଅମିତାଭ ନିଜର ଏକ ପ୍ରଡକଶନ ହାଉସ୍ ଖୋଲିଥିବା ବେଳେ ଏଥିରେ ବହୁ ପରିମାଣ କ୍ଷତି ସହିବାକୁ ପଡିଥିଲା ତାଙ୍କୁ । ପରେ ସେ ନିଜକୁ ଦେବାଳିଆ ଘୋଷଣା କରିଥିଲେ । କିନ୍ତୁ ଏତିକି ବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ବଲିଉଡର ଆଗ ଧାଡିର ନିର୍ଦ୍ଦେଶକ ୟଶ ଚୋପ୍ରା । ଫିଲ୍ମ ‘ସିଲସିଲା’ ପରେ ଉଭୟଙ୍କ ମଧ୍ୟରେ ସେତେଟା ସମ୍ପର୍କ ନ ଥିଲେ ମଧ୍ୟ କରଜରେ ବୁଡି ରହିଥିବା ଅମିତାଭ ପୁଣିଥରେ ଚୋପ୍ରା ସାହେବଙ୍କୁ ମନେପକାଇ ତାଙ୍କ ନିକଟରେ ଫିଲ୍ମ ପାଇଁ ମୁହଁ ଖୋଲି କହିଥିଲେ । ଆଉ ୟଶ ଚୋପ୍ରା ତାଙ୍କୁ ‘ମୋହବତେ’ ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ । ଏହାପରେ ପୁଣିଥରେ ଟ୍ରାକକୁ ଫେରିଥିଲେ ଅମିତାଭ ।
ଅମିତାଭଙ୍କ ପ୍ରେମ କାହାଣୀ ଆଜିବି ଶୁଣିବାକୁ ତାଙ୍କ ପ୍ରଶଂସକଙ୍କୁ ଇଚ୍ଛା ହୁଏ । ଆରମ୍ଭରୁ ସେ ବଲିଉଡ୍ ନାୟିକା ରେଖାଙ୍କ ପ୍ରେମରେ ପଡିଥିଲେ ବୋଲି କୁହାଯାଏ । ହେଲେ ପରେ ସେ ଜୟାଙ୍କୁ ବିବାହ କରିଥିଲେ । ନିଜ ପ୍ରଥମ ପ୍ରେମକୁ ନେଇ କେବେ ମୁହଁ ଖୋଲି ନ ଥିବା ଅମିତାଭଙ୍କ ପ୍ରେମ କାହାଣୀ ଆଜିବି ରହସ୍ୟ ହୋଇ ରହିଯାଇଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri